ସାଲେପୁର ନିର୍ବାଚନ ମଣ୍ଡଳୀରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ୧୦୭ ତମ ଜୟନ୍ତୀ

ସାଲେପୁର ନିର୍ବାଚନ ମଣ୍ଡଳୀରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ୧୦୭ ତମ ଜୟନ୍ତୀ

ସାଲେପୁର ନିର୍ବାଚନ ମଣ୍ଡଳୀରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ୧୦୭ ତମ ଜୟନ୍ତୀ

News by Smruti Ranjan Tripathy (Tangi-Choudwar )

#ଟାଙ୍ଗୀ(ଏନ୍‍.ଏମ୍‍.): ସାଲେପୁର ନିର୍ବାଚନ ମଣ୍ଡଳୀର ଯୁବ ନେତା ହିମାଂଶୁ ମହାନ୍ତିଙ୍କ ନେତୃତ୍ୱରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ବାଇକ ରାଲି ସ୍ଥାନୀୟ ଜଗତପୁର ଖଇରା ପୋଲ ନିକଟରୁ ଆରମ୍ଭ ହୋଇ ସାଲେପୁର ଅଞ୍ଚଳରେ ଶେଷ ହୋଇଥିଲା । ଏଥିରେ ଶତାଧିକ ସମର୍ଥକଙ୍କ ସହିତ ଏକ ଖୋଲା ଜିପରେ ଶ୍ରୀ ମହାନ୍ତି ଅଞ୍ଚଳ ପରିକ୍ରମା କରିବା ସହିତ ଜନସାଧାରଣଙ୍କୁ ବିଜୁବାବୁଙ୍କ ବିରତ୍ୱର ଗାଥା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଶୋଭାଯାତ୍ରା ସମୟରେ ବିଜୁ ବାବୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୟ ଜୟ ଗାନରେ ଶ୍ରୀ ମହାନ୍ତିଙ୍କ ସମର୍ଥକମାନେ ଗଗନ ପବନ ପ୍ରକମ୍ପିତ କରିଦେଇଥିଲେ । ସାଲେପୁର ଠାରେ ଅବସ୍ଥିତ ବିଜୁ ପଟ୍ଟନାୟକଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଏହି ଶୋଭାଯାତ୍ରା ଶେଷ ହୋଇଥିଲା । ତେବେ ଏହି ବାଇକ ରାଲିରେ ନିଜର ହଜାର ହଜାର ସମର୍ଥକଙ୍କ ସହଯୋଗ ଫଳରେ ନିଜର ସାଂଗଠନିକ ଦକ୍ଷତାର ଏକ ବିରାଟ ପ୍ରମାଣ ଜାହିର କରିପାରିଛନ୍ତି । ଶ୍ରୀ ମହାନ୍ତି ସ୍ଥାନୀୟ ନିବର୍ଚନ ମଣ୍ଡଳୀରେ ଯୁବ ନେତା ଭାବେ ନିଜର ଦବଦବା ରଖିଥିବାବେଳେ ଆଗାମୀ ନିର୍ବାଚନ ଲାଗି ନିଜକୁ କିଭଳି ପ୍ରସ୍ତୁତ ରହିବେ ତାହା ପୂର୍ବରୁ ନିଜର ଶକ୍ତି ପ୍ରଦର୍ଶନ କରିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ