ସାରା ରାଜ୍ୟରେ ରାତି ୮ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବ: ଭୁବନେଶ୍ୱର, କଟକ ଓ ପୁରୀରେ ଜାରି ରହିବ ସପ୍ତାହନ୍ତ ସର୍ଟ ଡାଉନ

ସାରା ରାଜ୍ୟରେ ରାତି ୮ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବ: ଭୁବନେଶ୍ୱର, କଟକ ଓ ପୁରୀରେ ଜାରି ରହିବ ସପ୍ତାହନ୍ତ ସର୍ଟ ଡାଉନ

ସାରା ରାଜ୍ୟରେ ରାତି ୮ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବ: ଭୁବନେଶ୍ୱର, କଟକ ଓ ପୁରୀରେ ଜାରି ରହିବ ସପ୍ତାହନ୍ତ ସର୍ଟ ଡାଉନ


ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶାରେ କରୋନା ସଂକ୍ରମଣ ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି । ଯାହା ଫଳରେ ଅନଲକ ଆଡ଼କୁ ଗତି କରୁଛି ଓଡ଼ିଶା । ଏଥିପାଇଁ ସାରା ରାଜ୍ୟରେ ଦୋକାନବଜାର ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ । ରାତି ୮ଟାରୁ ସକାଳ ୬ଟା ଯାଏ ନାଇଟ କର୍ଫ୍ୟୁ ଲାଗୁ ହେବ । ତେବେ କେବଳ ଭୁବନେଶ୍ୱର, କଟକ, ପୁରୀରେ ପୂର୍ବ ଭଳି ସପ୍ତାହାନ୍ତ ସଟଡାଉନ ଜାରି ରହିବ । ଏନେଇ ଅଗଷ୍ଟ ଗାଇଡଲାଇନ୍ ସମ୍ପର୍କରେ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଆମ ରାଜ୍ୟରେ ୨୭ ଜିଲ୍ଲାରେ ସଂକ୍ରମଣ ହାର ନଗଣ୍ୟ ଅଛି । କଟକ, ଖୋର୍ଦ୍ଧା, ପୁରୀରେ ଟିକେ ଅଧିକ କେସ୍ ରହିଛି । ହେଲେ ଉଦବେଗଜନକ ନୁହେଁ । ଜୀବନ-ଜୀବିକା ସମନ୍ୱୟ ପାଇଁ ଧିରେ ଧିରେ ଅନଲକ୍ ହେଉଛି । ରାଜ୍ୟରେ ଦେଢ଼ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଗଲାଣି । ରାଜ୍ୟରେ ସଂକ୍ରମଣ ଅନେକାଂଶରେ ନିୟନ୍ତ୍ରଣକୁ ଆସିଥିବା ଏସଆରସି କହିଛନ୍ତି । ଅଗଷ୍ଟ ଗାଇଡଲାଇନ୍ ନେଇ ଏସଆରସି କହିଛନ୍ତି ଯେ, ପ୍ରତି ଦିନ ରାତି ୮ଟାରୁ ସକାଳ ୬ଟା ଯାଏ ନାଇଟ କର୍ଫ୍ୟୁ ଲାଗୁ ହେବ । ଭୁବନେଶ୍ୱର, କଟକ, ପୁରୀରେ ସପ୍ତାହାନ୍ତ ସଟଡାଉନ ଜାରି ରହିବ । ସାରା ରାଜ୍ୟରେ ଦୋକାନ ବଜାର ରାତି ୮ଟା ଯାଏ ଖୋଲା । ରେଷ୍ଟୁରାଣ୍ଟ, ବାର୍ ୫୦ପ୍ରତିଶତ କ୍ଷମତାକୁ ନେଇ ଖୋଲି ପାରିବ । ସିନେମା ହଲ୍ ୫୦ପ୍ରତିଶତ ଦର୍ଶକ କ୍ଷମତାକୁ ନେଇ ଖୋଲିପାରିବ । ଏଥି ସହିତ ହଲ୍‌, ମଲ୍ ଯାଉଥିବା ପ୍ରାପ୍ତବୟସ୍କ ଲୋକଙ୍କ ଟିକା ସାର୍ଟିଫିକେଟ ଜରୁରୀ । ସମସ୍ତ ଧାର୍ମିକ, ରାଜନୈତିକ, ସାମାଜିକ ସମାବେଶ ଉପରେ ରୋକ ଲଗାଯାଇଛି । ପ୍ରଦର୍ଶନୀ, ବାଣିଜ୍ୟକ ମେଳା ମହୋତ୍ସବ ମଧ୍ୟ ବାରଣ କରାଯାଇଛି । ସମୁଦ୍ର କୂଳ ଏବଂ ପାର୍କ ଖୋଲା ରହିବ । ପର୍ଯ୍ୟଟକଙ୍କୁ ଗାଇଡଲାଇନ ମାନିବାକୁ ପଡ଼ିବ । ସମସ୍ତ ମଲ୍ ଖୋଲିବ ବୋଲି କହିଲେ ଏସଆରସି । ସୀମିତ ସଂଖ୍ୟକ ଗ୍ରାହକଙ୍କୁ ନେଇ ଖୋଲି ପାରିବ ମଲ୍ । ସେହିପରି ରାଜ୍ୟ ଭିତରେ ବସ୍ ଚାଲୁ ରହିବ । ସିଟିଂ କାପାସିଟିରେ ଯାତ୍ରୀ ଯାତାୟତ କରିବେ । ଧାର୍ମିକ ପୀଠ ଖୋଲିବାକୁ ଜିଲ୍ଲାପାଳମାନେ ନିଷ୍ପତ୍ତି ନେଇପାରିବେ । ଶ୍ରୀମନ୍ଦିର, ଶ୍ରୀଲିଙ୍ଗରାଜ ପ୍ରଶାସନ ନିଜେ ଏନେଇ ନିଷ୍ପତ୍ତି ନେବେ । ବିବାହ ଓ ଶୁଦ୍ଧିକ୍ରିୟା ନେଇ ଥିବା ପୂର୍ବ କଟକଣା ଜାରି ରହିବ । ନନ୍ଦନକାନନ, ଇଣ୍ଡୋର, ୱାର୍ଟର ପାର୍କ ଆଦି ଖୋଲାଯାଇ ପାରିବ ବୋଲି ଅଗଷ୍ଟ ମାସ କରୋନା ନିୟମ ସମ୍ପର୍କରେ ଏସଆରସି ସୂଚନା ଦେଇ କହିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ