ସାମ୍ବାଦିକଙ୍କ ମାତୃବିୟୋଗ

ସାମ୍ବାଦିକଙ୍କ ମାତୃବିୟୋଗ

ସାମ୍ବାଦିକଙ୍କ ମାତୃବିୟୋଗ

News by Rajendra Pradhan (Cuttack)

#କଟକ(ଏନ୍‌.ଏମ୍‌.): ବିଶିଷ୍ଟ ସାମ୍ବାଦିକ ଭକ୍ତିଭୂଷଣ ମହାନ୍ତିଙ୍କ ମାତା ଶୈଳଭାମା ମହାନ୍ତିଙ୍କର ଆଜି ମଧ୍ୟାହ୍ନରେ ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିବାବେଳେ କଟକ ବଡ଼ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସେ ଜଣେ ସରଳ, ନିଷ୍କପଟ, ମିଷ୍ଠଭାଷୀ, ପରୋପକାରୀ ଧର୍ମପ୍ରାଣା ମହିଳା ଭାବେ ଅଞ୍ଚଳରେ ବେଶ ପରିଚିତ ଥିଲେ । ତାଙ୍କ ପରଲୋକଗତ ଖବର ପାଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ଜ୍ୟେଷ୍ଠପୁତ୍ର ବିଦ୍ୟାଭୂଷଣ ମହାନ୍ତି, କନିଷ୍ଠ ପୁତ୍ର ସାମ୍ବାଦିକ ଭକ୍ତିଭୂଷଣ ମହାନ୍ତି, ଦୁଇ ପୁତ୍ରବଧୁ, ୬ କନ୍ୟା ଓ ୬ଜାମାତାଙ୍କ ସମେତ ନାତିନାତୁଣୀ ଓ ବନ୍ଧୁ ପରିଜନ ଉପସ୍ଥିତଥିଲେ । ତାଙ୍କ ପରଲୋକଗତ ଖବର ପାଇ ତାଙ୍କ ନେତାଜୀନଗରସ୍ଥିତ ବାସଭବନରେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ଆମ୍ବେଦକର ସ୍ମୃତିପରିଷଦ ସଭାପତି ସୁକାନ୍ତ ସେଠୀଙ୍କ ସମେତ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ସାମ୍ବାଦିକ, ସମାଜସେବୀ ଓ ଲୋକପ୍ରତିନିଧି ଉପସ୍ଥିତ ରହି ଶେଷ ଦର୍ଶନ କରି ଶ୍ରଦ୍ଧାଳଞ୍ଜଳି ଅର୍ପଣ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଥିବାବେଳେ ଜ୍ୟେଷ୍ଠପୁତ୍ର ବିଦ୍ୟାଭୂଷଣ ମୁଖାଗ୍ନି ଦେଇଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ