ଭୁବନେଶ୍ୱର(ଏନ୍.ଏମ୍.): ସାମୁଦ୍ରିକ ଝଡ଼ ‘ୟାସ୍’ ପାଇଁ ରେଳ ବିଭାଗ ପୂର୍ବରୁ ୭୪ଟି ଟ୍ରେନ୍କୁ ବାତିଲ କରି ଥିବାବେଳେ ଏବେ ଆଉ ୧୬ଟି ଟ୍ରେନ୍କୁ ବାତିଲ କରିଛି । ତେବେ ବାତ୍ୟା ୟାସ ପାଇଁ ରେଳ ବିଭାଗ ମୋଟ୍ ୯୦ ଟ୍ରେନ୍ ଚଳାଚଳ ବାତିଲ କରିଥିବା ଜଣାପଡ଼ିଛି ।
ରେଳବିଭାଗର ସୂଚନା ଅନୁଯାୟୀ, ଆସନ୍ତା ୨୫ ତାରିଖରେ ହାଓଡା-ଭାସ୍କୋଡ଼ାଗାମା-ହାଓଡ଼ା ଟ୍ରେନ୍ ଉଭୟ ପାର୍ଶ୍ୱରୁ ବାତିଲ ହୋଇଛି । ମେ’ ୨୩ ତାରିଖ ମୟିସୁରରୁ ଛାଡ଼ୁଥିବା ମୟିସୁର-ହାଓଡ଼ା ସ୍ପେଶାଲ୍ ଟ୍ରେନ୍କୁ ବାତିଲ କରାଯାଇଛି । ସେହିପରି ମେ’ ୨୫ ତାରିଖରେ ହାଓଡ଼ାରୁ ଛାଡ଼ୁଥିବା ହାଓଡ଼ା-ଯଶବନ୍ତପୁର ସ୍ପେଶାଲ୍ ଟ୍ରେନ୍ ବାତିଲ କରାଯାଇଛି । ମେ’ ୨୪ ତାରିଖରୁ ଗୌହାଟିରୁ ଛାଡ଼ୁଥିବା ଗୌହାଟି- ଯଶବନ୍ତପୁର ସ୍ପେଶାଲ୍ ଟ୍ରେନ୍କୁ ବାତିଲ କରାଯାଇଛି । ମେ’ ୨୫ ତାରିଖରେ ଅଗରତାଲା-ବାଙ୍ଗାଲୁରୁ କେଣ୍ଟ-ଅଗରତାଲା ସ୍ପେଶାଲ୍ ଟ୍ରେନ ଉଭୟ ପାର୍ଶ୍ୱରୁ ବାତିଲ କରାଯାଇଛି । ମେ’ ୨୬ ତାରିଖରେ ଗୌହାଟିରୁ ଛାଡ଼ୁଥିବା ଗୌହାଟି-ସିକନ୍ଦରାବାଦ ସ୍ପେଶାଲ୍ ଟ୍ରେନ, ମେ’ ୨୫ ତାରିଖରୁ ଭିଲ୍ଲୁପୁରମରୁ ଛାଡ଼ୁଥିବା ଭିଲ୍ଲୁପୁରମ୍-ଖଡ଼ଗପୁର ସ୍ପେଶାଲ୍ ଟ୍ରେନ୍ ଓ ୨୭ ତାରିଖରେ ଖଡ଼ଗପୁରରୁ ଛାଡ଼ୁଥିବା ଖଡ଼ଗପୁର-ଭିଲ୍ଲୁପୁରମ୍ ସ୍ପେଶାଲ୍ ଏକ୍ସପ୍ରେସ୍କୁ ମଧ୍ୟ ବାତିଲ କରାଯାଇଛି । ମେ’ ୨୬ ତାରିଖରେ ପୁରୁଳିଆରୁ ଛାଡ଼ୁଥିବା ପୁରୁଳିଆ-ଭିଲ୍ଲୁପୁରମ୍ ସ୍ପେଶାଲ୍ ଟ୍ରେନ୍କୁ ବାତିଲ କରାଯାଇଛି । ହାଓଡ଼ା ଓ ହାଇଦ୍ରାବାଦ ଭିତରେ ଚାଲୁଥିବା ହାଓଡ଼ା-ହାଇଦ୍ରାବାଦ ସ୍ପେଶାଲ୍ ଟ୍ରେନ୍କୁ ବାତିଲ କରାଯାଇଛି । ୨୫, ୨୬ ଓ ୨୭ ତାରିଖରେ ହାଓଡ଼ାରୁ ଛାଡ଼ୁଥିବା ଏହି ଟ୍ରେନ୍ ବାତିଲ ହୋଇଛି । ସେହିପରି ୨୪, ୨୫ ଓ ୨୬ ତାରିଖରେ ହାଇଦ୍ରାବାଦରୁ ଛାଡ଼ୁଥିବା ଏହି ଟ୍ରେନ୍କୁ ମଧ୍ୟ ବାତିଲ କରାଯାଇଛି । ମେ’ ୨୪ ତାରିଖରେ ଏର୍ଣ୍ଣାକୁଲମରୁ ଛାଡ଼ୁଥିବା ଏର୍ଣ୍ଣାକୁଲମ୍-ହାଓଡ଼ା ସ୍ପେଶାଲ୍ ଟ୍ରେନ୍କୁ ବାତିଲ କରାଯାଇଛି । ମେ’ ୨୪ ତାରିଖରେ ୟଶୋବନ୍ତପୁରରୁ ଛାଡ଼ୁଥିବା ୟଶୋବନ୍ତପୁର-ଭୁବନେଶ୍ୱର ସ୍ପେଶାଲ୍ ଟ୍ରେନ୍କୁ ବାତିଲ କରାଯାଇଛି । ମେ’ ୨୪ ତାରିଖରେ ଚେନ୍ନାଇରୁ ଛାଡ଼ୁଥିବା ଚେନ୍ନାଇ-ପୁରୀ ସ୍ପେଶାଲ୍ ଟ୍ରେନ୍କୁ ବାତିଲ ରେଳ ବିଭାଗ ପକ୍ଷରୁ ବାତିଲ କରାଯାଇଛି । ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ୟାସ ଯୋଗୁଁ ଏହି ଟ୍ରେନଗୁଡ଼ିକୁ ବାତିଲ କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି ।