ସାମୁଦ୍ରିକ ଝଡ ଜୱାଦ ପାଇଁ କୋଣାର୍କ ଉତ୍ସବ ବାତିଲ

ସାମୁଦ୍ରିକ ଝଡ ଜୱାଦ ପାଇଁ କୋଣାର୍କ ଉତ୍ସବ ବାତିଲ

ସାମୁଦ୍ରିକ ଝଡ ଜୱାଦ ପାଇଁ କୋଣାର୍କ ଉତ୍ସବ ବାତିଲ


କୋଣାର୍କ(ଏନ୍‌.ଏମ୍‌.): ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଡିସେମ୍ବର ୧ତାରିଖରୁ ୫ତାରିଖ ପର୍ଯ୍ୟନ୍ତ କୋଣାର୍କ ମକ୍ତାକାଶ ରଙ୍ଗମଞ୍ଚରେ ଶାସ୍ତ୍ରୀୟ ନୃତ୍ୟ ସଙ୍ଗୀତର ମହାକୂମ୍ଭ ଓ ଚନ୍ଦ୍ରଭାଗାର ବେଳାଭୂମୀରେ ଆନ୍ତର୍ଜାତିକ ବାଲୁକାକଳା ଉତ୍ସବ ପାଞ୍ଚ ଦିନ ବ୍ୟାପି ଅନୁଷ୍ଠିତ ହୋଇଥାଏ । ଚଳିତ ବର୍ଷର କୋଣାର୍କ ଉତ୍ସବ ଓ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ ୧ ଓ ୨ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ବେଳେ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରକ ଝଡ ଜୱାଦ ପାଇଁ ୩ ରୁ ୫ ପାଞ୍ଚତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥବା କୋଣାର୍କ ଉତ୍ସବର ସମସ୍ତ କାର୍ଯ୍ୟକ୍ରମକୁ ରାଜ୍ୟ ସରକାରଙ୍କ ନେର୍ଦ୍ଦେଶ କ୍ରମରେ ବାତିଲ କରାଯାଇଛି । ଏହି ସାମୁଦ୍ରିକ ଝଡ ପୁରୀ ଜିଲ୍ଲାର ତଟବର୍ତ୍ତୀ ଅଞ୍ଚଳରେ ସ୍ଥଳଭାଗ ଛୁଇଁବାର ପୂର୍ବାନୁମାନ କରାଯାଇଛି । ଫଲରେ ପବନ ସାଙ୍ଗକୁ ଜୋର ବର୍ଷା ହେବାର ସମ୍ଭାବନ ରହିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଚିଠି ନମ୍ବର ୪୫୬୯ରେ କୋଣାର୍କ ଉତ୍ସବ ଓ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପୁନଶ୍ଚ କ୍ଷୟକ୍ଷତିରୁ ବର୍ତ୍ତିବା ପାଇଁ କୋଣାର୍କ ଉତ୍ସବ ଓ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ ପାଇଁ ହୋଇଥିବା ସାଜ ସଜା, ଆଲୋକ, ଶବ୍ଦ ଏବଂ ଟେଣ୍ଟ ଖୋଲିବା ଆରମ୍ଭ ହୋଇଯାଇଛି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ