ସାବଧାନ! ରଙ୍ଗ ରୁଟରେ ଗଲେ ଟ୍ରାଫିକ ଛଡ଼ାଇ ନେବ ଗାଡ଼ି: ୧୦୨ ମୋଟରସାଇକେଲ ଜବତ

ସାବଧାନ! ରଙ୍ଗ ରୁଟରେ ଗଲେ ଟ୍ରାଫିକ ଛଡ଼ାଇ ନେବ ଗାଡ଼ି: ୧୦୨ ମୋଟରସାଇକେଲ ଜବତ

ସାବଧାନ! ରଙ୍ଗ ରୁଟରେ ଗଲେ ଟ୍ରାଫିକ ଛଡ଼ାଇ ନେବ ଗାଡ଼ି: ୧୦୨ ମୋଟରସାଇକେଲ ଜବତ

News by B.Mishra (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜଧାନୀରେ ଟ୍ରାଫିକ୍ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ ଟ୍ରାଫିକ୍ ଥାନା ୧ ଏବଂ ୨ ପକ୍ଷରୁ ଭୁବନେଶ୍ୱର ବିଭିନ୍ନ ଅଞ୍ଚଳରେ ଏନଫୋର୍ସମେଣ୍ଟ ଡ୍ରାଇଭ କରାଯାଇଛି । ଏହି କ୍ରମରେ ଭୁବନେଶ୍ୱର ଟ୍ରାଫିକ୍ ପୁଲିସ ପକ୍ଷରୁ ରଙ୍ଗ ରୁଟ ଡ୍ରାଇଭିଂ ଉପରେ ଏନଫୋର୍ସମେଣ୍ଟ ଡ୍ରାଇଭ କରାଯାଇଥିଲା । ଏହି ଡ୍ରାଇଭରେ ଟ୍ରାଫିକ୍ ନିୟମ ଉଲଂଘନ କରି ରଙ୍ଗ ରୁଟରେ ଡ୍ରାଇଭିଂ କରୁଥିବା ଖିଲାପକାରୀ ମାନଙ୍କଙ୍କର ସମୁଦାୟ ୧୦୨ଟି ମୋଟରସାଇକେଲକୁ ଜବତ କରାଯାଇଛି । ଜବତ ହୋଇଥିବା ମୋଟରସାଇକେଲ ଗୁଡିକୁ ସିଲ କରାଯାଇ କୋର୍ଟରେ ପ୍ରୋସିକ୍ୟୁସନ ରିପୋର୍ଟ୍ ଦାଖଲ ହୋଇଛି । ଏଣୁ ଜନସାଧରଙ୍କୁ ନିବେଦନ କରାଯାଉଛି ଯେ, ସେମାନେ ଟ୍ରାଫିକ୍ ନିୟମ ଉଲଂଘନ କରନ୍ତୁ ନାହିଁ ଏବଂ ସର୍ବଦା ଟ୍ରାଫିକ୍ ନିୟମକୁ ପାଳନ କରନ୍ତୁ । ଆଗକୁ ମଧ୍ୟ ଏହି ପରି ଡ୍ରାଇଭ ଜାରି ରହିବ ବୋଲି ଟ୍ରାଫିକ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ