ସାପ କାମୁଡାର ଶିକାର ମଞ୍ଜୁଳାର ହେଲା ପ୍ରଥମ ସର୍ଜରୀ: ୩ୟ ସପ୍ତାହ ପରେ ହେବ ଦ୍ୱିତୀୟ ସର୍ଜରୀ

ସାପ କାମୁଡାର ଶିକାର ମଞ୍ଜୁଳାର ହେଲା ପ୍ରଥମ ସର୍ଜରୀ: ୩ୟ ସପ୍ତାହ ପରେ ହେବ ଦ୍ୱିତୀୟ ସର୍ଜରୀ

ସାପ କାମୁଡାର ଶିକାର ମଞ୍ଜୁଳାର ହେଲା ପ୍ରଥମ ସର୍ଜରୀ: ୩ୟ ସପ୍ତାହ ପରେ ହେବ ଦ୍ୱିତୀୟ ସର୍ଜରୀ


କଟକ(ଏନ୍‌.ଏମ୍‌.): ମାସାଧିକ କାଳ ସାପ କାମୁଡାରେ ଗୁରୁତର ହୋଇ ଶେଷରେ ଏସସିବି ମେଡ଼ିକାଲରେ ଭର୍ତ୍ତି ହୋଇଥିବା ରାଇଘର ବ୍ଲକ ବାଲିଝର ଗାଁର ନାବାଳିକାର ଆଜି ପ୍ରଥମ ସର୍ଜରୀ ହୋଇଛି । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହଳଦୀ ପଞ୍ଚାୟତ ଅନ୍ତର୍ଗତ ବାଲିଝର ଗାଁର ୯ବର୍ଷର ନାବାଳିକା ମଞ୍ଜୁଳା ସାପ କାମୁଡ଼ାର ଶିକାର ହୋଇ ଗୁରୁତର ହୋଇ ପଡ଼ିଥିଲେ । ବିଭିନ୍ନ ସ୍ଥାନରେ ଚିକିତ୍ସିତ ହୋଇ ସୁସ୍ଥ ନହେବାରୁ ତାକୁ ଏସସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଏବେ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ବିଭୂତିଭୂଷଣ ନାୟକଙ୍କ ତତ୍ତ୍ୱାବଧାନରେ ମଞ୍ଜୁଳା ଅନ୍ତି(୯ବର୍ଷ)ର ଅସ୍ତ୍ରୋପଚାର ଗୃହରେ ପ୍ରଥମ ସର୍ଜରୀ କରାଯାଇଛି । ସର୍ପ ଦଂଶନରେ ଡାହାଣ ହାତ ନଷ୍ଟ ହୋଇଯାଇଥିବା ସ୍ଥାନ ଗୁଡିକ ଚିହ୍ନଟ କରାଯାଇ ସେହି ସ୍ଥାନରେ ପେଟରୁ କିଛି ଚମଡା ଓ ମାଂସ ଅଣାଯାଇ ପ୍ଲାଷ୍ଟିକ ସର୍ଜରୀ କରାଯାଇଥିଲା । ତେବେ ହାତକୁ ସମ୍ପୂର୍ଣ୍ଣ ଭାବେ ବଞ୍ଚାଇବା ଲାଗି ଡାକ୍ତରୀ ଟିମ ଚେଷ୍ଟା ଜାରି ରଖିଛନ୍ତି । ତେବେ ଅସ୍ତ୍ରୋପଚାର ତୃତୀୟ ସପ୍ତାହ ପରେ ପୁଣି ଥରେ ମଞ୍ଜୁଳାର ଦ୍ୱିତୀୟ ସର୍ଜରୀ କରାଯିବ ବୋଲି ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ନାୟକ ସୂଚନା ଦେଇଛନ୍ତି । ବର୍ତ୍ତମାନ ମଞ୍ଜୁଳାର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଏସସିବି ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ ଯେ, ବାଲିଝର ଗାଁର ୯ବର୍ଷର ବାଳିକା ମଞ୍ଜୁଳା ନାଗ ସାପ ଦଂଶନର ଶିକାର ହୋଇଥିଲେ । ଏହାପରେ ତାଙ୍କୁ ପ୍ରଥମେ ଉମରକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଜିଲ୍ଲା ନବରଙ୍ଗପୁର ସଦର ମହକୁମା ମେଡିକାଲକୁ ନିଆଯାଇଥିଲା । ମାତ୍ର ଅବସ୍ଥା ଗୁରୁତର ଥିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସା ନିମନ୍ତେ ମଞ୍ଜୁଳାଙ୍କୁ କଟକ ସ୍ଥିତ ବଡ଼ମେଡ଼ିକାଲ (ଏସସିବି)ରେ ଭର୍ତ୍ତି କରାଯାଇଥିଲା । ଗତ ଗୁରୁବାର ତାଙ୍କୁ ପ୍ରଥମେ ଆଶୁ ଚିକିତ୍ସାଳୟ ଭର୍ତ୍ତି କରାଯିବା ପରେ ସର୍ଜରୀ ୱାର୍ଡକୁ ସ୍ଥାନାନ୍ତରିତ କରାଯାଇଥିଲା । ପରେ ଉନ୍ନତ ଚିକିତ୍ସା ଲାଗି ଗୁରୁବାର ପ୍ଳାଷ୍ଟିକ ସର୍ଜରୀ ବିଭାଗରେ ଭର୍ତ୍ତି କରାଯାଇଛି । ତାକୁ ପ୍ଲାଷ୍ଟିକ ସର୍ଜରୀ ଶଯ୍ୟା ସଂଖ୍ୟା ୬୨୭ରେ ରଖାଯାଇ ଚିକିତ୍ସା କରାଯାଉଛି । ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ନାୟକଙ୍କ ତତ୍ତ୍ୱାବଧାନରେ ତାଙ୍କୁ ଚିକିତ୍ସା କରାଯାଉଛି । ବିଷରେ ମଞ୍ଜୁଳାଙ୍କର ଡାହାଣ ହାତ ପ୍ରଭାବିତ ହୋଇଥିବା ବେଳେ କିଛି ସ୍ନାୟୁ ନଷ୍ଟ ହୋଇ ହାତର ଦୁଇଟି ଆଙ୍ଗୁଠି ସମ୍ପୂର୍ଣ୍ଣ ପଚି ଯାଇଛି । ଆଜି ଡାକ୍ତରୀ ଟିମର ପରାମର୍ଶ ପରେ ପ୍ରଥମ ଅସ୍ତ୍ରୋପଚାର ହୋଇଥିଲା ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ