ସାଟେଲାଇଟ୍ ଇମେଜରି ମାଧ୍ୟମରେ ପ୍ରକୃତ ଧାନଚାଷ ପ୍ଲଟ୍‌ର ଯାଞ୍ଚ ପ୍ରକ୍ରିୟାର ସମୀକ୍ଷା ଆରମ୍ଭ

ସାଟେଲାଇଟ୍ ଇମେଜରି ମାଧ୍ୟମରେ ପ୍ରକୃତ ଧାନଚାଷ ପ୍ଲଟ୍‌ର ଯାଞ୍ଚ ପ୍ରକ୍ରିୟାର ସମୀକ୍ଷା ଆରମ୍ଭ

ସାଟେଲାଇଟ୍ ଇମେଜରି ମାଧ୍ୟମରେ ପ୍ରକୃତ ଧାନଚାଷ ପ୍ଲଟ୍‌ର ଯାଞ୍ଚ ପ୍ରକ୍ରିୟାର ସମୀକ୍ଷା ଆରମ୍ଭ


ଭୁବନେଶ୍ୱର(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରବର୍ତ୍ତିତ ୫-‘ଟି’ ଅନ୍ତର୍ଗତ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଦ୍ୱାରା ରାଜ୍ୟରେ ଚଳିତ ଖରିଫ ଧାନସଂଗ୍ରହ ନିମନ୍ତେ ଏକ ନିର୍ଭୁଲ ଚାଷୀ ନାମପଞ୍ଜିକରଣ ତାଲିକା ପ୍ରସ୍ତୁତ କରାଯାଉଛି । ଏଥି ନିମନ୍ତେ ଓଡ଼ିଶା ସ୍ପେସ୍ ଆପ୍ଲିକେସନ୍ ସେଣ୍ଟର ସହଯୋଗରେ ସାଟେଲାଇଟ୍‌? ଇମେଜକୁ ବ୍ୟବହାର କରାଯାଉଛି । ଏହାକୁ ପାଇଲଟ୍ ପ୍ରକଳ୍ପ ଭାବରେ ରାଜ୍ୟର ୭ଟି ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଛି । ନାମ ପଞ୍ଜୀକରଣ ସମୟରେ ଚାଷୀମାନେ ଦେଇଥିବା ତଥ୍ୟ ଅନୁସାରେ ସଂପୃକ୍ତ ପ୍ଲଟ୍‌ରେ ଧାନଚାଷ କରାଯାଇଛି କି ନାହିଁ, ସେ ସଂପର୍କରେ ଯାଞ୍ଚ କରାଯାଉଛି । ଆଜି ଲୋକସେବା ଭବନଠାରେ ଆୟୋଜିତ ବୈଠକରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯାଞ୍ଚ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରି ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଶୀଘ୍ର ସାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଏକ ନିର୍ଭୁଲ ଚାଷୀ ପଞ୍ଜୀକରଣ ତାଲିକା ପ୍ରସ୍ତୁତ କରିବାକୁ ବିଭାଗ ପକ୍ଷରୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି ଓ ପ୍ରକୃତ ଚାଷୀମାନେ ଯେପରି ସର୍ବନିମ୍ନ ସହାୟକ ମୂଲ୍ୟରେ ମଣ୍ଡିରେ ସେମାନଙ୍କ ଖରିଫ ଧାନ ବିିକ୍ରି କରିପାରିବେ ସେଥିନିମନ୍ତେ ରାଜ୍ୟ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ଓରସାକ୍ ସହାୟତାରେ ସାଟେଲାଇଟ୍ ଦ୍ୱାରା ଉତ୍ତୋଳିତ ଫଟୋଚିତ୍ର ବିଶ୍ଳେଷଣ ମାଧ୍ୟମରେ ଧାନଚାଷ ସମ୍ପର୍କରେ ପ୍ରକୃତ ତଥ୍ୟ ସଂଗ୍ରହରେ ସହାୟକ ହୋଇପାରୁଛି । ଉତ୍ତୋଳିତ ହାଇ ରିଜୋଲ୍ୟୁସନ୍ ଫଟୋଚିତ୍ରକୁ ରାଜସ୍ୱ ବିଭାଗର କାଡାଷ୍ଟ୍ରାଲ୍ ମ୍ୟାପ୍ ଓ ଜମିଜମା ପଟ୍ଟା ସହିତ ଜିଓ ରେଫରେନ୍ସିଂ ମାଧ୍ୟମରେ ମେଳ କରାଯାଇ ଧାନଚାଷ ସମ୍ବନ୍ଧିତ ପ୍ଲଟ ଯାଞ୍ଚ କରାଯାଉଛି । ଏଥି ସହିତ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଭାଗ ଦ୍ୱାରା ମଣ୍ଡିରେ ଧାନସଂଗ୍ରହ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରି ମଣ୍ଡି ଦାୟିତ୍ୱରେ ଥିବା କ୍ଷେତ୍ର ଅଧିକାରୀମାନେ ଅଧିକ ତତ୍ପର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପ୍ରତ୍ୟେକ ମଣ୍ଡିରେ ଜିଲ୍ଲା ଧାନସଂଗ୍ରହ କମିଟି ଦ୍ୱାରା ପ୍ରସ୍ତୁତ ଧାର୍ଯ୍ୟ ତାରିଖରେ ଧାନକିଣା କାର୍ଯ୍ୟ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ମଣ୍ଡିରେ ମାସ୍କ ପରିଧାନ, ସାମାଜିକ ଦୂରତ୍ୱ, ସାନିଟାଇଜର ବ୍ୟବହାର ସହିତ ସମସ୍ତ କୋଭିଡ୍ ମାର୍ଗଦର୍ଶିକାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ବୈଠକରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବୀରବିକ୍ରମ ଯାଦବ ସାଟେଲାଇଟ୍ ଇମେଜରି ମାଧ୍ୟମରେ ଯାଞ୍ଚ ପ୍ରକ୍ରିୟା ଏବଂ ଖରିଫ୍ ଧାନସଂଗ୍ରହର ସଦ୍ୟତମ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ବୈଠକରେ ଓରସାକ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡକ୍ଟର ପି.କେ. ମଲ୍ଲିକଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ