ସାଇବର ଅପରାଧ: ୨ଠକ ଗିରଫ, ଲକ୍ଷାଧିକ ଟଙ୍କା ସହ ମୋବାଇଲ ଓ ବାଇକ୍ ଜବତ

ସାଇବର ଅପରାଧ: ୨ଠକ ଗିରଫ, ଲକ୍ଷାଧିକ ଟଙ୍କା ସହ ମୋବାଇଲ ଓ ବାଇକ୍ ଜବତ

ସାଇବର ଅପରାଧ: ୨ଠକ ଗିରଫ, ଲକ୍ଷାଧିକ ଟଙ୍କା ସହ ମୋବାଇଲ ଓ ବାଇକ୍ ଜବତ
କଟକ(ଏନ୍.ଏମ୍.): କରୋନା ମହାମାରୀ ହେତୁ ଅନେକ ସରକାରୀ ଓ ବେସରକାରୀ କର୍ମଚାରୀ ଘରେ ରହି ଅନ୍ ଲାଇନ ଯୋଗେ କାର୍ଯ୍ୟ କରୁଛନ୍ତି । ଲକ୍ ଡାଉନ ଓ ସଟ୍ ଡାଉନ୍ ଲାଗି ରହିଥିବାରୁ ଅନଲାଇନ ବ୍ୟବସାୟ ବୃଦ୍ଧି ପାଇଛି । ସେହି ହାରରେ ସାଇବର ଠକେଇ ମଧ୍ୟ ବୃଦ୍ଧି ପାଉଛି । ସାଇବର ଠକମାନେ ମୋବାଇଲ ଓ ହ୍ୱାଟସଅପ ମାଧ୍ୟମରେ ବିଭିନ୍ନ ପରିଚୟ ଓ ଲୋଭନୀୟ ପ୍ରସ୍ତାବମାନ ଦେଇ କୋଟି କୋଟି ଟଙ୍କା ଠକି ନେଇଯାଉଛନ୍ତି । ପୁଲିସ ଓ ବ୍ୟାଙ୍କ ପକ୍ଷରୁ ବାରମ୍ବାର ଏ ନେଇ ସଚେତନତା ସୃଷ୍ଟି କରାଯାଉଥିଲେ ମଧ୍ୟ ଲୋକ ସଚେତନ ହେଉ ନାହାନ୍ତି । ଅନେକ ସମୟରେ ଲୋଭର ବଶବର୍ତ୍ତୀ ହୋଇ ମଧ୍ୟ ଠକାମୀର ଶୀକାର ହେଉଛନ୍ତି । ବିଶେଷ କରି ବରିଷ୍ଠ ନାଗରିକମାନେ ଅତ୍ୟାଧୁନିକ ଜ୍ଞାନ କୌଶଳରେ ଦୁର୍ବଳ ଥିବାରୁ ସେମାନେ ହିଁ ଅଧିକ ସଂଖ୍ୟାରେ ଠକେଇରେ ପଡ଼ୁଥିବା ଦେଖା ଯାଉଛି ।
ବ୍ୟାଙ୍କ ବା ଏଲଆଇସି ଆଦିର ମ୍ୟାନେଜର ପରିଚୟ ଦେଇ ଅନ୍ ଲାଇନରେ ଟଙ୍କା ଠକି ନେଉଥିବା ୨ ଜଣ ଠକଙ୍କୁ ଚାଉଳିଆଗଞ୍ଜ ଥାନା ପୁଲିସ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧ ଲକ୍ଷ ୯ ହଜାର ଟଙ୍କା, ୩ଟି ମୋବାଇଲ ଫୋନ୍, ୪ଟି ସିମ୍ କାର୍ଡ଼ ଓ ଗୋଟିଏ ମାଷ୍ଟୋ୍ର ସ୍କୁଟର ଜବତ କରିଛି । ଗିରଫ ଅଭିଯୁକ୍ତ ଦ୍ୱୟ ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ହୀରଣପଡ଼ାର ସୁପ୍ରଭାତ ମହାପାତ୍ର(୨୬) ଓ ଜଗତସିଂହପୁର ଜିଲ୍ଲା ବିରିଡ଼ି ଥାନା ଅନ୍ତର୍ଗତ ମଙ୍ଗୁଳିର ତନ୍ମୟ କୁମାର ବେହେରା(୨୪) । ମିଳିଥିବା ସୂଚନା ଅନୁଯାୟୀ ଗତ ୩ ତାରିଖ ସଂଧ୍ୟ ୫ଟାରେ ନୟାବାଜାର ଶ୍ରୀମା ବିହାରଷ୍ରବିନାରାୟଣ ମହାପାତ୍ରଙ୍କ ନିକଟକୁ ୭୮୭୩୯୦୨୦୫୮ନମ୍ବରରୁ ଏକ ଟେଲିଫୋନ ଆସିଥିଲା । ସଂପୃକ୍ତ ବ୍ୟକ୍ତି ନିଜକୁ ଏସବିଆଇର ବ୍ରାଞ୍ଚ ମ୍ୟାନେଜର ପରିଚୟ ଦେଇ ଶ୍ରୀ ମହାପାତ୍ରଙ୍କର ଇନସୁରାନସ ପଲିସି ମାଚୁରିଟି ବାବଦକୁ ୧ ଲକ୍ଷରୁ ଅଧିକ ଟଙ୍କାର ଚେକ୍ ଆସିଛି ଓ ସେହି ଚେକ୍ ଏନକ୍ୟାସ କରିବା ପାଇଁ କିଛି ଟଙ୍କା ପଠାଇବାକୁ ତାଙ୍କୁ ଅନୁରୋଧ କରିଥିଲେ । ଏହାକୁ ବିଶ୍ୱାସ କରି ଶ୍ରୀ ମହାପାତ୍ର ତାଙ୍କ ସଂଚୟ ଖାତା ୧୦୧୫୦୪୩୯୬୪୩ରୁ ୩୦ ହଜାର ଟଙ୍କା ଓ ଜମା ଖାତା ୩୨୪୦୪୩୮୦୭୪୬ରୁ ୧୫ ହଜାର ଟଙ୍କା ଫୋନ୍ପେ ମାଧ୍ୟମରେ ୬୩୭୦୨୯୨୭୬୮କୁ ପଠାଇଥିଲେ ଓ ତାହା ସଙ୍ଗେ ସଙ୍ଗେ ତାଙ୍କ ଆକାଉଣ୍ଟରୁ ମଧ୍ୟ କଟିଥିଲା । ମାତ୍ର କୌଣସି ଚେକ୍ ଆମାଉଣ୍ଟ ଡିପୋସିଟ ନହେବାରୁ ସେ ଠକାମୀର ଶୀକାର ହୋଇଥିବା ଜାଣିପାରି ସେହି ଦିନ ରାତି ସାଢେ ୮ଟାରେ ଥାନାରେ ଅଭିଯୋଗ କରିଥିଲେ । ଏନେଇ ୨୦୧ରେ ଆଇପିସି ୪୧୯, ୪୨୦ ଓ ଆଇଟି ଆକ୍ଟ ୬୬(ଗ) ଓ (ଘ)ରେ ଏକ ମାମଲା ରୁଜୁ କରାଯାଇଥିଲା । ତଦନ୍ତ ସମୟରେ ଟେଲିଫୋନ କଲ୍ ଓ ବ୍ୟାଙ୍କ ଆକାଉଣ୍ଟର ପୁଙ୍ଖାନୁପୁଙ୍ଖ ରିପୋର୍ଟ ସଂଗ୍ରହ କରାଯିବା ପରେ ଅଭିଯୁକ୍ତର ସଂପୃକ୍ତି ଜଣା ପଡ଼ିଥିଲା । ଅଭିଯୁକ୍ତ ଜଣେ ପେସାଦାର ଠକ । ସେ ନିୟମିତ ଭାବେ ନିଜକୁ ବ୍ୟାଙ୍କ ବା ବୀମା କମ୍ପାନୀର ବ୍ରାଞ୍ଚ ମ୍ୟାନେଜର ପରିଚୟ ଦେଇ ଅନେକ ନମ୍ବରରେ ଫୋନ୍ କରନ୍ତି । ଯେଉଁମାନେ ତାଙ୍କ ଶୀକାରରେ ପଡ଼ନ୍ତି ସେମାନେ ୟୁପିଆଇ ମାଧ୍ୟମରେ ଦେଉଥିବା ଟଙ୍କାକୁ ସେ ଏଟିଏମରୁ ଉଠାଇ ନେଉଥିଲା । ଅଭିଯୁକ୍ତଙ୍କୁ ଗତ କାଲି ଗିରଫ କରାଯାଇଛି । ସୁପ୍ରଭାତ ବିରୋଧରେ କଟକ, ପୁରୀ, ଢେଙ୍କାନାଳ, ଅନୁଗୁଳ, ଯାଜପୁର, ମାଲକାନଗିରି, ଖୋର୍ଦ୍ଧା ଆଦି ଜିଲ୍ଲାର ବିଭିନ୍ନ ଥାନାରେ ମୋଟ୍ ୨୪ ଟି ମାମଲା ରହିଥିବା ଜଣାପଡ଼ିଥିବା ବେଳେ ସେମାନଙ୍କ ଅପରାଧିକ କାର୍ଯ୍ୟ କଳାପର ଛାନଭିନ୍ ଜାରି ରହିଛି । ଆଜି ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ