ଚାଉଳିଆଗଞ୍ଜ ଓ ମର୍କତନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉପଲବ୍ଧ ହେବ ଦ୍ୱିତୀୟ ପାନ କରୋନା ଟିକା

ଚାଉଳିଆଗଞ୍ଜ ଓ ମର୍କତନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉପଲବ୍ଧ ହେବ ଦ୍ୱିତୀୟ ପାନ କରୋନା ଟିକା

ଚାଉଳିଆଗଞ୍ଜ ଓ ମର୍କତନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉପଲବ୍ଧ ହେବ ଦ୍ୱିତୀୟ ପାନ କରୋନା ଟିକା
କଟକ(ଏନ୍.ଏମ୍.): ସହରରେ ପୁଣିଥରେ କୋଭିସିଲ୍ଡର ଦ୍ୱିତୀୟ ପାନ (ଡୋଜ୍) ଟିକାକରଣ ଆରମ୍ଭ ହେବ । ସୋମବାର ଚାଉଳିଆଗଞ୍ଜ ଓ ମର୍କତନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ଟିକାକରଣ କରାଯିବ । ପୂର୍ବାହ୍ଣ ୯ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ଟିକାକରଣ ଚାଲିବ । ଏଥିପାଇଁ ଅନଲାଇନ୍ର ଅନୁମତିପତ୍ର ଆବଶ୍ୟକତା ନାହିଁ । ଯେଉଁମାନେ ଦ୍ୱିତୀୟ ପାନ ନେବା ପାଇଁ ମାନଦଣ୍ଡ ପୂରଣ କରୁଥିବେ ସେମାନେ ଏହି କେନ୍ଦ୍ରରେ ଟିକା ନେଇପାରିବେ ବୋଲି କଟକ ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି । ପ୍ରଥମ ପାନ ଟିକା ନେବାର ୮୪ ଦିନ ପୂରଣ ହୋଇସାରିଛି କେବଳ ସେହିମାନେ ଏହି ଟିକା ନେଇପାରିବେ । ଟିକାକରଣ କେନ୍ଦ୍ରକୁ ଯିବା ସମୟରେ ପ୍ରଥମ ପାନ ଟିକା ନେବାର ଯାଞ୍ଚ ପ୍ରମାଣପତ୍ର ବା ପରିଚୟ ପ୍ରମାଣପତ୍ର ସାଙ୍ଗରେ ନେବାକୁ ପଡ଼ିବ । କୌଣସି କାରଣରୁ ଯଦି ପ୍ରଥମ ପାନ ନେବାର ପ୍ରମାଣପତ୍ର ନାହିଁ ତେବେ ପଞ୍ଜିକୃତ ଭ୍ରାମ୍ୟମାଣର ଦୂରଭାଷ (ମୋବାଇଲ୍)କୁ ଦିଆଯାଇଥିବା ପ୍ରଥମ ପାନ ସଂକ୍ରାନ୍ତୀୟ ସୂଚନାକୁ ଦେଖାଇବା ପରେ ଯାଞ୍ଚ କରାଯାଇ ଟିକା ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ