ସାଂସଦ ଭର୍ତ୍ତୃହରିଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ, ଭୋପାଳର ଏକ ମହିଳା ଥାନାରେ ଏଫ୍‌ଆଇଆର୍ ଦେଲେ ବୋହୂ

ସାଂସଦ ଭର୍ତ୍ତୃହରିଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ, ଭୋପାଳର ଏକ ମହିଳା ଥାନାରେ ଏଫ୍‌ଆଇଆର୍ ଦେଲେ ବୋହୂ

ସାଂସଦ ଭର୍ତ୍ତୃହରିଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ, ଭୋପାଳର ଏକ ମହିଳା ଥାନାରେ ଏଫ୍‌ଆଇଆର୍ ଦେଲେ ବୋହୂ


ଭୁବନେଶ୍ୱର (ଏନ୍‌.ଏମ୍‌.): ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ନାମରେ ଯୌତୁକ ନିର୍ଯ୍ୟାତନା ଅଭିଯୋଗ । ଅଭିଯୋଗ ପରେ ଏବେବିଜେଡି ସାଂସଦ ଶ୍ରୀ ମହତାବ ଅଡ଼ୁଆରେ ପଡ଼ିଛନ୍ତି । ତାଙ୍କ ସ୍ୱଚ୍ଛ ଭାବମୂର୍ତ୍ତି ଉପରେ କଳା ଦାଗ ଆସିଛି । ତାଙ୍କ ବୋହୂ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଏକ ମହିଳା ଥାନାରେ ଏଭଳି ଅଭିଯୋଗ କରିଥିବା ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଭର୍ତ୍ତୃହରିଙ୍କ ସହିତ ତାଙ୍କ ପତ୍ନୀ ଓ ପୁଅ ଲୋକରଞ୍ଜନଙ୍କ ବିରୋଧରେ ମଧ୍ୟ ଯୌତୁକ ନିର୍ଯାତନା ଅଭିଯୋଗ ହୋଇଛି । ତେବେ ଅଭିଯୋଗ ସମ୍ପର୍କରେ ସାଂସଦ ଶ୍ରୀ ମହତାବଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
ଜାତୀୟ ଗଣମାଧ୍ୟମ ଗୁଡ଼ିକରେ ପ୍ରକାଶିତ ଖବର ଅନୁଯାୟୀ, ଶ୍ରୀ ମହତାବଙ୍କ ବୋହୂ ସାକ୍ଷୀ ଗତ ମଙ୍ଗଳବାର ଦିନ ମହିଳା ଥାନାରେ ଏଫ୍‌ଆଇଆର୍ ଦେଇଥିଲେ । ତାଙ୍କ ଅଭିଯୋଗ ଆଧାରରେ ଭର୍ତ୍ତୃହରି, ତାଙ୍କ ପତ୍ନୀ ଓ ପୁଅଙ୍କ ବିରୋଧରେ ଆଇପିସିର ଧାରା ୪୯୮ (ଏ), ୫୦୬, ୩୪ ଓ ଯୌତୁକ ନିର୍ଯାତନା ଆଇନ ଅନୁସାରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି । ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରି ଦେଇଛି । ସୂଚନା ଅନୁଯାୟୀ ଶ୍ରୀ ମହତାବଙ୍କ ବୋହୂ ଅଭିଯୋଗ କରିଛନ୍ତି ଯେ, ତାଙ୍କ ବାହାଘରରେ ତାଙ୍କ ବାପ ଘରେ ଲୋକେ ଅଢ଼େଇ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ।ମାତ୍ର ଶାଶୁଘର ଲୋକେ ସେତିକିରେ ସନ୍ତୁଷ୍ଟ ହୋଇନଥିଲେ; ସେମାନେ ଯୌତୁକ ପାଇଁ ନିର୍ଯାତନା ଦେଉଥିବା ଅଭିଯୋଗରେ ଉଲ୍ଲେଖ ରହିଛି । ବାହାଘର ପରେ ପରେ ହିଁ ତାଙ୍କ ଉପରେ ଯୌତୁକ ପାଇଁ ନିର୍ଯାତନା ଆରମ୍ଭ ହୋଇଥିଲା । ସେଥିପାଇଁ ସେ ତାଙ୍କ ବାପ ଘର ଭୋପାଳ ପଳାଇ ଆସି କୋର୍ଟରେ ମାମଲା ରୁଜୁ କରିଥିଲେ । ସାକ୍ଷୀ ଆହୁରି କହିଛନ୍ତି ଯେ, ତାଙ୍କୁ ପାଖରେ ରଖିବା ଲାଗି କୋର୍ଟ ତାଙ୍କ ସ୍ୱାମୀ ଲୋକରଞ୍ଜନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଶ୍ୱଶୁର ଘର ଲୋକଙ୍କ ଉପରେ ଏହାର କିଛି ପ୍ରଭାବ ପଡ଼ି ନଥିଲା । ୨୦୧୮ ମସିହାରେ ଯେତେବେଳେ ନୂଆଦିଲ୍ଲୀ ସ୍ଥିତ ତାଙ୍କ ଶ୍ୱଶୁର ଘରକୁ ଯାଇଥିଲେ, ସେତେବେଳେ ତାଙ୍କୁ ଘରେ ପ୍ରବେଶ କରିବାକୁ ଅନୁମତି ମିଳି ନଥିଲା । ତେଣୁ ସେ ପୁଣି ଭୋପାଳ ଫେରି ଯାଇଥିଲେ । ତେବେ ସେ ଆଶା ନଛାଡ଼ି ଅପେକ୍ଷା କରିଥିଲେ । କିନ୍ତୁ ଶ୍ୱଶୁର ଘର ପକ୍ଷରୁ ତାଙ୍କୁ ଗ୍ରହଣ କରିବା ନେଇ କୌଣସି ସୂଚନା ନଆସିବା ପରେ ସେ ବାଧ୍ୟ ହୋଇ ମହିଳା ଥାନାରେ ଏଫ୍‌ଆଇଆର୍ ଦେଇଛନ୍ତି । ସୂଚନାଯୋଗ୍ୟ, ୨୦୧୬ ମସିହା ଡିସେମ୍ବର ମାସରେ ଭର୍ତ୍ତୃହରି ମହତାବଙ୍କ ପୁଅ ଲୋରଞ୍ଜନ (୩୮)ଙ୍କ ବାହାଘର ହୋଇଥିଲା । ସେଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଯୋଗଦେଇଥିଲେ ।

Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ