ସର୍ବଭାରତୀୟ କେନ୍ଦ୍ର ପେନସନର୍ସ ସଂଘ ତରଫରୁ ଅଷ୍ଟାଦଶତମ ଦ୍ୱି-ବାର୍ଷିକ ସମ୍ମିଳନୀ

ସର୍ବଭାରତୀୟ କେନ୍ଦ୍ର ପେନସନର୍ସ ସଂଘ ତରଫରୁ ଅଷ୍ଟାଦଶତମ ଦ୍ୱି-ବାର୍ଷିକ ସମ୍ମିଳନୀ

ସର୍ବଭାରତୀୟ କେନ୍ଦ୍ର ପେନସନର୍ସ ସଂଘ ତରଫରୁ ଅଷ୍ଟାଦଶତମ ଦ୍ୱି-ବାର୍ଷିକ ସମ୍ମିଳନୀ

ଫଟୋ- ପଦ୍ମଲୋଚନ ମିଶ୍ର

କଟକ (ଏନ୍‌.ଏମ୍‌.): ସର୍ବଭାରତୀୟ କେନ୍ଦ୍ର ପେନସରର୍ସ ସଂଘ ଓଡ଼ିଶା କଟକ ତରଫରୁ ସଂଘର ଅଷ୍ଟାଦଶତମ ଦ୍ୱି-ବାର୍ଷିକ ସମ୍ମିଳନୀ ସ୍ଥାନୀୟ କଟକ ମହାନଦୀ ବିହାର ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଡାକ ବିଭାଗର ପୂର୍ବତନ ସଚିବ ପ୍ରଦୀପ୍ତ କୁମାର ବିଷୋଇ ମୁଖ୍ୟଅତିଥି ଓ ଆୟକର ବିଭାଗର ପୂର୍ବତନ ପ୍ରିନ୍ସିପାଲ କମିଶନର ଶରତ କୁମାର ଦାଶ ମୁଖ୍ୟବକ୍ତା ଭାବରେ ଯୋଗଦେଇଥିଲେ । ସକାଳ ନଅ ଘଟିକାରେ ସଭାପତି ଜୟକୃଷ୍ଣ ଆଚାର୍ଯ୍ୟ ସଂଘର ପରିଚାଳନା ଇଲେକନ କରିଥିଲେ । ପ୍ରାରମ୍ଭିକ ଅଧିବେଶନରେ ଓଡିଶାର ବିଭିନ୍ନ ପ୍ରାନ୍ତରୁ ସଂଘର ସଦସ୍ୟ ଓ ଶାଖା କର୍ମକର୍ତ୍ତାମାନେ ଯୋଗଦେଇ ସଂଘର ଆଭିମୁଖ୍ୟ, ବିଭିନ୍ନ ସମସ୍ୟା ଓ ସରକାରଙ୍କ ପାଖରେ ବିଭିନ୍ନ ଦାବି ସମ୍ପର୍କରେ ଆଲୋଚନା କରିଥିଲେ । ସଭାପତି ଶ୍ରୀ ଆଚାର୍ଯ୍ୟ ସମସ୍ତଙ୍କୁ ସ୍ୱାଗତ କରିବା ପରେ ସାଧାରଣ ସମ୍ପାଦକ ନିର୍ମଲେନ୍ଦ୍ର ଗୁପ୍ତ ବାର୍ଷିକ ବିବରଣୀ ଓ ଅର୍ଥ ସମ୍ପାଦକ ରବୀନ୍ଦ୍ର ପ୍ରସାଦ ତ୍ରିପାଠୀ ଆୟବ୍ୟୟ ବିବରଣୀ ପାଠ କରିଥିଲେ । ସଂଘର ସମ୍ବିଧାନ ସଂଶୋଧନ ପାଇଁ ଆସିଥିବା ପ୍ରସ୍ତାବ ଆଲୋଚନା ପରେ ଗୃହୀତ ହୋଇଥିଲା । ଖୋଲା ଅଧିବେଶନ ରେ ମୁଖ୍ୟବକ୍ତା ଶ୍ରୀ ଦାଶ କହିଥିଲେ ଯେ ସରକାର ପେନସନଭୋଗୀଙ୍କ ଆୟକୁ କରମୁକ୍ତ କରିବା ଆବଶ୍ୟକ । ମୁଖ୍ୟ ଅତିଥି ଶ୍ରୀ ବିଷୋଇ କହିଲେ ଯେ ଅବସର ପରେ ଲୋକେ କେବଳ ଘରେ ବସି ନଉଛି ଲିଖନ, ପଠନ, କ୍ରମଣ ପ୍ରଭୃତିରେ ନିଜକୁ ବ୍ୟସ୍ତ ରଖିବା ଉଚିତ । ସମ୍ମିଳନୀରେ ୭୫ବର୍ଷରୁ ଉର୍ଦ୍ଧ୍ୱ ସଦସ୍ୟମାନଙ୍କୁ ସମ୍ବଦ୍ଧିତ କରାଯାଇଥିଲା । ଅପରାହ୍ନ ଅଧିବେଶନରେ ଆଗାମୀ ୨୦୨୨ରୁ ୨୦୨୪, ଦୁଇ ବର୍ଷ ପାଇଁ ସଂଘର ନୂତନ କର୍ମକର୍ତ୍ତା, ଯଥା ସର୍ବଶ୍ରୀ ଜୟକୃଷ୍ଣ ଆଚାର୍ଯ୍ୟ ସଭାପତି, ନିର୍ମାଲେନ୍ଦୁ ଗୁପ୍ତ ଓ ବିଜୟରାମ ମହାନ୍ତି କାର୍ଯ୍ୟକାରୀ ସଭାପତି, ଅଭିମନ୍ୟୁ ନାୟକ ସାଧାରଣ ସମ୍ପାଦକ ରବୀନ୍ଦ୍ରପ୍ରସାଦ ତ୍ରିପାଠୀ ସଂଯୁକ୍ତ ସାଧାରଣ ସମ୍ପାଦକ, ପାଞ୍ଚ ଜଣ ଉପସଭାପତି ଯଥା ସୁରେନ୍ଦ୍ର କୁମାର ବେହେରା, ଭଗବାନ ସାମଲ, ଭୈରବ କୁମାର ସାମଲ, ଖଗେଶ୍ୱର ମହନ୍ତ ଓ ପୀତାମ୍ବର ଲେଙ୍କା, ଟି ସୁନା ରାଓ ସଂଗଠନ ସମ୍ପାଦକ,ନିକୁଞ୍ଜ ବିହାରୀ ରଥ ଅର୍ଥ ସମ୍ପାଦକ, ବସନ୍ତ କୁମାର ମହାଡି ଲୋକସମ୍ପର୍କ ସମ୍ପାଦକ ଓ ହରିନାରାୟଣ ବେବର୍ତ୍ତା ପ୍ରଶାସନିକ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲେ । ଏତଦ ବ୍ୟତୀତ କାର୍ଯ୍ୟକାରିଣୀ ସମିତିକୁ ଏଗାର ଜଣ ସଦସ୍ୟ ନିର୍ବାଚିତ ହୋଇଥିଲେ । ଶ୍ରୀ ବିଭୁତି ଭୂଷଣ ପ୍ରଧାନ ଙ୍କୁ ଅଭିଟର ଭାବେ ମନୋନୀତ କରାଯାଇଥିଲା । ଶ୍ରୀ ରବୀନ୍ଦ୍ର ପ୍ରସାଦ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି