ସର୍ବନିମ୍ନ ପେନସନ ବୃଦ୍ଧି ଦାବିରେ ଇପିଏଫ୍ ପେନସନ ସଂଘର ଆନ୍ଦୋଳନ ଡାକରା

ସର୍ବନିମ୍ନ ପେନସନ ବୃଦ୍ଧି ଦାବିରେ ଇପିଏଫ୍ ପେନସନ ସଂଘର ଆନ୍ଦୋଳନ ଡାକରା

ସର୍ବନିମ୍ନ ପେନସନ ବୃଦ୍ଧି ଦାବିରେ ଇପିଏଫ୍ ପେନସନ ସଂଘର ଆନ୍ଦୋଳନ ଡାକରା

News by Rajendra Pradhan (Cuttack)

#କଟକ(ଏନ୍‌.ଏମ୍‌.): ଓଡ଼ିଶା ସମେତ ସାରା ଦେଶରେ ଥିବା ୭୫ ଲକ୍ଷ ଇପିଏଫ୍ ପେନସନଭୋଗୀ ବରିଷ୍ଠ ନାଗରିକମାନଙ୍କୁ ପେନସନ ବୃଦ୍ଧି ବାବଦରେ କେନ୍ଦ୍ର ସରକାର ପ୍ରତାରିତ କରିଥିବାରୁ ଆଗାମୀ ଦିନରେ ଏହା ବିରୁଦ୍ଧରେ ରାଜ୍ୟବ୍ୟାପି ଆନ୍ଦୋଳନ କରିବା ଲାଗି ନିଷ୍ପତ୍ତି ହୋଇଛି । ଅଲ୍ ଓଡ଼ିଶା ଇପିଏଫ୍ ପେନସନରସ୍ ଆସୋସିଏସନ୍‌ର ରାଜ୍ୟ କମିଟି ବୈଠକରେ ଏ ବାବଦରେ ବିସ୍ତୃତ ଆଲୋଚନା ହୋଇ ସର୍ବ ସମ୍ମତ ପ୍ରସ୍ତାବ ଗ୍ରହଣ କରାଯାଇଛି । ସ୍ଥାନୀୟ ଖାନନଗର ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଏହି ବୈଠକରେ ରାଜ୍ୟ ସଭାପତି ବିଜୟ କୁମାର ଜେନା ଅଧ୍ୟକ୍ଷତା କରିଥିଲେ । କେନ୍ଦ୍ର ସରକାର ୨୦୧୪ ସେପ୍େଟମ୍ବର ମାସରୁ ୧ହଜାର ଟଙ୍କା ସର୍ବନିମ୍ନ ପେନସନ ଦେବା ଲାଗି ଘୋଷଣା କରିଥିଲେ ମଧ୍ୟ ଅଧିକାଂଶ ପେନସନ ଭୋଗୀ ୧ହଜାର ଟଙ୍କାରୁ କମ୍ ପେନସନ ପାଇ ଅତ୍ୟନ୍ତ ଦୁଃଖ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି । ଇପିଏଫ୍ ପେନସନ ଭୋଗୀଙ୍କର ସର୍ବ ଭାରତୀୟ ସଂଗଠନ ଏବଂ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ଇପିଏଫ୍ ପେନସନରସ୍ ସଂଗଠନ ଗଣତାନ୍ତ୍ରିକ ଉପାୟରେ ପେନସନ ବୃଦ୍ଧି ଲଗି କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରି ଆସୁଛନ୍ତି । ସର୍ବନିମ୍ନ ମାସିକ ପେନସନ ୯ହଜାର ଟଙ୍କା ସହ ଦରଦାମ୍ ବୃଦ୍ଧିର ଭରଣା ଲାଗି ମହାଙ୍ଗା ଭତ୍ତା ଦେବା ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ବର୍ଦ୍ଧିତ ପେନସନ ଦେବାରେ କେନ୍ଦ୍ର ସରକାରଙ୍କ ଅବହେଳାକୁ ବୈଠକରେ ଘୋର ନିନ୍ଦା କରାଯାଇଥିଲା । ୨୦୧୩ ମସିହାର ଖୋସିଆର କମିଟି ଏବଂ ୨୦୨୧ ମସିହାର ମହତାବ କମିଟି ପେନସନ ବୃଦ୍ଧି ଲାଗି ଘୋଷଣା କରିଥିଲେ ମଧ୍ୟ କେନ୍ଦ୍ର ସରକାର ଏହାକୁ ଗ୍ରହଣ ନକରି ପକାଇ ରଖି ଥିବାରୁ ଇପିଏଫ୍ ପେନସନଭୋଗୀମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ଓ ନୈରାଶ୍ୟ ଦେଖା ଦେଇଛି । ଏହାର ପ୍ରତିଫଳନ ସାରା ଦେଶରେ ଆଗାମୀ ସାଧାରଣ ନିର୍ବାଚନରେ ଦେଖାଦେବ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ । ଏହିଭଳି ଆର୍ôଥକ ଅନଗ୍ରସର ଇପିଏଫ୍ ପେନସନ ଭୋଗୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଇବା ଲାଗି ରାଜ୍ୟ ସରକାରଙ୍କ ନିକଟରେ ମଧ୍ୟ ଦାବି ହୋଇ ଆସୁଛି । ଉପରୋକ୍ତ ସମସ୍ୟା ଗୁଡ଼ିକର ତୁରନ୍ତ ସମାଧାନ ନହେଲେ ଆଗାମୀ ଦିନରେ ବୃହତର ଆନ୍ଦୋଳନ କରିବାକୁ ବୈଠକରେ ସର୍ବସମ୍ମତ ନିଷ୍ପତି ନିଆଯାଇଛି । ଏହି ବୈଠକରେ ରାଜ୍ୟ ସାଧାରଣ ସମ୍ପାଦକ ତଥା ସର୍ବ ଭାରତୀୟ ଉପ ସଭାପତି ଭାଗ୍ୟଧର ବ୍ରହ୍ମାଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଉଦବୋଧନ ଦେଇ ଆଗାମୀ ଦିନର ଆନ୍ଦୋଳନକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ । ସରୋଜକାନ୍ତ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ