ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପ୍ରସ୍ତୁତି ଓ ପଦକ୍ଷେପ ସମ୍ପର୍କରେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ସୂଚନା

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପ୍ରସ୍ତୁତି ଓ ପଦକ୍ଷେପ ସମ୍ପର୍କରେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ସୂଚନା

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପ୍ରସ୍ତୁତି ଓ ପଦକ୍ଷେପ ସମ୍ପର୍କରେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ସୂଚନା


ଭୁବନେଶ୍ୱର(ଏନ୍‌.ଏମ୍‌.): ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା କହିଲେ ଯେ, ଗତ ଛଅ ଘଣ୍ଟା ମଧ୍ୟରେ ଅବପାତ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅତିକ୍ରମ କରି ଉତ୍ତର-ପଶ୍ଚିମ ଦିଗକୁ ଘଣ୍ଟା ପ୍ରତି ୩୨ କିଲୋମିଟର ବେଗରେ ଗତି କରି ଏକ ତୀବ୍ର ଅବପାତର ରୂପ ଧାରଣ କରିଛି । ଭାରତୀୟ ସମୟ ଅନୁଯାୟୀ ଡିସେମ୍ବର ୩ ତାରିଖ ସକାଳ ୫.୩୦ରେ ପଶ୍ଚିମ କେନ୍ଦ୍ରୀୟ ଅଞ୍ଚଳରେ ଅବପାତ ସକ୍ରିୟ ରହିଛି । ବଙ୍ଗୋପସାଗର ନିକଟରେ ୧୩.୪ଂ ଉତ୍ତର ଅକ୍ଷାଂଶ ଏବଂ ୮୬.୪ଂ ପୂର୍ବ ଦ୍ରାଘିମାରେ ରହିଛି । ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରୁ ୫୮୦ କିମି ଦକ୍ଷିଣ-ଦକ୍ଷିଣପୂର୍ବ, ଓଡ଼ିଶାର ଗୋପାଳପୁରଠାରୁ ୬୭୦ କିମି ଦକ୍ଷିଣ-ଦକ୍ଷିଣପୂର୍ବ ଏବଂ ପାରାଦୀପଠାରୁ ୭୬୦ କିମି ଦକ୍ଷିଣ-ଦକ୍ଷିଣପଶ୍ଚିମରେ ରହିଛି ବାତ୍ୟା ଜୱାଦ ।
ଆଶା କରାଯାଉଛି ଏହା ଉତ୍ତରପଶ୍ଚିମ ଦିଗକୁ ଗତି କରି ଆସନ୍ତା ୧୨ ଘଣ୍ଟା ମଧ୍ୟରେ ତୀବ୍ର ବାତ୍ୟା ଝଡ଼ର ରୂପ ନେବାର ସମ୍ଭାବନା ରହିଛି । ଆସନ୍ତାକାଲି ଡିସେମ୍ବର ୪ ତାରିଖ ସକାଳ ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଉତ୍ତର ଆନ୍ଧ୍ରପ୍ରଦେଶ ହୋଇ ଦକ୍ଷିଣ ଓଡ଼ିଶା ଉପକୂଳ ଛୁଇଁବାର ଆଶା କରାଯାଉଛି । ଏହା ପରେ ଉତ୍ତରପଶ୍ଚିମ ଦିଗରେ ପୁନର୍ବାର ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳକୁ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ଘଣ୍ଟା ପ୍ରତି ୮୦-୯୦ କିମି ଦ୍ରୁତ ଗତିରେ ୧୦୦ କିମି ପର୍ଯ୍ୟନ୍ତ ଗତି କରିବାର ସମ୍ଭାବନା ଅଛି । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ସଂପର୍କରେ ସ୍ୱତନ୍ତ୍ର ରିଲିଫ୍ କମିଶନର ସମସ୍ତ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିଛନ୍ତି । ଜିଲ୍ଲାପାଳମାନଙ୍କୁ ଉପକୂଳବର୍ତ୍ତୀ ତଥା ତଳିଆ ଅଞ୍ଚଳର ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରୀକରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପବନର ବେଗ ୮୦ରୁ ୯୦ କିମି ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ଏଥି ପାଇଁ ବିଦ୍ୟୁତ ସରବରାହ ବ୍ୟାହାତ ହୋଇପାରେ । ତେଣୁ ଦୁଇଦିନ ପାଇଁ ପାନୀୟ ଜଳ ସାଇତି ରଖିବା ଆବଶ୍ୟକ । ଅନ୍ୟପକ୍ଷରେ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଦିଗରେ ସରକାର ଦୃଷ୍ଟି ରଖିଛନ୍ତି । ବଜାରରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ଥିବାବେଳେ ଜନସାଧାରଣ ଆତଙ୍କିତ ହୋଇ ଏସବୁ ଅଯଥାରେ କିଣାକିଣି କରନ୍ତୁ ନାହିଁ । ବାତ୍ୟା ସମୟରେ ଜନସାଧାରଣ ବାହାରେ ବୁଲାବୁଲି କରନ୍ତୁ ନାହିଁ । ସମୁଦ୍ରକୂଳବର୍ତ୍ତୀ ସ୍ଥାନକୁ ଯାଆନ୍ତୁ ନାହିଁ । ସେହିପରି ମତ୍ସ୍ୟଜୀବୀମାନଙ୍କୁ ମାଛ ଧରିବାକୁ ଯିବା ପାଇଁ ବାରଣ କରାଯାଇଛି । ରାଜ୍ୟର ବିଡ଼ିଓ, ତହସିଲଦାର ଏବଂ ପୁଲିସ ଆଇଆଇସିମାନଙ୍କୁ ଲୋକଙ୍କୁ ତଳିିଆ ଅଞ୍ଚଳରୁ ଉଦ୍ଧାର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥି ନିମନ୍ତେ ପଞ୍ଚାୟତିରାଜ ବିଭାଗ, ଏସ୍‌ଏଚ୍‌ଜି ଏବଂ ସ୍ଥାନୀୟ ଏନ୍‌ଜିଓ ସହାୟତା କରିବେ । ବିଦ୍ୟାଳୟ ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ପ୍ରସ୍ତୁତ କରି ରଖାଯାଇଛି । ଆବଶ୍ୟକସ୍ଥଳେ ସରକାରୀ ଛାତ ଘର କିମ୍ବା ଘରୋଇ ଛାତଘରକୁ ମଧ୍ୟ ବାତ୍ୟା ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଇପାରିବ । ଜୀବନ ବଞ୍ଚାଇବା ଆମର ପ୍ରଥମ କର୍ତ୍ତବ୍ୟ ବୋଲି ଗଣମାଧ୍ୟମକୁ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରକାଶ କରିଛନ୍ତି ।

Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ