ସମ୍ପନ୍ନ ହେଲା ତିନି ଦିବସୀୟ କବୀର ପରମେଶ୍ୱର ନିର୍ବାଣ ଦିବସ
#କଟକ(ଏନ୍.ଏମ୍.): ସନ୍ଥ ରାମପାଲଜୀ ମହାରାଜାଙ୍କ ତତ୍ତ୍ୱାବଧାନରେ ସତ୍ୟଲୋକ ଆଶ୍ରମ କୁରୁକ୍ଷେତ୍ରରେ ପାଳିତ ହେଲା ପରମେଶ୍ୱର କବୀରଜୀଙ୍କ ନିର୍ବାଣ ଦିବସ । ଭାରତର ବିଭିନ୍ନ ରାଜ୍ୟ ତଥା ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଏହି କାର୍ଯ୍ୟକ୍ରମକୁ ଆସିଥିବା ଲକ୍ଷାଧିକ ଶ୍ରଦ୍ଧାଳୁ ସନ୍ଥ ଗରୀବ ଦାସଜୀ ମହାରାଜାଙ୍କ ଅମର ବାଣୀ ଶ୍ରବଣ କରିବା ସହିତ ପ୍ରସାଦ ସେବନ କରିଥିଲେ । କାର୍ଯ୍ୟକ୍ରମର ଆକର୍ଷଣ ଥିଲା ଯୌତୁକ ମୁକ୍ତ ବିବାହ । ଅତି ନିରାଡମ୍ବର ପୂର୍ଣ୍ଣ ଭାବେ କେବଳ ଗୁରୁବାଣୀ ପାଠ କରାଯାଇ ବିନା ଯୌତୁକ, ବିନା ବ୍ରାହ୍ମଣରେ ସାମୁହିକ ବିବିହ ସମ୍ପନ୍ନ କରାଯିବା ସହିତ ରକ୍ତଦାନ ଶିବିର, ନିଃଶୁଳ୍କ ନାମଦାନ ଓ ବିଶାଳ ଭୋଜନ-ଭଣ୍ଡାରର ଆୟୋଜନ କରାଯାଇଥିଲା । ନିର୍ବାଣ ଦିବସର ବିଶେଷତ୍ୱ ହେଉଛି କବୀର ସାହେବ ସେହିଦିନ ଅର୍ଥାତ୍ ମାଘ ମାସ ଶୁକ୍ଲପକ୍ଷ ଏକାଦଶୀ ତିଥି ବିକ୍ରମୀ ସମ୍ବତ ୧୫୭୫ (୧୫୧୮ ମସିହା)ରେ ମଗହରରୁ ସହସ୍ର ଲୋକଙ୍କ ଉପସ୍ଥିତିରେ ସଶରୀରେ ଅମରଲୋକ (ସତ୍ୟଲୋକ)କୁ ଗମନ କରିଥିଲେ ।
କବୀର ପରମାତ୍ମା ମଗହରରୁ ସଶରୀରେ ସତ୍ୟଲୋକ ଯାଇଥିଲେ।
ଜିନ୍ଦା ଯୋଗୀ ଜଗତ ଗୁରୁ, ମାଲିକ ମୁରଶଦ ପୀର।
ଦହୁଁ ଦୀନ ଝଗଡ଼ା ମଂଡ୍ୟା, ପାୟା ନହୀଁ ଶରୀର।।
ପରମାତ୍ମା କବୀରଜୀଙ୍କ ଶରୀରକୁ ପ୍ରାପ୍ତ କରିବା ପାଇଁ ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଲୋକମାନେ ପରସ୍ପର ମଧ୍ୟରେ କଳହ ଉଦ୍ଦେଶ୍ୟ ରଖି ମଗହର ଆସିଥିଲେ କିନ୍ତୁ ଯେତେବେଳେ ଶରୀର ସ୍ଥାନରୁ ସୁଗନ୍ଧିତ ଫୁଲ ମିଳିଲା ସେତେବେଳେ ପରସ୍ପର ପରସ୍ପରକୁ ଆଲିଙ୍ଗନ କରି କାନ୍ଦିବାକୁ ଲାଗିଲେ।