ସମାଧିପାଟଣା ପ୍ରିମିୟର ଲିଗ ବିଜେତାଙ୍କୁ ବିଧାୟକ ମୋକିମଙ୍କ ଟ୍ରଫି ପ୍ରଦାନ

କଟକ(ଏନ୍.ଏମ୍.): ସ୍ଥାନୀୟ ସମାଧିପାଟଣା ପ୍ରିମିୟର ଲିଗ କ୍ରିକେଟ ମ୍ୟାଚ ଯୋବ୍ରା ସ୍ଥିତ ଲ’ ହଷ୍ଟେଲ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରିମିୟର ଲିଗ ମ୍ୟାଚରେ ସୁରଜ ଟିମ ଚାମ୍ପିୟନ ହୋଇଥିବାବେଳେ ଟୁଲା ଟିମ ରନର୍ସଅପ ଟାଇଟଲ ହାସଲ କରିଥିଲା । ଏଥିରେ ମୁଖ୍ୟଅତିଥି ଭାବେ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ ଯୋଗଦେଇ ପ୍ରିମିୟର ଲିଗର ଚାମ୍ପିୟନ ହୋଇଥିବା ସୁରଜ ଟିମର ସମସ୍ତ ଖେଳାଳୀ ଏବଂ ରନର୍ସଅପ ହୋଇଥିବା ଟୁଲା ଟିମର ଖେଳାଳୀମାନଙ୍କୁ ଟ୍ରଫି ଓ କପ ପ୍ରଦାନ କରିବା ସହିତ ସମସ୍ତଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟତମ ଅତିଥି ଭାବେ କଟକ ନଗର କଂଗ୍ରେସ ସଭାପତି ଗିରିବାଳା ବେହେରା ଯୋଗଦେଇ କ୍ରୀଡାର ସମସ୍ତ ପ୍ରତିଯୋଗୀଙ୍କୁ ସେମାନଙ୍କର ଉତ୍ତମ ଖେଳ ପ୍ରଦର୍ଶନ ପାଇଁ ଉଚ୍ଚ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଗାୟତ୍ରୀ ମଲ୍ଲ, ଦେବବ୍ରତ ବେଉରା, ଅରକ୍ଷିତ ରାଉତ, ରାମ ଚନ୍ଦ୍ର ବେହେରା, ରାଜେଶ ବର୍ଦ୍ଧନ, ପ୍ରତାପ ବେହେରା, ସୌମ୍ୟଜିତ ବେଉରା, ଚିନ୍ମୟ ବେହେରା ପ୍ରମୁଖ ପ୍ରିମିୟର ଲିଗ କ୍ରିକେଟ ମ୍ୟାଚ ପରିଚାଳନାରେ ସହଯୋଗ କରିଥିଲେ ।