ସବ ରେଜିଷ୍ଟ୍ରର ଅଫିସରେ ଅଗ୍ନିକାଣ୍ଡ: ୨ ଆହତ

ସବ ରେଜିଷ୍ଟ୍ରର ଅଫିସରେ ଅଗ୍ନିକାଣ୍ଡ: ୨ ଆହତ

ସବ ରେଜିଷ୍ଟ୍ରର ଅଫିସରେ ଅଗ୍ନିକାଣ୍ଡ: ୨ ଆହତ

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ଆଜି ପୂର୍ବାହ୍ନରେ କଟକ ସବ ରେଜିଷ୍ଟ୍ରର ଅଫିସରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି । ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି ତାହା ସ୍ପଷ୍ଟ ହୋଇ ନଥିବାବେଳେ ସେଠାରେ ରହିଥିବା ଦେଶୀମଦ ପୋଚଗୁଡ଼ିକ ଜଳୁଥିବା ଦେଖିବାକୁ ମିଳିଥିଲା । ଏହି ଘଟଣାରେ ୨ ଜଣ ଆହତ ହୋଇଥିବାର ସୂଚନା ମିଳିଛି । ସେମାନଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି । ନିଆଁ ଲିଭାଇବାକୁ ୩ଟି ଦମକଳ ବାହିନୀ ପହଞ୍ଚି ଦୀର୍ଘ ସମୟ ଧରି କସରତ ପରେ ନିଆଁକୁ ଆୟତ କରିଥିଲେ । ସୂଚନା ଯୋଗ୍ୟ ଯେ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚାଲିଥିବା ବେଆଇନ ଦେଶୀ ମଦ ରନ୍ଧା ଉପରେ ଚଢ଼ାଉ କରି ସେଠାରୁ ଜବତ ହେଉଥିବା ପୋଚଗୁଡ଼ିକୁ ଏଠାରେ ଗଚ୍ଛିତ କରାଯାଇଥାଏ । ତେବେ ଏହି ପୋଚରୁ ଅଗ୍ନିକାଣ୍ଡ ହୋଇଥିବା ଘଟଣାସ୍ଥଳରେ ଉପସ୍ଥିତ କିଛି ଲୋକଙ୍କ ଠାରୁ ଶୁଣିବାକୁ ମିଳିଛି । ତେବେ ଏ ନେଇ ଅଗ୍ନିଶମ ବିଭାଗ, ଅବକାରୀ ବିଭାଗ ମୁହଁ ଖୋଲି ନାହାନ୍ତି । ତେବେ ଏହି ଅଗ୍ନିକାଣ୍ଡରେ କ’ଣ କ’ଣ କ୍ଷତି ହୋଇଛି ସେ ନେଇ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ