ସପ୍ତମ ବେତନ କମିଶନ ଆଧାରରେ ଅଙ୍ଗନୱାଡି କର୍ମୀଙ୍କୁ ମାସିକ୧୮ହଜାର ଟଙ୍କା ଦରମା ପାଇଁ ସଂସଦରେ ଦାବି କଲେ ସୁବାସ ସିଂହ
#ନୂଆଦିଲ୍ଲୀ (ଏନ୍.ଏମ୍.): ଓଡିଶା ଓ ସାରା ଭାରତ ବଷର୍ରେ ପ୍ରାୟ ୨୫ଲକ୍ଷ ଅଙ୍ଗନୱାଡି କର୍ମି ୧୯୭୫ମସିହା ଠାରୁ ଦୀର୍ଘ ୪୫ବର୍ଷ ଧରି ମହିଳା ଓ ଶିଶୁ ବିକାଶ ଯୋଜନା ଅନ୍ତଗର୍ତ ମା ଓ ଶିଶୁ ମାନଙ୍କର କଲ୍ୟାଣ ପାଇଁ ନିଜକୁ ଉତ୍ସର୍ଗିକୃତ କରି କାର୍ଯ୍ୟକରି ଆସୁଅଛନ୍ତି । ଏପରିକି ଗତ ଦୁଇବର୍ଷ କେରାନା ମହାମାରୀ ସମୟେର ନିଜ ପରିବାରକୁ ବିପନ୍ନକରି ସେମାନେ କ୍ୱାରେନଟାଇନ୍ ସେଣ୍ଟରଠାରୁ ଆରମ୍ଭକରି ଘରଘର ବୁଲି ସମସ୍ତ କେରାନା ରୋଗୀକୁ ଚିହ୍ନଟ କରିବା ତଥା ସେମାନଙ୍କୁ ସହାୟତା କରିବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । ସେମାନେ ସାରା ଦେଶ ତଥା ରାଜ୍ୟରେ ଟିକା କରଣ କାର୍ଯ୍ୟକ୍ରମ ଯଥା ପ୍ରଥମ ପର୍ଯ୍ୟାୟ ଓ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିଛନ୍ତି । ଏହିପରି ବିପର୍ଯ୍ୟସ୍ତ ମହାମାରୀରେ ସେମାନଙ୍କ ସୁରକ୍ଷା କ୍ଷେତ୍ରରେ ବାରମ୍ବାର ଦାବି ଉପସ୍ଥାପନ କରିଥିଲେ ମଧ୍ୟ କେନ୍ଦ୍ରସରକାର କୌଣସି ପ୍ରକାରର ସହାୟତା ଘୋଷଣା କରିନାହାନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କରୋନାରେ ମୃତ୍ୟୁ ବରଣ କରୁଥିବା ଅଙ୍ଗନୱାଡି କର୍ମୀ ମାନଙ୍କୁ କରୋନା ଯୋଦ୍ଧାରେ ସମ୍ମାନିତ କରିବା ସଂଗେ ସଂଗେ ସେମାନଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ଘୋଷଣାକରି କାର୍ଯ୍ୟରେ ପରିଣତ କରିଛନ୍ତି । ଏଥି ସଂଗେ ସଂଗେ ମୃତ୍ୟୁ ବରଣ କରୁଥିବା ଅଙ୍ଗନୱାଡି କର୍ମୀମାନଙ୍କ ଚାକିରୀ ଶେଷ ପର୍ଯ୍ୟନ୍ତ ସମସ୍ତ ପ୍ରାପ୍ୟ କର୍ମୀଙ୍କ ପରିବାର ଲୋକ ପାଇବା ଦିଗରେ ନୀତିଗତ ନିଷ୍ପତି କରି ପ୍ରଦାନ କରିଆସୁଛନ୍ତି ଏବଂ ଅନ୍ୟାନ୍ୟ ସହାୟତା ଘୋଷଣା କରିଛନ୍ତି । ଏଦିଗେର ସଂସଦ ଅଧିବେଶନେର ସାଂସଦ ସୁବାସ ସିଂହ ଦାବି କରିବା ପରେ ମଧ୍ୟ କେନ୍ଦ୍ର ସରକାର ଏଥି ପାଇଁ କୌଣସି ସହାୟତା ଘୋଷଣା କରିନାହାନ୍ତି । କେନ୍ଦ୍ର ସରକାରଙ୍କ ସପ୍ତମ ବେତନ କମିଶନ ନିର୍ଦ୍ଦେଶନାମା ଅନୁସାର କେନ୍ଦ୍ର ସରକାରଙ୍କ ସବର୍ନିମ୍ନ କମର୍ଚାରୀ ମାସିକ ୧୮ହଜାର ଟଙ୍କା ଦରମା ପାେଇବ; କିନ୍ତୁ ଅଙ୍ଗନୱାଡି କର୍ମୀମାନଙ୍କୁ ସ୍ୱେଚ୍ଛାସେବୀ ଭାବରେ କିଛି ପ୍ରାପ୍ୟ ମିଳୁଛି ଏଥିପ୍ରତି ନଜର ଦେଇ ସେମାନଙ୍କୁ ଶ୍ରମିକ ମାନ୍ୟତା ଦେବା ସଂଗେ ସଂଗେ ମାସିକ ସବର୍ନିମ୍ନ ମଜୁରୀ ୧୮ହଜାର ଟଙ୍କା ପ୍ରଦାନ କରିବା ପାଇଁ ରାଜ୍ୟସଭା ଅଧିବେଶନରେ ଶୂନ୍ୟକାଳରେ ସୁବାସ ସିଂହ ଏହା ଉପସ୍ଥାପନ କରିବା ସହିତ ଅଥର୍ମନ୍ତ୍ରୀଙ୍କୁ ଏ ଦିଗରେ ଦୃଷ୍ଟି ଦେବା ଲାଗି ଅନୁରୋଧ କରିଥିଲେ । ଏହି କ୍ଷେତ୍ରରେ ରାଜ୍ୟସଭା ସଭାପତି ତଥା ମହାମହିମ ଉପରାଷ୍ଟ୍ର ପତି ଭେଙ୍କିଆ ନାଇଡୁ ମହୋଦୟ ସମର୍ଥନ କରିବା ସହିତ ଏହାକୁ କେନ୍ଦ୍ର ସରକାରଙ୍କ ନିକଟକୁ ପ୍ରେରିତ କରିବା ପାଇଁ ସହମତି ପ୍ରକାଶ କରିଥିଲେ ।