ସନ୍ଦେହ ଘେରରେ ବାରଙ୍ଗ ଥାନା ଏଏସଆଇଙ୍କ ମୃତ୍ୟୁ

ସନ୍ଦେହ ଘେରରେ ବାରଙ୍ଗ ଥାନା ଏଏସଆଇଙ୍କ ମୃତ୍ୟୁ

ସନ୍ଦେହ ଘେରରେ ବାରଙ୍ଗ ଥାନା ଏଏସଆଇଙ୍କ ମୃତ୍ୟୁ

News by SmrutiRanjan Tripathy (Cuttack)

#କଟକ (ଏନ୍‌.ଏମ୍‌.): କଟକ ଜିଲ୍ଲା ବାରଙ୍ଗ ଥାନା ଏଏସ୍‌ଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କ ନାମ ଅଶୋକ ପ୍ରଧାନ । ସ୍ଥାନୀୟ ନନ୍ଦନକାନନ ସ୍ଥିତ ପଦାସାହି ଘରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ପୁଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ କରିଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ମିଳିଥିବା ସୂଚନା ମୁତାବକ, ଗତକାଲି ରାତି ପ୍ରାୟ ସାଢ଼େ ୧୦ଟାରେ ଡ୍ୟୁଟି ସାରି ଘରକୁ ଫେରିଥିଲେ ଏଏସ୍‌ଆଇ ଶ୍ରୀ ପ୍ରଧାନ । ଘରେ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଥିଲେ । ହେଲେ ଆଜି ସକାଳେ ତାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତେଣୁ ତାଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । କୁହାଯାଉଛି, ଗତକାଲି ଅଫିସ୍‌ରୁ ଫେରିବା ପରେ ପତ୍ନୀଙ୍କ ସହିତ ତାଙ୍କର ଝଗଡ଼ା ହୋଇଥିଲା । ତେବେ ପରିବାର ପକ୍ଷରୁ ଏନେଇ କିଛି ପ୍ରତିକ୍ରିୟା ମିଳିପାରି ନାହିଁ । ମିଳିଥିବା ସୂଚନା ମୁତାବକ, ଗତକାଲି ରାତି ପ୍ରାୟ ସାଢ଼େ ୧୦ଟାରେ ଡ୍ୟୁଟି ସାରି ଘରକୁ ଫେରିଥିଲେ ଏଏସ୍‌ଆଇ ଅଶୋକ ପ୍ରଧାନ । ଘରେ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଥିଲେ । ହେଲେ ସକାଳେ ତାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତେଣୁ ତାଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ତେବେ ପରିବାର ପକ୍ଷରୁ ଏନେଇ କିଛି ପ୍ରତିକ୍ରିୟା ମିଳିପାରି ନାହିଁ । ମଙ୍ଗଳାବାଗ ଥାନା ପୁଲିସ୍ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠାଇଛି । ଏହା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ପୁଲିସ୍‌ରେ ଥିବା ଅଶୋକଙ୍କ ବନ୍ଧୁମାନେ ତଥା ପିଲା ବେଳର ଅନ୍ୟ ବନ୍ଧୁମାନେ ଏହି ଘଟଣାରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ସେମାନଙ୍କ ସୂଚନା ଅନୁଯାୟୀ ଅଶୋକ କେବେ ଚିନ୍ତିତ ଦେଖାଯାଆନ୍ତି ନାହିଁ । ନିକଟ ଅତୀତରେ ବି ସେ କେବେ କୌଣସି ପ୍ରସଙ୍ଗରେ ଚିନ୍ତିତ ଥିବା ସେମାନେ ଦେଖି ନଥିବା କହିଛନ୍ତି । ସେ ଆର୍ôଥକ ଦୃଷ୍ଟିରୁ ସ୍ୱଚ୍ଛଳ ଥିଲେ । ତାଙ୍କ ପୁଅ ଓ ଝିଅ ଭଲ ପଢ଼ନ୍ତି । ତାଙ୍କ ଝିଅ ଏମ୍‌ବିବିଏସ କରୁଛନ୍ତି ବୋଲି ସେମାନେ କହିଛନ୍ତି । ତେଣୁ ସେ ଆତ୍ମହତ୍ୟା କରିଥିବେ ବୋଲି ତାଙ୍କ ବନ୍ଧୁମାନେ ଗ୍ରହଣ କରିପାରୁ ନାହାନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ