ସଡ଼କ ଦୁର୍ଘଟଣାରେ ମୃତ୍ୟୁର ମାସେ ପୁରିନି, ୨ବର୍ଷର ପୁଅ ଶୋଇ ଗଲା ଶେଷ ନିଦ୍ରାରେ

ସଡ଼କ ଦୁର୍ଘଟଣାରେ ମୃତ୍ୟୁର ମାସେ ପୁରିନି, ୨ବର୍ଷର ପୁଅ ଶୋଇ ଗଲା ଶେଷ ନିଦ୍ରାରେ

ସଡ଼କ ଦୁର୍ଘଟଣାରେ ମୃତ୍ୟୁର ମାସେ ପୁରିନି, ୨ବର୍ଷର ପୁଅ ଶୋଇ ଗଲା ଶେଷ ନିଦ୍ରାରେ

News by Maheswar Behera (Athagarh)

#ଆଠଗଡ଼(ଏନ୍‌.ଏମ୍‌.): ସଡ଼କ ଦୁର୍ଘଟଣାରେ ବାପା ମରିଗଲେ । ମାସେ ନପୁରୁଣୁ ୨ବର୍ଷର ପୁଅ ଶୋଇଗଲା ଶେଷ ନିଦ୍ରାରେ । ଏବେ ପରିବାର ଉପରେ ଚଡ଼କ ପଡ଼ିଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳର ରାଜନଗର ଗାଁରେ । ଶୋକାକୂଳ ପରିବେଶରେ ଉଚ୍ଛୁଳି ପଡ଼ୁଛି ଗାଁ ଦାଣ୍ଡ ।
ଗତ ନଭେମ୍ବର ୨୫ତାରିଖରେ କାର ଦୁର୍ଘଟଣାରେ ସୁକାନ୍ତ ବେହେରାଙ୍କ ମୃତ୍ୟୁ ହୋଇଥିଲା । ତେବେ ସେହି କାରଟି ଅଭିନେତ୍ରୀ ରାଣୀ ପଣ୍ଡାଙ୍କର ହୋଇଥିବାରୁ ସମସ୍ତେ ତାଙ୍କରି ଦୋଷ ଦେଇଥିଲେ । ତେବେ ରାଣୀ ପଣ୍ଡା ମାନବିକତାର ପରିଚୟ ଦେଇ ମୃତ ସୁକାନ୍ତଙ୍କ ପରିବାରକୁ ଆର୍ଥିକ ସହାୟତା ଦେବା ସହ ତାଙ୍କ ପରିବାର ଭରଣପୋଷଣ ଦାୟିତ୍ୱ ମଧ୍ୟ ନିଜ ମୁଣ୍ଡକୁ ନେଇଥିଲେ । ହେଲେ ଆଜି ଦୁଇବର୍ଷର ପୁଅର ମୃତ୍ୟୁକୁ ନେଇ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି । ସୁକାନ୍ତଙ୍କ ପତ୍ନୀ ଧର୍ଯ୍ୟହରା ହେବା ସହ ମାଟିରେ ଲୋଟି ପଡ଼ୁଛନ୍ତି । ସତେ ଯେମିତି ପାଗଳୀ ହୋଇ ପଡ଼ିଛନ୍ତି । କହିବାକୁ ଗଲେ ଏତେ ବଡ଼ ଦାରୁଣ ଦୁଃଖକୁ ସେ ସହିବେ ବା କେମିତି । ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିବାବେଳେ ବାପା ସଡ଼କ ଦୁର୍ଘଟଣାରେ ତାଙ୍କୁ ଛାଡ଼ି ଚାଲିଗଲା । ଏହି ପୁଅ ମୁହଁକୁ ଚାହିଁ ପତ୍ନୀ ଜୀବନ ବଞ୍ଚାଇବାକୁ ଉଦ୍ୟମ କରୁଥିବାବେଳେ ନିୟତି ତାକୁ ବି ଛଡ଼ାଇ ନେଲା । ଗତ ୧୦ଦିନ ତଳେ ସୁକାନ୍ତଙ୍କ ଦୁଇ ବର୍ଷିଆ ପୁଅ ଖେଳୁଥିବାବେଳେ ତା ଉପରେ ପେଜ ପଡ଼ିଯାଇଥିଲା । ଫଳରେ ଶରୀରର ପ୍ରାୟ ୩୬ପ୍ରତିଶତ ପୋଡ଼ିଯାଇଥିଲା । ପରିବାର ଲୋକେ ତାକୁ କଟକ ବଡ଼ଡାକ୍ତରଖାନରେ ଭର୍ତ୍ତି କରିଥିଲେ । ସେ ବର୍ଣ୍ଣ ୱାର୍ଡ଼ରେ ଚିକିତ୍ସିତ ହେଉଥିବାବେଳେ ଆଜି ତାର ମୃତ୍ୟୁ ହୋଇଛି । ଏଭଳି ଦୁଃଖଦ ଘଟଣା ଜାଣିବା ପରେ କେବଳ ରାଜନଗର ଗାଁ କାହିଁକି ସମଗ୍ର ଆଠଗଡ଼ ଅଞ୍ଚଳରେ ଜନସାଧାରଣ ହତବାକ୍ ହୋଇ ପଡ଼ିଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ