ସଚିବାଳୟ ସେବା ସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ

ସଚିବାଳୟ ସେବା ସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ

ସଚିବାଳୟ ସେବା ସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ

Photo by I&PR Odisha

ଭୁବନେଶ୍ୱର (ଏନ୍‌.ଏମ୍‌.): ଓଡିଶାର ଅଗ୍ରଣୀ କର୍ମଚାରୀ ସଂଗଠନ, ସଚିବାଳୟ ସେବା ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସଂଘର ଖାରବେଳ ନଗର ସ୍ଥିତ କାର୍ଯ୍ୟାଳୟ ଖାରବେଳନଗର କାର୍ଯ୍ୟାଳୟ ‘ଓସା ହାଉସ’ ରେ ଆୟୋଜିତ ଏହି ନିର୍ବାଚନରେ ସଭ୍ୟ ସଭ୍ୟାମାନେ ଅଂଶଗ୍ରହଣ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ସ୍ୱରାଷ୍ଟ୍ର ବିଭାଗ ସେମାନଙ୍କ ପାଇଁ ଅଧାଦିନ ସ୍ୱତନ୍ତ୍ର ଛୁଟି ପ୍ରଦାନ କରିଥିଲେ । ଦୀର୍ଘ ୫ ବର୍ଷ ପରେ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଥିବାରୁ ମତଦାନରେ ଅଂଶଗ୍ରହଣ କରିବା ପାଇଁ ସଚିବାଳୟ ସେବା ବର୍ଗର ଅଧିକାରୀଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଥିଲା । ପ୍ରାୟ ୯୨ ପ୍ରତିଶତ ସଭ୍ୟ ସଭ୍ୟାମାନେ ସେମାନଙ୍କର ମତଦାନ କରିଥିଲେ । ଉକ୍ତ ନିର୍ବାଚନରେ ସଂଘର ଦୁଇଟି ଗୋଷ୍ଠୀ ମଧ୍ୟରେ ପ୍ରବଳ ପ୍ରତିଦ୍ୱନ୍ଦିତା ହୋଇଥିଲା । ଯୁବଗୋଷ୍ଠୀଙ୍କ ତରଫରୁ ଦିଆଯାଇଥିବା ସମସ୍ତ ପଦର ପ୍ରାର୍ଥୀମାନେ ବିଜୟୀ ହୋଇଥିଲେ । ଉକ୍ତ ଯୁବଗୋଷ୍ଠୀଙ୍କୁ ଅନେକ ବରିଷ୍ଠ ପୂର୍ବତନ କର୍ମକର୍ତ୍ତା ସମର୍ଥନ କରିଥିଲେ । ଉକ୍ତ ନିର୍ବାଚନରେ ସଭାପତି ଭାବେ ଅଜୟ କୁମାର ସ୍ୱାଇଁ, ଉପ ସଭାପତି ଅକ୍ଷୟ କୁମାର ପରିଡା ଓ ପ୍ରତ୍ୟୁଷ କୁମାର କଅଁର, ସାଧାରଣ ସଂପାଦକ ପ୍ରଯତ୍ନ ବରାଳ, ସଂପାଦକ ଭାବେ ବିବେକାନନ୍ଦ ସାହୁ, ଅମିତ କୁମାର ମହାନ୍ତି, ବିଷ୍ଣୁ ଚରଣ ନାଏକ, ଚିରଞ୍ଜିବୀ ସ୍ୱାଇଁ ଓ ଲଳିତମୋହନ ଦାସ ସମୀକ୍ଷକ ରୂପେ ନିର୍ବାଚିତ ହୋଇଛନ୍ତି । ସମସ୍ତ ନବ ନିର୍ବାଚିତ କର୍ମକର୍ତ୍ତା, ନିର୍ବାଚନରେ ଅଂଶଗ୍ରହଣ କରିଥିବା ସମସ୍ତ ସଭ୍ୟ ସଭ୍ୟାମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ନିର୍ବାଚନ ଅଧିକାରୀ ମନୋଜ ପଟ୍ଟନାୟକ, ରମେଶ କୁମାର ମଲ୍ଲିକ ଓ ସମରେନ୍ଦ୍ର ନନ୍ଦୀ ସୁଚାରୁରୂପେ ନିର୍ବାଚନ କାର୍ଯ୍ୟ ପରିଚାଳନା କରିଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି