ସଂସ୍କୃତି ବିଭାଗ ସଚିବ ହେଲେ ରଞ୍ଜନ ଦାସ
ଭୁବନେଶ୍ୱର(ଏନ୍.ଏମ୍.): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ସଚିବ ଆଇଏଏସ୍ ଅଧିକାରୀ ରଞ୍ଜନ କୁମାର ଦାସଙ୍କୁ ବିଭାଗର ସଚିବ ଭାବେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ସୁରେଶ କୁମାର ଦଳେଇଙ୍କୁ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଭାବେ ସମ୍ବଲପୁର ବଦଳି କରାଯାଇଛି । ତାଙ୍କ ସ୍ଥାନରେ ଶ୍ରୀ ଦାସଙ୍କୁ ବିଭାଗର ଦାୟିତ୍ୱ ତୁଲାଇବାକୁ କୁହାଯାଇଛି । ଶ୍ରୀ ଦାସ ଏବେ ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି ।