ସଂକ୍ରମଣ ବଢ଼ିଲେ ପ୍ରଚାରରେ ଲାଗିବ କଟକଣା- ରାଜ୍ୟ ନିର୍ବାଚନ କମିଶନର

ସଂକ୍ରମଣ ବଢ଼ିଲେ ପ୍ରଚାରରେ ଲାଗିବ କଟକଣା- ରାଜ୍ୟ ନିର୍ବାଚନ କମିଶନର

ସଂକ୍ରମଣ ବଢ଼ିଲେ ପ୍ରଚାରରେ ଲାଗିବ କଟକଣା- ରାଜ୍ୟ ନିର୍ବାଚନ କମିଶନର


ଭୁବନେଶ୍ୱର(ଏନ୍‌.ଏମ୍‌.): ପୌର ନିର୍ବାଚନ ପ୍ରଚାରରେ କୌଣସି କୋଭିଡ୍ କଟକଣା ରହିବ ନାହିଁ । ତେଣୁ ପ୍ରାର୍ଥୀମାନେ ପୂର୍ବରୁ ଯେମିତି ପ୍ରଚାର କରୁଥିଲେ ସେଭଳି ପ୍ରଚାର କରିପାରିବେ । ସମ୍ପ୍ରତି ରାଜ୍ୟରେ କୋଭିଡ୍ ସଂକ୍ରମଣ ହ୍ରାସ ପାଉଥିବା ନେଇ ଆଜି ରାଜ୍ୟ ନିର୍ବାଚନ କମିଶନ ଏଭଳି ନିଷ୍ପତ୍ତି ନେଇଛନ୍ତି । ମାତ୍ର ଆଗକୁ ଯଦି କରୋନା ସଂକ୍ରମଣ ବୃଦ୍ଧି ପାଏ ତାହା ହେଲେ କଟକଣା ନେଇ ନିଷ୍ପତ୍ତି ନିଆଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ସୂଚନା ଦେଇଛନ୍ତି ।
ଏଥର ରାଜ୍ୟରେ ମୋଟ ୧୮ଶହ ୯୯ଟି ୱାର୍ଡରେ ପୌର ନିର୍ବାଚଚନ ହେଉଛି । ରାଜ୍ୟର ମୋଟ ୧୭୩୧ଟି ମ୍ୟୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ସହିତ ୩ ମହାନଗର ନିଗମର ୧୬୧ଟି ୱାର୍ଡରେ ମତଦାନ ହେବ । ଏଥିପାଇଁ ୪ ହଜାର ୪୭୫ଟି ବୁଥ ବ୍ୟବସ୍ଥା ହୋଇଥିବାବେଳେ । ୪୨ ଲକ୍ଷ ଭୋଟର ଚଳିତ ପୌର ନିର୍ବାଚନରେ ଭୋଟ ଦେବେ । ପୌର ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ହୋଇଥିବା ବେଳେ ଆସନ୍ତା ୯ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ । ଆସନ୍ତା ୧୪ ତାରିଖ ଦିନ ୩ଟା ସୁଦ୍ଧା ପ୍ରାର୍ôଥପତ୍ର ପ୍ରତ୍ୟାହାର କରିହେବ । ଏଥର ନିର୍ବାଚନ ଇଭିଏମରେ ହେଉଥିବାରୁ ୩ଟି ଷ୍ଟ୍ରଙ୍ଗରୁମ ବ୍ୟବସ୍ଥା ହୋଇଛି । ଗୋଟିଏ ଷ୍ଟ୍ରଙ୍ଗ ରୁମରେ କାଉନ୍ସିଲର କିମ୍ବା କର୍ପୋରେଟରଙ୍କ ପାଇଁ ଭୋଟଗ୍ରହଣ ହୋଇଥିବା ଇଭିଏମ୍ ରଖାଯିବ । ଅନ୍ୟ ଷ୍ଟ୍ରଙ୍ଗ ରୁମରେ ମେୟର ଓ ଚେୟାରମ୍ୟାନଙ୍କ ପାଇଁ ଭୋଟଗ୍ରହଣ ହୋଇଥିବା ଇଭିଏମ୍ ରଖାଯିବ । ତୃତୀୟ ଷ୍ଟ୍ରଙ୍ଗରୁମରେ ରିଜର୍ଭ ଇଭିଏମ ରଖାଯିବ ବୋଲି ନିର୍ବାଚନ କମିଶନର ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି । ପଞ୍ଚାୟତ ନିର୍ବାଚନରେ ଜଣେ ପ୍ରିଜାଇଡିଂ ଅଫିସରଙ୍କ ସହ ୩ ଜଣ ପୋଲିଂ ଅଧିକାରୀ ଥିବାବେଳେ ଏଥର ପୌର ନିର୍ବାଚନରେ ଜଣେ ପ୍ରିଜାଇଡିଂ ଅଫିସରଙ୍କ ସହ ୪ ଜଣ ପୋଲିଂ ଅଧିକାରୀଙ୍କୁ ନିୟୋଜିତ କରାଯିବାର ବ୍ୟବସ୍ଥା ହୋଇଥିବା ନିର୍ବାଚନ କମିଶନର ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ