ଷ୍ଟ୍ରଙ୍ଗରୁମ୍ ବାହାରେ ବାଲାଟ ପେପର ପଡ଼ିବା ନେଇ ତୀବ୍ର ଉତ୍ତେଜନା: ଜଗିଥିବା କର୍ମଚାରୀଙ୍କ ପ୍ରତି ସନ୍ଦେହ !

ଷ୍ଟ୍ରଙ୍ଗରୁମ୍ ବାହାରେ ବାଲାଟ ପେପର ପଡ଼ିବା ନେଇ ତୀବ୍ର ଉତ୍ତେଜନା: ଜଗିଥିବା କର୍ମଚାରୀଙ୍କ ପ୍ରତି ସନ୍ଦେହ !

ଷ୍ଟ୍ରଙ୍ଗରୁମ୍ ବାହାରେ ବାଲାଟ ପେପର ପଡ଼ିବା ନେଇ ତୀବ୍ର ଉତ୍ତେଜନା: ଜଗିଥିବା କର୍ମଚାରୀଙ୍କ ପ୍ରତି ସନ୍ଦେହ !

ଫଟୋ- ପଦ୍ମଲୋଚନ ମିଶ୍ର

କେନ୍ଦ୍ରାପଡ଼ା(ଏନ୍‌.ଏମ୍‌.): ଏଥର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରବଳ ହିଂସାକାଣ୍ଡ, ରକ୍ତପାତ, ଗୋଷ୍ଠୀ ସଂଘର୍ଷ, ବୁଥ୍ ରିଗିଂ ଦେଖିବାକୁ ମିଳିଥିବାବେଳେ ଏ ନେଇ ପ୍ରଶାସନ ନାକେଦମ ହେବାକୁ ପଡ଼ିଛି । ତେବେ ବହୁ କଷ୍ଟରେ ନିର୍ବାଚନର ସମସ୍ତ ୫ଟି ପର୍ଯ୍ୟାୟ ମତଦାନ ଶେଷ ହୋଇଥିବାବେଳେ ଆସନ୍ତାକାଲି ଠାରୁ ଗଣତି ଆରମ୍ଭ ହେବ । ପୂର୍ବରୁ ମତଦାନ ଦିନ ହିଁ ଭୋଟ ଗଣତି ହେଉଥିବାବେଳେ ଏଥର ସମସ୍ତ ପର୍ଯ୍ୟାୟ ନିର୍ବାଚନ ପରେ ଭୋଟ ଗଣତି ହେବାକୁ ରାଜ୍ୟ ନିର୍ବାଚନ ଆୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି । ସେହି ଅନୁଯାୟୀ ଏବେ ନେତାଙ୍କ ଭାଗ୍ୟ ଭୋଟ ବାକ୍ସରେ ସିଲ୍ ହୋଇ ଷ୍ଟ୍ରଙ୍ଗ ରୁମରେ ରହିଛି । ତଥାପି ଭୋଟ ବାକ୍ସ ସୁରକ୍ଷିତ ନଥିବା ଅଭିଯୋଗରେ ବିଭିନ୍ନ ପ୍ରାର୍ଥୀମାନେ ଷ୍ଟ୍ରଙ୍ଗରୁମ ଜଗିବା ପାଇଁ ପ୍ରତିନିଧି ନିୟୋଜିତ କରିଛନ୍ତି । ତଥାପି ଷ୍ଟ୍ରଙ୍ଗରୁମ ବାହାରେ ମୋହର ମରାଯାଇଥିବା ଚିରା ବାଲାଟ ପେପର ପଡ଼ିଥିବା ଦେଖି ପ୍ରାର୍ଥୀମାନଙ୍କ ଆଶଙ୍କା ଆହୁରି ବଢ଼ି ଯାଇଛି । ତେବେ ଏଥିରେ ଭୋଟ ଟ୍ୟାମ୍ପରିଂ କରାଯାଇ ନିର୍ଦ୍ଦିଷ୍ଟ ଦଳର ସମର୍ଥକଙ୍କୁ ଜିତାଇବା ପାଇଁ ଏଠାରେ ଚକ୍ରାନ୍ତ ଚାଲିଛି ବୋଲି ଅଭିଯୋଗ ଉଠିଛି । ଏଭଳି ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା କଲେଜରେ ହୋଇଥିବା ଷ୍ଟ୍ରଙ୍ଗରୁମ ଆଗରେ ଦେଖିବାକୁ ମିଳିଛି । ପଡ଼ିଥିବା ବାଲାଟ ପେପରରେ ମୋହର ଲାଗିଥିବାବେଳେ ସେଥିମଧ୍ୟରୁ କିଛି ଚିରା ହୋଇବି ପଡ଼ିଛି । ଏହାକୁ ନେଇ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଥିବା ବେଳେ ଲୋକେ ପ୍ରଶାସନିକ ଅଧିକାରୀଙ୍କ କଥା ଶୁଣିବାକୁ ନାରାଜ । ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା କଲେଜରେ ହୋଇଥିବା ଷ୍ଟ୍ରଙ୍ଗରୁମରେ ବିଭିନ୍ନ ପଞ୍ଚାୟତର ଭୋଟ ବାକ୍ସ ରହି ଥିବାବେଳେ ଏହାକୁ ୨୪ ଘଣ୍ଟିଆ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯାଇଛି । ତେବେ ଆଜି ସକାଳୁ ଷ୍ଟ୍ରଙ୍ଗରୁମ ସମ୍ମୁଖରେ କିଛି ବାଲାଟ ପେପର ପଡ଼ିଥିବାବେଳେ ସେଥିମଧ୍ୟରୁ କିଛି ଚିରା ହୋଇ ପଡ଼ିଥିବା ଅବସ୍ଥାରେ ଦେଖିବାକୁ ମିଳିଛି । ଉକ୍ତ ବାଲାଟ ପେପର କିଛି ପଞ୍ଚାୟତର ହୋଇଥିବାବେଳେ ସେଥିରେ କିଛି ନିର୍ଦ୍ଦିଷ୍ଟ ଦଳର ଚିହ୍ନ ରହିଛି । ଏହାବାଦ ସେଥିମଧ୍ୟରୁ କିଛି ବାଲାଟ ପେପରର ନିର୍ଦ୍ଦିଷ୍ଟ ଚିହ୍ନରେ ଷ୍ଟାମ୍ପ ମଧ୍ୟ ମରାଯାଇଛି । ଏହି ଖବର ପ୍ରଚାରିତ ହେବା ପରେ ସମ୍ପୃକ୍ତ ପଞ୍ଚାୟତର ପ୍ରାର୍ଥୀମାନେ ନିଜ ସମର୍ଥକଙ୍କ ସହ ପହଞ୍ଚିଛନ୍ତି । ଏହା କେଉଁଠୁ ଆସିଲା, କିଏ ପକାଇଲା ତାହାର ତଦନ୍ତ ସହ ସିସିଟିଭି ଯାଞ୍ଚ ହେଉ ବୋଲି ସେମାନେ ଦାବି କରିଛନ୍ତି । ଏହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ଖବର ପାଇ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ବିଡିଓ, ଆଇଆଇସି ପ୍ରମୁଖ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା ଚଳାଇଛନ୍ତି । ଉକ୍ତ ବାଲାଟ ପେପର ଡୁପ୍ଲିକେଟ ବୋଲି ଉପଜିଲ୍ଲାପାଳ କହିବା ସତ୍ତ୍ୱେ ଏହାକୁ ବିଶ୍ୱାସ କରିପାରୁ ନାହାନ୍ତି ଉତ୍ତ୍ୟକ୍ତ ଲୋକେ । ଡୁପ୍ଲିକେଟ ବାଲାଟ ପେପର ହେଲେ ସେଥିରେ ଗୋଟିଏ ଚିହ୍ନରେ କିପରି ଷ୍ଟାମ୍ପ ମରାଯାଇଛି ବୋଲି ପ୍ରଶ୍ନ ପଚାରିଛନ୍ତି । ଅପରପକ୍ଷେ, ଏଥିନିମନ୍ତେ ନିର୍ବାଚନ କମିଶନଙ୍କ ନିକଟରେ ଲିଖିତ ଅଭିଯୋଗ କରିବାକୁ କହିଛନ୍ତି ଉପଜିଲ୍ଲାପାଳ ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ