ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କାହ୍ନୁଚରଣ ବେହେରାଙ୍କୁ ମୟୂରବନ୍ଧୁ ସମ୍ମାନ

ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କାହ୍ନୁଚରଣ ବେହେରାଙ୍କୁ ମୟୂରବନ୍ଧୁ ସମ୍ମାନ

ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କାହ୍ନୁଚରଣ ବେହେରାଙ୍କୁ ମୟୂରବନ୍ଧୁ ସମ୍ମାନ

News by Basanta Ratha (Cuttack)

#ନରାଜ(ଏନ୍‍.ଏମ୍‍.): ଜାତୀୟ ପକ୍ଷୀ ମୟୂରକୁ ଦେଖିବାକୁ ସମସ୍ତଙ୍କ ମନରେ ଉତ୍କଣ୍ଠା ଥାଏ । ତା’ର ରୂପ ଏମିତି ସୁନ୍ଦର ଯାହା ସମସ୍ତଙ୍କ ମନ ମୁଗ୍ଧ କରି ଥାଏ । ଯାହା ଦେଖିବାକୁ ମିଳିଥାଏ କଟକ ଜିଲ୍ଲା ମଣ୍ଡଳୀ ସ୍ଥିତ ନରାଜ ଅଞ୍ଚଳରେ । କାହ୍ନୁଚରଣ ବେହେରା ନାମକ ଜଣେ ଯୁବକ ଯେମିତି ସେହି ଜାତୀୟ ପକ୍ଷୀ ମୟୂର ମାନଙ୍କର ପାଲଟି ଯାଇଛନ୍ତି ବାପା ମା’ । ମୟୂର ମାନେ ବି କାହ୍ନୁର କଥା ମାନି ଛୁଟି ଆସନ୍ତି ସତେ ଯେମିତି ନିଜ ବାପା ମା’ ଡାକୁଛନ୍ତି । ଆଉ କାହ୍ନୁଙ୍କ ଡାକରେ ପହଞ୍ଚି ଯିବା ସହ ସେ ଯାହା ଦିଅନ୍ତି ଖାଇବାକୁ ତାହାକୁ ଶୃଙ୍ଖଳାର ସହ ଖାଇ ଥାନ୍ତି । ତେବେ କାହ୍ନୁଙ୍କ ଏଭଳି ପକ୍ଷୀ ପ୍ରେମକୁ କେବଳ କଟକରେ କାହିଁକି ପଡୋଶୀ ଜିଲ୍ଲାରେ ମଧ୍ୟ ପ୍ରଶଂସା କରିବାକୁ ଭୁଲିନଥାନ୍ତି ଏଭଳି ଦୃଶ୍ୟକୁ ଦେଖିଥିବା ବ୍ୟକ୍ତି । ତେବେ ଆଜି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଦସ୍ୟ ମାନେ ମୟୂରମାନଙ୍କ ପାଇଁ ଧାନ, ଖୁଦ, ବିରି, ମୁଗ, ଗହମ ଆଦି ନେଇ ସେଠାରେ ପହଞ୍ôଚଥିଲେ । ସେହି ମୟୂର ମାନଙ୍କୁ ଖାଇବାକୁ ଦେବା ସହ ଏହି ପକ୍ଷୀ ପ୍ରେମୀ ଯୁବକ କାହ୍ନୁ ଚରଣ ବାରିକଙ୍କୁ ମୟୂର ବନ୍ଧୁ ସମ୍ମାନରେ ସମ୍ମାନିତ କରି ଥିଲେ । ଏହି କାର୍ଯକ୍ରମରେ ଟ୍ରଷ୍ଟ ସଭାପତି ଦମନ କୁମାର ମହାନ୍ତି, କେଦାର ସ୍ୱାଇଁ, ରଶ୍ମି ରଞ୍ଜନ ବାରିକ, ଆକାଶ ଦାସ, ଉତ୍କଳ କେଶରୀ ପାହାଡସିଂ, ମକର ବେହେରା, ଗୌତମ ସାହୁ ଓ ସତ୍ୟଜିତ ସେନାପତି ପ୍ରମୁଖ ଯୋଗ ଦେଇଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ