ଶ୍ରୀରଙ୍ଗପୁର ଠାରେ ଜାତୀୟ କନ୍ୟା ସନ୍ତାନ ଦିବସ

ଶ୍ରୀରଙ୍ଗପୁର ଠାରେ ଜାତୀୟ କନ୍ୟା ସନ୍ତାନ ଦିବସ

ଶ୍ରୀରଙ୍ଗପୁର ଠାରେ ଜାତୀୟ କନ୍ୟା ସନ୍ତାନ ଦିବସ

News by Maheswar Behera (Athagarh)

#ଆଠଗଡ଼(ଏନ୍‍.ଏମ୍‍.): ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ମେଘା ସେକ୍ଟରର ଅନନ୍ତପୁର ପଞ୍ଚାୟତର ଶ୍ରୀରଙ୍ଗପୁର ଠାରେ ମେଘା ସେକ୍ଟରର ସମୂହ ଗାଁ କଲ୍ୟାଣ ସମିତି ଆନୁକୂଲ୍ୟରେ ଜାତୀୟ କନ୍ୟା ସନ୍ତାନ ଦିବସ ଅନୁଷ୍ଠିତ ହୋଇଯାଇଛି । ମେଘା ସେକ୍ଟରର ବରିଷ୍ଠ ବହୁମୂଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ୍ ଅସ୍‌ଲମ୍‌ଙ୍କ ସଂଯୋଜନାରେ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକ୍ଷକ ଡାକ୍ତର ଦିଲ୍ଲୀପ ଦାସଙ୍କ ନିର୍ଦ୍ଦେଶରେ ଆୟୋଜିତ ଏହି ଦିବସରେ ଅବସରରେ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରିଣୀ କବିତାରାଣୀ ଦାସ, ବ୍ଲକ ଯୋଜନା ପରିଚାଳିକା ଅପର୍ଣ୍ଣା ମହାପାତ୍ର, ଅନନ୍ତପୁର ପଞ୍ଚାୟତର ସରପଞ୍ଚ ଶକ୍ତିକାନ୍ତ ସାହୁ ସମିତିସଭ୍ୟ ସୌମ୍ୟରଞ୍ଜନ ପଣ୍ଡା, ମିଶନଶକ୍ତି ସଭାନେତ୍ରୀ ପ୍ରଭାତୀ ସେଠୀ, ଏମ.ବି.କେ ଲକ୍ଷ୍ମୀପ୍ରିୟା ବେହେରା, ଶ୍ରୀରଙ୍ଗପୁର ଗାଁ କଲ୍ୟାଣ ସମିତି ଅ୍ମକ୍ଷ ସୂର୍ଯ୍ୟକାନ୍ତି ସାହୁ, ସ୍ୱାସ୍ଥ୍ୟକର୍ମୀ ପ୍ରଣିତା ବାରିକ, ସି.ଏଚ.ଓ ଉଷାବତୀ ଓରାମ, ଅଙ୍ଗନବାଡି ସୁପରଭାଇଜର ମଞ୍ଜୁଲତା ବେହେରା, ଅଙ୍ଗନବାଡ଼ି କର୍ମୀ ପୂଜାରାଣୀ ଦାସ, ମଞ୍ଜୁଲତା ସାହୁ, ଆଶାକର୍ମୀ ସୁଷମା ଦାଶ ଓ ଗାଁ କଲ୍ୟାଣ ସମିତିର ସଭ୍ୟାବୃନ୍ଦ ଓ ଉକ୍ତ ଗ୍ରାମର କନ୍ୟାମାନଙ୍କ ସହ କିଛି ନବଦମ୍ପତ୍ତି ଯୋଗଦାନ କରି ସହଯୋଗ କରିଥିଲେ । ପ୍ରତ୍ୟେକ ବର୍ଷ ଜାନୁଆରୀ ୨୪ ତାରିଖ ଦିନଟିକୁ ମାତୃ ଶିଶୁ ବିକାଶ ମନ୍ତ୍ରଣାଳୟ ୨୦୦୮ ମସିହାରୁ କନ୍ୟା ସନ୍ତାନକୁ ବିଭିନ୍ନ କ୍ଷେତ୍ରରେ ସଚେତନତା ଓ ଅଗ୍ରାଧିକାର ଦେବା ପାଇଁ ପାଳିତ କରିଆସୁଅଛି । ପ୍ରତି ବର୍ଷପରି ଚଳିତ ବର୍ଷର ବାର୍ତ୍ତର୍ା ହେଉଛି, “ଭୃଣ ଚୟନ ଓ ନିରୂପଣ କରନ୍ତୁ ନାହିଁ, କନ୍ୟାସନ୍ତାନର ଯନ୍ତ୍ର ନିଅନ୍ତୁ- ଭବିଷ୍ୟତ ସୁରକ୍ଷିତ କରନ୍ତୁ” “ମୋ ସ୍ୱର ଆମର ସମାନ ଭବିଷ୍ୟତ ସମାନ ରଖିବା କନ୍ୟାର ଲିଙ୍ଗ ଅନୁପାତ” । ଘରେ କନ୍ୟା ସନ୍ତାନଟି ଜନ୍ମ ଗ୍ରହଣ କଲେ ଉକ୍ତ ଦମ୍ପତ୍ତି ପରିବାରର ସମସ୍ତ ସଦସ୍ୟ କନ୍ୟା ସନ୍ତାନ ଜନ୍ମରେ ଆନନ୍ଦ-ଉଲ୍ଲାସିତ ହେବା ଉଚିତ୍ । କନ୍ୟାର ଶିକ୍ଷା ପାଇଁ ଅଗ୍ରାଧିକାର, ବିଦ୍ୟାଳୟ, ମହାବିଦ୍ୟାଳୟ ସବୁକ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥାନ ରଖିବା ଦରକାର । କନ୍ୟାଟିଏ ପୁଅଠାରୁ କେଉଁ ଗୁଣରେ ଊଣା ନୁହଁନ୍ତି । ତେଣୁ କନ୍ୟାଙ୍କୁ ବଞ୍ଚାନ୍ତୁ, କନ୍ୟାକୁ ପଢ଼ାନ୍ତୁ । କନ୍ୟା ସନ୍ତାନ ପ୍ରତି ହେଉଥିବା ଅନ୍ୟାୟ ଓ ଅତ୍ୟାଚାର, ଲିଙ୍ଗ ନିରୂପଣ, କନ୍ୟା ଭୃଣ ହତ୍ୟା, ବାଲ୍ୟ ବିବାହ, ଭେଦଭାବ ଓ ସତର୍କତା, ବିପଦପୂର୍ଣ୍ଣ ସ୍ଥିତି, ପୁଷ୍ଟିକର ଖାଦ୍ୟ, ଆଇନଗତ ଅଧିକାର, ସ୍ୱାସ୍ଥ୍ୟଭିତ୍ତିକ ଯତ୍ନ, ଆତ୍ମରକ୍ଷା ଓ ସ୍ୱାଧିନତା ଇତ୍ୟାଦିର ଅଗ୍ରାଧିକାର ସଚେତନତା ଜାଗରଣ ଉଦ୍ଦେଶ୍ୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଇ କନ୍ୟାମାନଙ୍କୁ ସଚେତନ କରାଯାଇଥିଲା । ଶିଶୁ ତାର ପ୍ରଥମ ଭାଷା ମାଆ ଠାରୁ ଶିଖେ, ସବୁ କ୍ଷେତ୍ରରେ ଅଗ୍ରାଧିକାରକୁ ସ୍ୱତନ୍ତ୍ରତା ଦେଲେ କନ୍ୟାଟିଏ ସବୁକିଛି କରିପାରିବ । ପ୍ରତି ହଜାର ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ଆଶାତୀତ ଭାବରେ ହ୍ରାସ ପାଉଛି । ଯାହାକି ବର୍ତ୍ତମାନ ଓ ଭବିଷ୍ୟତ ପାଇଁ ଲିଙ୍ଗଗତ ଅସମାନତା ସୃଷ୍ଟି କରୁଛି । ତେଣୁ ଭୂଣ ଚୟନ ଓ ନିରୂପଣକୁ ବିରୋଧ କରନ୍ତୁ ‘କନ୍ୟା ଶକ୍ତି : ଅବର୍ଣ୍ଣନୀୟ ଏବଂ ଅଦମ୍ୟ’ ଯଦି କୌଣସି ଅଲଟ୍ରାସାଉଣ୍ଡ କ୍ଲିନିକରେ ଭ୍ରୁଣ ନିରୂପଣ କରାଯାଉଥିବାର ସୂଚନା ମିଳେ ତେବେ ଜିଲ୍ଲାପାଳ କିମ୍ବା ନିର୍ଦ୍ଦେଶକ ପରିବାର କଲ୍ୟାଣ, ଓଡିଶାକୁ ଜଣାନ୍ତୁ । କୌଣସି ବ୍ୟକ୍ତି ବା ଅଲଟ୍ରା ସାଉଣ୍ଡ କେନ୍ଦ୍ର ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ କଲେ ବା କରାଇଲେ କିମ୍ବା ଏ ସମ୍ବନ୍ଧୀୟ ବିଜ୍ଞାପନ ପ୍ରଚାର କଲେ, ସଂପୃକ୍ତ ବ୍ୟକ୍ତିଙ୍କୁ ଆଇନ ଅନୁଯାୟୀ ଏକ ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ଜୋରିମନା ସହିତ ୫ବର୍ଷ ପର୍ଯ୍ୟନ୍ତ ଜେଲ୍‍ ଦଣ୍ଡର ବ୍ୟବସ୍ଥା ରହିଅଛି । ଶେଷ ଜାତୀୟ ପରିବାର ସର୍ବେକ୍ଷଣର ତଥ୍ୟ ଅନୁଯାୟୀ ଆମ ରାଜ୍ୟରେ ୮୪.୩ ଭାଗ ପୁରୁଷଙ୍କ ତୁଳନାରେ ୬୭.୪ ଭାଗ ମହିଳା ସ୍ୱାକ୍ଷର ଅଛନ୍ତି । ଚିନ୍ତାଜନକ ବିଷୟ ହେଲା କି ମାତ୍ର ୨୬.୭ମହିଳା ୧୦ମ ବା ତଦୁର୍ଦ୍ଧ ପଢିଛନ୍ତି । ଏହି ପରିସଂଖ୍ୟାନ ଆମର ଅସମାନତାର ସ୍ଥିତିକୁ ସ୍ପଷ୍ଟ କରିଦେଉଛି । ୧୮ବର୍ଷରୁ କମ୍‍ ବର୍ଷର ଝିଅଙ୍କ ସହିତ ଶାରିରୀକ ସଂପର୍କକୁ ଧର୍ଷଣ ଭାବରେ ଆଇନରେ ଉଲ୍ଲେଖ କରାଯାଇଥିଲେ ବି ସାମାଜିକ ସ୍ୱୀକୃତି ଭିତରେ ପିଲାଟି ଏସବୁ ସହିବାକୁ ବାଧ୍ୟ ହେଉଛି । ଏହି ସର୍ବେକ୍ଷଣରୁ ତଥ୍ୟ ଅନୁସାରେ ୯୭ଭାଗ ମହିଳା ଋତୁସ୍ରାବ ସମୟରେ ଅସ୍ୱାସ୍ଥ୍ୟକର ପରିସ୍ଥିତିର ସମ୍ମୁଖୀନ ହୁଅନ୍ତି । ପ୍ରତ୍ୟେକ କିଶୋରୀ ଆମ ପାଇଁ ମାନବ ରୂପରେ ଦେବୀ ସମସ୍ତେ ସେମାନଙ୍କର ସମ୍ମାନ କରିବା ସହ ମର୍ଯ୍ୟାଦାପୂର୍ଣ୍ଣ ଜୀବନ ବଞ୍ôଚବାରେ ସହାୟକ ହେଲେ ସମାନ ଭବିଷ୍ୟତ ପାଇଁ ଉଚ୍ଛାରିତ ସେମାନଙ୍କର ସ୍ୱର ଫଳବତୀ ହେବ- ‘ଝିଅ ପାଇଁ ଦିନଟିଏ’ । କନ୍ୟା ସନ୍ତାନ ଦିବସ ଉଦ୍ଦେଶ୍ୟରେ କନ୍ୟାମାନଙ୍କ ଦ୍ୱାରା ନୃତ୍ୟ, ଚିତ୍ରାଙ୍କନ, ବକ୍ତୃତା, ଯୁକ୍ତିଭିତ୍ତିକ ଓ ଦସ୍ତଖତ ଅଭିଯାନ କରାଯାଇ ସେମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ପରେ ଏକ ଶୋଭାଯାତ୍ରାରେ ସାମାଜିକ ଦୂରତା ସହ ପ୍ଲା-କାର୍ଡ ଧରି ସଚେତନତା ଉଦ୍ଦେଶ୍ୟରେ ଗାଁ ପରିକ୍ରମା କରାଯାଇଥିଲା ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ