ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍ ମାମଲାରେ ବାଂଲାଦେଶୀ ଯୁବକ ଗିରଫ

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍ ମାମଲାରେ ବାଂଲାଦେଶୀ ଯୁବକ ଗିରଫ

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍ ମାମଲାରେ ବାଂଲାଦେଶୀ ଯୁବକ ଗିରଫ


ପୁରୀ(ଏନ୍‌.ଏମ୍‌.): ଶ୍ରୀମନ୍ଦିର ଭିତର ଫଟୋ ଉଠାଇ ସୋଶାଲ୍ ମିଡିଆରେ ଭାଇରାଲ କରିବା ମହଙ୍ଗା ପଡ଼ିଛି । ଏହି ମାମଲାରେ ବାଂଲାଦେଶୀ ଯୁବକକୁ ପୁଲିସ ଗିରଫ କରିଛି । ଗିରଫ ଯୁବକ ଜଣକ ଆକାଶ ଚୌଧୁରୀ ବୋଲି ସିଂହଦ୍ୱାର ଥାନା ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆକାଶର ଘର ବାଂଲାଦେଶ ସିଲହଟ ଜିଲ୍ଲା ପୂର୍ବ ଜିନ୍ଦା ବଜାରରେ । ପୁଲିସ୍ ଆକାଶ ଠାରୁ ଗୋଟିଏ ମୋବାଇଲ ଓ ବାଂଲାଦେଶ ପାସ୍ପୋର୍ଟ ଜବତ କରିଛି । ଶ୍ରୀମନ୍ଦିର ଗର୍ଭଗୃହ ଓ ରତ୍ନ ସିଂହାସନରେ ବିଜେ ଶ୍ରୀଜଗନ୍ନାଥଙ୍କ ଫଟୋ ସୋଶାଲ ମିଡ଼ିଆ ଫେସବୁକରେ ଭାଇରାଲ୍ ହୋଇଥିଲା । ଫଟୋ ଗୁଡ଼ିକୁ ଆକାଶ ଚୌଧୁରୀ ନାମକ ଜଣେ ବ୍ୟକ୍ତିଙ୍କ ଫେସବୁକ୍ ଆକାଉଣ୍ଟରେ ସେୟାର କରାଯାଇଥିଲା । ଯାହା ଭାଇରାଲ୍ ହୋଇଥିଲା । ଏହା ପରେ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଭି.ଏସ.ଚନ୍ଦ୍ର ଶେଖର ରାଓ ଏନେଇ ସିଂହଦ୍ୱାର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଥିଲା । ଏହି ଅଭିଯୋଗରେ ପୁଲିସ୍ ଆଜି ଆକାଶକୁ ଗିରଫ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।

Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ