ଶୋଭନୀୟ ଶିକ୍ଷାଶ୍ରମରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ

ଶୋଭନୀୟ ଶିକ୍ଷାଶ୍ରମରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ

ଶୋଭନୀୟ ଶିକ୍ଷାଶ୍ରମରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ

News by Ajit Kumar Mallick (Konark)

#କୋଣାର୍କ (ଏନ୍‌.ଏମ୍‌.): କୋଣାର୍କ ଶୋଭନୀୟ ଶିକ୍ଷାଶ୍ରମ ପରିସରରେ ନେତାଜୀ ସୁଭାଷଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ୧୨୬ ତମ ଜନ୍ମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଶୋଭନୀୟ ଶିକ୍ଷାଶ୍ରମର ଛାତ୍ରଛାତ୍ରୀମାନେ ସକାଳ ୬ଟାରେ ଜାଗରଣ ସଙ୍ଗୀତ ସୂର୍ଯ୍ୟପୂଜା, ଧ୍ୟାନ, ବିଶ୍ୱଶାନ୍ତି ପାଇଁ ପ୍ରାର୍ଥନା ଓ ନାମ ସଂକୀର୍ତ୍ତନ କରିଥିଲେ । ଶିକ୍ଷାଶ୍ରମ ପରିସରରେ ଥିବା ଦିବଙ୍ଗତ ନେତାଜୀ ସୁଭାଷଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଫଟୋ ଚିତ୍ରରେ ଛାତ୍ରଛାତ୍ରୀଙ୍କ ସମେତ ଗୁରୁଜୀ ଗୁରୁମା ଓ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ । ଶୋଭନୀୟ ଶିକ୍ଷାଶ୍ରମର ଅଧ୍ୟକ୍ଷା ବିଦୁଲତା ଶତପଥିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବାନର ସେନାର ସମ୍ପାଦକ ପ୍ରକାଣ ଚନ୍ଦ୍ର ଖଟୋଇ, ଅର୍କଶ୍ରୀର ସମ୍ପାଦକ ଉମେଶ୍ଚନ୍ଦ୍ର ସ୍ୱାଇଁ, ସମଜସେବୀ ସଞ୍ଜୟ ବରାଳ, ଶିକ୍ଷୟତ୍ରୀ ମନୋରାମା ମିଶ୍ର ଓ ଶିକ୍ଷକ ପବିତ୍ର ମୋହନ ମିଶ୍ର ପ୍ରମୁଖ ଦୁଇ ମହାନ ବିପ୍ଳବୀ ନେତାଙ୍କ ଜୀବନାଦର୍ଶ ଉପରେ ଛାତ୍ରଛାତ୍ରୀମାନଙ୍କୁ ଆଲୋକ ପାତ କରାଇଥିଲେ । ଏହି ଅବସରରେ ଶୋଭନୀୟ ଶିକ୍ଷାଶ୍ରମ ପରିସରେ ଏକ ସ୍ୱତନ୍ତ୍ର ମଞ୍ଚରେ ବିଦ୍ୟାର୍ଥୀମାନେ ପ୍ରତିଭା ପ୍ରଦର୍ଶନ ଓ ସଚେତନ ଧର୍ମି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ପୂର୍ବରୁ ଶିକ୍ଷାଶ୍ରମରେ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ୱ ହାସଲ କରିଥିବା କୃତୀ ବିଦ୍ୟାର୍ଥୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଶୋଭନୀୟ ଶିକ୍ଷାଶ୍ରମର ଶିକ୍ଷୟିତ୍ରୀ ଗୀତାଞ୍ଜଳୀ ସାହୁ, ରାଜଲକ୍ଷ୍ମୀ ମିଶ୍ର, ସୁମତୀ ମଲ୍ଳିକ, ଲିପ୍ସା ତ୍ରିପାଠୀ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ