ଶିଳ୍ପାନୁଷ୍ଠାନ ବାହାରେ ଆକସ୍ମିକ ବିପର୍ଯ୍ୟୟ ଓ ଦୁର୍ଘଟଣା ପ୍ରତିରୋଧ ଜନିତ ଜରୁରୀ ଯୋଜନା ପ୍ରସ୍ତୁତି ବୈଠକ

ଶିଳ୍ପାନୁଷ୍ଠାନ ବାହାରେ ଆକସ୍ମିକ ବିପର୍ଯ୍ୟୟ ଓ ଦୁର୍ଘଟଣା ପ୍ରତିରୋଧ ଜନିତ ଜରୁରୀ ଯୋଜନା ପ୍ରସ୍ତୁତି ବୈଠକ

ଶିଳ୍ପାନୁଷ୍ଠାନ ବାହାରେ ଆକସ୍ମିକ ବିପର୍ଯ୍ୟୟ ଓ ଦୁର୍ଘଟଣା ପ୍ରତିରୋଧ ଜନିତ ଜରୁରୀ ଯୋଜନା ପ୍ରସ୍ତୁତି ବୈଠକ


କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଶିଳ୍ପାନୁଷ୍ଠାନ ବାହାରେ ଆକସ୍ମିକ ବିପର୍ଯ୍ୟୟ ଓ ଦୁର୍ଘଟଣା ପ୍ରତିରୋଧ ଜନିତ ଜରୁରୀ ଯୋଜନା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସତ୍ୟରଞ୍ଜନ ସାହୁ, ଯୁଗ୍ମ ନିର୍ଦ୍ଦେଶକ ଭାରତୀୟ ଶିଳ୍ପ ଏବଂ ବାଣିଜ୍ୟ ସଂଘ ପ୍ରତିଷ୍ଠାନ ସୁରେନ୍ଦ୍ର ବର୍ମା ଏବଂ ବରିଷ୍ଠ ବୈଷୟିକ ପରାମର୍ଶଦାତା ଭି.ଆର. ରାଜପୁତ, ଉପଜିଲ୍ଲାପାଳ କଟକ ସଦର ପ୍ରତାପ ଚନ୍ଦ୍ର ବେଉରା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସତ୍ୟବ୍ରତ ଛୋଟରାୟ, ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସାଧାରଣ ପରିଚାଳକ କାରଖାନା ଓ ବାଷ୍ପିକ ଏମ.କେ. ପ୍ରଧାନ, କଟକ ଜିଲ୍ଲା ସହକାରୀ ନିର୍ଦ୍ଦେଶକ କାରଖାନା ଓ ବାଷ୍ପିକ ଚିତ୍ତରଞ୍ଜନ ବେଉରା ପ୍ରମୁଖ ଯୋଗଦେଇ ଆଲୋଚନା କରିଥିଲେ । ଆକସ୍ମିକ ବିପର୍ଯ୍ୟୟ ଏବଂ ରସାୟନିକ ଦୁର୍ଘଟଣା ଜନିତ ବିପତ୍ତି ତଥା ମାନବକୃତ ବିଭିନ୍ନ ଜୀବନ ହାନି ଗ୍ୟାସ ଦୁର୍ଘଟଣାକୁ ପ୍ରତିରୋଧ କରିବା ନିମନ୍ତେ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହିତ ବିସ୍ତ୍ରୁତ ଆଲୋଚନା ହୋଇଥିଲା । କଟକ ଏକ ଶିଳ୍ପ ବହୁଳ ଜିଲ୍ଲା ହୋଇଥିବାରୁ ଓଡିଶା ବାହାରୁ ଟ୍ୟାଙ୍କର ଯୋଗେ ଏମୋନିଆ ଭଳି ବିଭିନ୍ନ ବିଷାକ୍ତ ରସାୟନିକ ଗ୍ୟାସ ଅଣାଯାଉଥିବାରୁ ସମ୍ଭାବ୍ୟ ଦୁର୍ଘଟଣାକୁ ପ୍ରତିହିତ କରିବା ନିମନ୍ତେ ଜନସଚେତନତା ସହ ଶିଳ୍ପାଞ୍ଚଳ ଜନ ସାଧାରଣଙ୍କୁ ବ୍ୟାପକ ସତର୍କତା ଓ ସୁରକ୍ଷା ଅବଲମ୍ବନ ନିମନ୍ତେ ଶିଳ୍ପ ସଂସ୍ଥା ଗୁଡିକ ଧ୍ୟାନ ଦେବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । କଟକ ଜିଲ୍ଲାରେ ୩୯୨ଗୋଟି ପଞ୍ଜୀକୃତ ଶିଳ୍ପ ସଂସ୍ଥା ଥିବାବେଳେ ୬୩ ଗୋଟି ବିପଦପ୍ରବଣ ଶିଳ୍ପ ଭାବେ ଚିହ୍ନଟ କରାଯାଇଛି । ତେଣୁ ଶିଳ୍ପସଂସ୍ଥାର ଚତୁଃର୍ପାଶ୍ୱରେ ଥିବା ଜନସାଧାରଣଙ୍କ ସୁରକ୍ଷା ପ୍ରତି ପ୍ରାଧାନ୍ୟ ଦେବା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମିଶ୍ର ଗୁରୁତ୍ୱାରୋପ କରିଥିଲେ । ଏହାର ଅଗ୍ରଗତି ସମ୍ବନ୍ଧରେ ପର୍ଯ୍ୟାଲୋଚନା କରିବା ପାଇଁ ପ୍ରତି ୪ରୁ ୬ମାସ ମଧ୍ୟରେ ନିୟମିତ ବୈଠକ କରାଇ ବିଭିନ୍ନ କାର୍ଯ୍ୟକାରୀ ସଂସ୍ଥା ସହ ଆଲୋଚନା କରିବାକୁ ଜରୁରୀକାଳୀନ କାର୍ଯ୍ୟାଳୟକୁ ନିର୍ଦେଶ ଦେଇଥିଲେ । ମାନବକୃତ ରସାୟନିକ, ଜୈବିକ, ରଞ୍ଜନ ରଶ୍ମୀ ଜନିତ ଦୁର୍ଘଟଣା ଓ ଗ୍ୟାସ ନିର୍ଗତ ହେବା ଆଦି ବିପର୍ଯ୍ୟୟକୁ କିଭଳି ଭାବରେ ମୁକାବିଲା କରାଯାଇପାରିବ ସେ ସମ୍ବନ୍ଧରେ ଅଧିକାରୀମାନେ ବିସ୍ତ୍ରୁତ ତଥ୍ୟ ଉପସ୍ଥାପନ କରିଥିଲେ । ଜାତୀୟ ରାଜପଥ, ରେଳପଥ, ଜଳପଥ, ଆକାଶପଥ ଏବଂ ଭୂତଳ ପଥରେ ଶିଳ୍ପ ପାଇଁ ପରିବହନ ହେଉଥିବା ବିଭିନ୍ନ ଗ୍ୟାସ ଆକସ୍ମିକ ଦୁର୍ଘଟଣା ହେଲେ ୫୦୦ ମିଟର ପର୍ଯ୍ୟନ୍ତ ତାହାର ଅଗ୍ନି ବିସ୍ଫୋରିତ ହୋଇଥାଏ । ତେବେ ଏଭଳି ସ୍ଥିତିର ମୁକାବିଲା ପାଇଁ ଜନସାଧାରଣଙ୍କୁ ସଚେତନତା କରିବା ଆବଶ୍ୟକ । ଏଥିସହ କଟକ ଜିଲ୍ଲା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଏବଂ ୧୬ ନମ୍ବର ଜାତୀୟ ରାଜପଥରେ କ୍ଳୋରିନ ଗ୍ୟାସ ପରିବହନ ହେଉଥିବାରୁ ଜାତୀୟ ରାଜପଥ କଡରେ ରହୁଥିବା ଲୋକମାନଙ୍କୁ ସତର୍କତା ଅବଲମ୍ବନ କରିବା ଏବଂ ପରିବହନ କରୁଥିବା ଗ୍ୟାସ ମାଲିକ ମାନେ ଦୁର୍ଘଟଣାକୁ ଏଡାଇବା ନିମନ୍ତେ ଯାନଚାଳକମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦେବା ମଧ୍ୟ ଆବଶ୍ୟକତା ରହିଛି ବୋଲି ବୈଠକରେ ଆଲୋଚନା ହୋଇଥିଲା । ଏତଦ ବ୍ୟତୀତ ବୈଠକରେ କଟକ ଜିଲ୍ଲାର ବିଭିନ୍ନ ଶିଲ୍ପ ସଂସ୍ଥାର କର୍ମକର୍ତ୍ତା, ସ୍ୱେଚ୍ଛାସେବୀ ସଂଗଠନ କର୍ମକର୍ତ୍ତା, ପୁଲିସ ବିଭାଗ, ମୁନିସିପାଲିଟି ଓ ପୌର ପ୍ରଶାସନ, ଏନଡିଆରଏଫ, ଓଡ୍ରାଫ, ବିଭିନ୍ନ ସଂସ୍ଥାର ନିର୍ବାହୀ ଯନ୍ତ୍ରୀ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ, ଭାରତୀୟ ତୈଳ ନିଗମ ଓ ଅନ୍ୟାନ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ବିଭିନ୍ନ ପ୍ରସ୍ତାବ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ବୈଠକରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଏନ.ଏନ. ରାଜଲକ୍ଷ୍ମୀ ଓଝା ଧନ୍ୟବାଦ ପ୍ରଦାନ କରିଥିବା ବେଳେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନାର ଜିଲ୍ଲା ପ୍ରକଳ୍ପ ଅଧିକାରୀ ବାପି ବିଶ୍ୱଜିତ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ