ଶିମିଳିହାଣ୍ଡ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ଶିମିଳିହାଣ୍ଡ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ଶିମିଳିହାଣ୍ଡ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା

News by Smrutiranjan Tripathy (Choudwar)

#ଚୌଦ୍ୱାର(ଏନ୍‌.ଏମ୍‌.): କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ କୟଳପଡା ପଞ୍ଚାୟତ ଶିମିଳିହାଣ୍ଡ ଗ୍ରାମ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ଅମଲା ସିଂଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି କାର୍ଯ୍ୟକ୍ରମକୁ ମାତୃସେବା ଆଞ୍ଚଳିକ ସାଧନ କେନ୍ଦ୍ର ସିଆର୍‌ସିସି ଜ୍ଞାନରଞ୍ଜନ ବିଶ୍ୱାଳ ସଭାପତିତ୍ୱ କରିଥିବାବେଳ, ମୁଖ୍ୟଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶୈଳବାଳା ନାୟକ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଗୁରୁଡୁଝାଟିଆ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିମ୍ବାଧର ନାୟକ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବସନ୍ତ କୁମାର ବେହେରା, ପ୍ରାଣବନ୍ଧୁ ବେହେରା, ବିମ୍ବାଧର ବେହେରା, ଗଙ୍ଗାଧର ପୃଷ୍ଟି, ହେମନ୍ତ କୁମାର ପାତ୍ର, ଶରତ ପତ୍ରୀ, ତ୍ରିବିକ୍ରମ ଚରଣ ବେଉରା, ଶିବରାମ ଲେଙ୍କା ପ୍ରମୁଖ ଯୋଗ ଦେଇଥିଲେ । ତେବେ ଶ୍ରୀମତୀ ସିଂ ଜଣେ କର୍ତ୍ତ୍ୟବ ନିଷ୍ଟ ଶିକ୍ଷୟତ୍ରୀ ହେବା ସହ ଜଣେ ସ୍ନେହମୟୀ ମା’ ଭଳି ପିଲାମାନଙ୍କୁ ଅତି ଆଦର ସହ ଶିକ୍ଷା ପ୍ରଦାନ କରିବା ସହ ସେ ଜଣେ ଭଲ ମିଲାପି ଓ ପରୋପକାରୀ ଶିକ୍ଷୟତ୍ରୀ ବୋଲି ସମସ୍ତେ ପ୍ରଶଂସା କରିଥିଲେ । ପାଠ ପଢା ସହ ପ୍ରଧାନ ଶିକ୍ଷୟତ୍ରୀ ଭାବେ ବିଦ୍ୟାଳୟର କିଭଳି ଉନ୍ନତି ତଥା ଶୈକ୍ଷିକ ବାତାବରଣ ପାଇଁ ଯାହା ସବୁ ଆବଶ୍ୟକ ସେ ଆପ୍ରାଣ ଉଦ୍ୟମ କରି ତାହାକୁ ପୂରଣ କରିଥାନ୍ତି । ଶ୍ରୀମତୀ ସି ଙ୍କ ପାଠ ପଢାଇବା ସମୟରେ ଅନେକ ଛାତ୍ରଛାତ୍ରୀ ବିଭିନ୍ନ ବିଭାଗରେ ସଫଳତା ଅର୍ଜନ କରିଛନ୍ତି । ଶ୍ରୀମତୀ ସିଂଙ୍କୁ ଅବସର କାଳୀନ ବିଦାୟୀ ଦେଲାବେଳେ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ତଥା ଉପସ୍ଥିତ ବ୍ୟକ୍ତି ମାନଙ୍କ ଆଖିରେ ଲୁହ ଆସି ଯାଉଥିବାବେଳେ ଏକ ଆତ୍ମୀୟ ବିଦାୟ ଭଳି ପରିବେଶ ଦେଖିବାକୁ ମିଳିଥିଲା । ଶେଷରେ ଶ୍ରୀମତୀ ସିଂଙ୍କୁ ବିଦ୍ୟାଳୟ ପକ୍ଷରୁ ଉପଢୌକନ ଓ ପୁଷ୍ପ ଗୁଛ ସହ ଆଦର୍ଶ ପ୍ରଧାନ ଶିକ୍ଷୟତ୍ରୀ ମାନପତ୍ର ପ୍ରଦାନ କରଯାଇଥିଲା । ନିମନ୍ତ୍ରିତ ଅତିଥି ତଥା ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ପକ୍ଷରୁ ବିଭିନ୍ନ ଉପହାର ପ୍ରଦାନ ସ୍ୱରୂପ ବିଦାୟ ସମ୍ବର୍ଦ୍ଧନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବନ୍ଦାଳ ଆଞ୍ଚଳିକ ସାଧନା କେନ୍ଦ୍ର ସଂଯୋଜକ ଶ୍ରୀବତ୍ସ ପାଣି, ଗାନ୍ଧୀ ନୋଡାଲ ଆଞ୍ଚଳିକ ସାଧନା କେନ୍ଦ୍ର ସଂଯୋଜକ ପ୍ରକାଶ ଚନ୍ଦ୍ର ତରାଇ, କଳିଙ୍ଗ ନୋଡାଲ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରାଜେଶ୍ କୁମାର ନାୟକ, ମଣିଆ ଆଞ୍ଚଳିକ ସାଧନା କେନ୍ଦ୍ର ପୂର୍ବତନ ସଂଯୋଜକ ସମରେନ୍ଦ୍ର କୁମାର ଷଡ଼ଙ୍ଗୀ ଯୋଗ ଦେଇଥିବାବେଳେ ଭାରାପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ବାସନ୍ତୀ ଦାସ, ସହକାରୀ ଶିକ୍ଷୟତ୍ରୀ ଶୁଭଶ୍ରୀ ସୁରୀ, ଏସ୍‌ଏମ୍‌ସି କର୍ମକର୍ତ୍ତା ତଥା ସହ ପୁରାତନ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଯୋଗ ଦେଇଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି