ଶାନ୍ତି ଶୃଙ୍ଖଳା ସହ ପାଳନ ହେଲା ଚୌଦ୍ୱାର ଗୋଡ଼ିପାଟଣା ଇନ୍ଦୁ ପୂର୍ଣ୍ଣିମା ମେଳଣ

ଶାନ୍ତି ଶୃଙ୍ଖଳା ସହ ପାଳନ ହେଲା ଚୌଦ୍ୱାର ଗୋଡ଼ିପାଟଣା ଇନ୍ଦୁ ପୂର୍ଣ୍ଣିମା ମେଳଣ

ଶାନ୍ତି ଶୃଙ୍ଖଳା ସହ ପାଳନ ହେଲା ଚୌଦ୍ୱାର ଗୋଡ଼ିପାଟଣା ଇନ୍ଦୁ ପୂର୍ଣ୍ଣିମା ମେଳଣ

News by Smruti Ranjan Tripathy (Choudwar)

#ଚୌଦ୍ୱାର(ଏନ.ଏମ.): ଆରମ୍ଭ ହୋଇଯାଇଛି ପାର୍ବଣର ଋତୁ । ଗାଆଁ ଠୁ ସହର ଚାରିଆଡ଼େ ଉତ୍ସବ ମୁଖର । ଅଗ୍ର ପୂଜ୍ୟ ଗଜାନନଙ୍କ ପୂଜାରୁ ଆରମ୍ଭ ହୋଇଛି ଚଳିତ ବର୍ଷର ପାର୍ବଣର ପୂଜା । ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ ଗୋଡ଼ି ପାଟଣା ଠାରେ ଆରମ୍ଭ ହୋଇଯାଇଛି ଇନ୍ଦୁ ପୂର୍ଣ୍ଣିମା ମହୋତ୍ସବ । ପ୍ରତିବର୍ଷ ପୂର୍ଣ୍ଣମୀ ଠାରୁ ବିଘ୍ନରାଜଙ୍କ ପୂଜାଚର୍ନା କରି ଆରମ୍ଭ ହୁଏ ଏହି କାର୍ଯ୍ୟକ୍ରମ । ତେବେ ଚଳିତ ବର୍ଷ ବିଭିନ୍ନ ସାହିରୁ ପାଖାପାଖି ୨୧ ଖଣ୍ଡ ମେଢ଼ ଆସି ଏକାଠି ହୋଇ ଏହି ଯାତ୍ରା ପାଳିତ ହୋଇଛି । ଯାତ୍ରା ଆରମ୍ଭର ପୂର୍ବ ଦିନ ଠାରୁ ବିଭିନ୍ନ ପୂଜା କମିଟି ତରଫରୁ ରଙ୍ଗାରଙ୍ଗ ସଙ୍କୃତିକ କାର୍ଯ୍ୟକ୍ରମକୁ ଆୟୋଜନ କରାଯାଇଥିଲା । ଯାତ୍ରା ପ୍ରଥମ ଦିନ ବିଭିନ୍ନ ସାହିର ମେଢ଼ ଗୁଡ଼ିକ ନିଜ ନିଜର ବ୍ୟାଣ୍ଡ ପାର୍ଟି ଓ ପାରମ୍ପରିକ ବାଦ୍ୟ ସହ  ନାଚ ଗୀତ କରି ମେଳଣ ପଡ଼ିଆକୁ ଆସିଥିଲେ । ତା’ପର ଦିନ ପ୍ରଥମ ଥାନପତି ଭାବେ ଗନ୍ଦର୍ବନାଥ ମେଢ଼କୁ ଏକ ନମ୍ୱର୍ ଭାବେ କମିଟି ତରଫରୁ ଛନ୍ଦା ଦିଆ ଗଲାପରେ, ଇନ୍ଦ୍ରାଣୀପାଟଣା, ଦାଶରଥି ପାଟଣା, ଟିପିଏମ୍ ବଣିକ ସଂଘ, ଚିତ୍ରେଶ୍ୱର ମାର୍କେଟ, ମୁରାଦ ଖାଁ ପାଟଣା, ଦୌଲତାବାଦ୍‌, ଲକ୍ଷ୍ମୀ ନାରାୟଣପୁର, ଗୋପାଳପୁର, ଜେନାପାଟଣା, ମଙ୍ଗଳା ସାହି, ଦେହୁରୀ ସାହି, ଗୋଡି ପାଟଣା, ଜେନିପୁର, ଚାରିଘରିଆ, ପାଇକେରାପୁର୍ , ଜାଡୁଆପାଟଣା, ଟିପିଏମ୍ ଲକ୍ଷ୍ମୀ ନାରାୟଣ ସାହି, ଚଷାପଡ଼ା, ଗୌଷନଗର, ଦେବୀନଗର ପ୍ରମୁଖ ମେଢ଼ ଗୁଡ଼ିକୁ ପୂଜା କମିଟି ତରଫରୁ ଛନ୍ଦା ଦିଆଯାଇ ନିଜନିଜର ନମ୍ବର ଓ ସମୟ ଅନୁଯାଇ ଚଷାପଡ଼ା ରାଜଘାଟ ନିକଟସ୍ଥ ଅସ୍ଥାୟୀ ପୋଖରୀରେ ବିସର୍ଜନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଯାତ୍ରା ପଡିଆରେ ଏକ ମୀନାବଜାର ଦେଖିବାକୁ ମିଳିଥିଲା । ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ବ୍ୟବସାୟୀମାନେ ଏଠାରେ ନିଜ ନିଜର ବ୍ୟବସାୟର ପସରା ଆରମ୍ଭ କରିଥିଲେ । ଘରକରଣା ଜିନିଷ ଠାରୁ ଆରମ୍ଭ କରି ମନୋରଞ୍ଜନ ପାଇଁ ବିଭିନ୍ନ ପ୍ରକାର ଦୋଳି, ଛୋଟ ପିଲମାନଙ୍କ କଣ୍ଢେଇ, ପୂଜା ସାମଗ୍ରୀ ସହ ଚଟପଟି ଖାଦ୍ୟ ଯଥା ଚାଟ୍‌, ଆଇସକ୍ରିମ, ଦହିବରା, ପାମ୍ପଡ, ମୋମୋ, ରସାବଳି, ମଥୁରା କେକ୍ ବିଭିନ୍ନ ପ୍ରକାର ଖାଦ୍ୟର ପସରା ନିକଟରେ ବେଶ ଭିଡ ପରିଲକ୍ଷିତ ହୋଇଥିଲା । ଚୌଦ୍ୱାର ତଥା ଆଖ ପାଖ ଅଞ୍ଚଳରୁ ବହୁ ଲୋକ ଆସି ଏକାଠି ହୋଇ ଏହି ଯାତ୍ରାକୁ ଉପଭୋଗ କରିଥିଲେ । ତେବେ ପ୍ରଶାସନ ପକ୍ଷରୁ ୮ପ୍ଲାଟୁନ ପୁଲିସ ମୁତୟନ କରାଯାଇଥିବାବେଳେ, ଯାତ୍ରା ପଡିଆରେ ଏକ ଅସ୍ଥାୟୀ ପୁଲିସ କ୍ୟାମ୍ପ ତଥା ବିଦୁତ୍ ବିଭାଗ ସହ ଅନ୍ୟାନ୍ୟ ବିଭାଗକୁ ସଜାଗ ରହିଥିଲେ । ଏହି ଯାତ୍ରାର ଶେଷ ଦିନ ମୁଖ୍ୟଅତିଥି ଭାବେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ଯୋଗଦେଇ ଯାତ୍ରାକୁ କିଭଳି ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠାନ ଓ ପରମ୍ପରା କିଭଳି ଆଗକୁ ଆହୁରି ବଜାୟ ରହିବା ସେଥିପାଇଁ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଚୌଦ୍ୱାର ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଭାଇସ୍ ଚେୟାରମ୍ୟାନ ଶୁଭେନ୍ଦୁ ସାମଲଙ୍କ ସହ ସମସ୍ତ ପାରିଷଦଗଣ ଓ ସମସ୍ତ ସାହିର ମୂରବୀ ଯୋଗ ଦେଇଥିଲେ । ଏହି ଅବସରେର ଚଳିତ ବର୍ଷର ଗଣେଶ ପୁସ୍ତକ ଉନ୍ମୋଚନ କରାଯାଇଥିଲା । ମେଳଣରେ ଶୃଙ୍ଖଳା ରକ୍ଷା କରିବା ପାଇଁ କମିଶରେଟ୍ ପୁଲିସ ପକ୍ଷରୁ ଆଡିସନାଲ ଡିସିପିଙ୍କ ସମେତ, ୪ଜଣ ଏସିପି ୭ ଜଣ ଇନ୍ସପେକ୍‌ଟର, ଏସଆଇ ଓ ଏ ଏସ ଆଇ ୨୫ ଜଣ, ହୋମଗାର୍ଡ ୨୫ ଜଣ, ଟ୍ରାଫିକ ପୁଲିସ ୧୦ଜଣ ନିୟୋଜିତ ହୋଇଥିବା ଟିପିଏମ ଫାଣ୍ଡି ଅଧିକାରୀ ମାନସ ରଞ୍ଜନ ମହାରଣା ସୂଚନା ଦେଇଛନ୍ତି । ଶାନ୍ତି ଶୃଙ୍ଖଳାର ସହ ଏହି ମେଳଣ ସମାପନ ହୋଇଥିବାରୁ କର୍ମକର୍ତ୍ତାମାନଙ୍କ ପକ୍ଷରୁ ସୁଧାକର ମହାପାତ୍ର, ଅଜୟ କୁମାର ବେହେରା ସମସ୍ତ ଅଞ୍ଚଳବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ