ଲିଙ୍କରୋଡରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ଯାତ୍ରୀବାହୀ ବସ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭଷ୍ମୀଭୂତ

ଲିଙ୍କରୋଡରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ଯାତ୍ରୀବାହୀ ବସ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭଷ୍ମୀଭୂତ

ଲିଙ୍କରୋଡରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ଯାତ୍ରୀବାହୀ ବସ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭଷ୍ମୀଭୂତ

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): କଟକରେ ପ୍ରଚଣ୍ଡ ରୌଦ୍ରତାପ ଜନସାଧାରଣଙ୍କୁ ଅତିଷ୍ଠ କରି ପକାଇଥିବାବେଳେ ଲିଙ୍କରୋଡ଼ରେ ଅଚାନକ ଅଗ୍ନିକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି । ଅପରାହ୍ନ ସମୟରେ ପାରଦ ପ୍ରାୟ ୪୦ ଡିଗ୍ରୀ ଉପରେ ଥିବାବେଳେ ଲିଙ୍କରୋଡ ଠାରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ସେଠାରେ କିଛି ଦିନ ଧରି ରହିଥିବା ଏକ ଯାତ୍ରୀବାହୀ ବସରେ ନିଆଁ ଲାଗି ଯିବା ଫଳରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଉକ୍ତ ବସଟି ସେଠାରେ ଥୁଆ ହୋଇଥିବା ବେଳେ ଆଜି ହଠାତ ସେଥିର ପ୍ରଥମେ ଧୁଆଁ ବାହାରିବା ସହ ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା । ତେବେ ଏହି ବସ ଥୁଆ ହୋଇଥିବା ସ୍ଥାନରେ ଥିବା ଏକ ପାନ ଦୋକାନ ଓ ଗଛରେ ମଧ୍ୟ ଏହି ନିଆଁ ଲାଗିଛି । ଏହି ଅଗ୍ନିକାଣ୍ଡ ଯୋଗୁଁ ପାନ ଦୋକାନରେ ଥିବା ସମସ୍ତ ଜିନିଷ ଜଳି ପାଉଁଶ ହୋଇଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ଜଣାପଡ଼ିଛି । ତେବେ ବସ ଓ ଦୋକାନ ନରେ ଭୟାବହ ଅଗ୍ନିକାଣ୍ଡ ହେବା ପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ତେବେ ଖବର ପାଇ ଅଗ୍ନିଶମ ବାହିନୀର ଦୁଇଟି ଟିମ ତୁରନ୍ତ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲା । ତେବେ ନିଆଁକୁ ଆୟତ କରିବା ବେଳକୁ ଉକ୍ତ ବସ ଓ ପାନଦୋକାନ ସମ୍ପୂର୍ଣ୍ଣ ଭଷ୍ମିଭୂତ ହୋଇଯାଇଥିବା ଦେଖିବାକୁ ମିଳିଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିଲେ ମଧ୍ୟ ଧୂମପାନ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଥିବା ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ