ଲକ୍ଷ୍ମୀ ନାରାୟଣ ସାହୁ ମହାବିଦ୍ୟାଳୟର ସାହିତ୍ୟ ଓ ନାଟ୍ୟ ସଂସଦର ବାର୍ଷିକ ଉତ୍ସବ

#ଜଗତପୁର(ଏନ୍.ଏମ୍.): ଜଗତପୁରସ୍ଥିତ ଲକ୍ଷ୍ମୀ ନାରାୟଣ ସାହୁ ମହାବିଦ୍ୟାଳୟର ସାହିତ୍ୟ ସଂସଦ ଓ ନାଟ୍ୟ ସଂସଦର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମହା ବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସସ୍ମିତା ପଟ୍ଟନାୟକ ସଭାପତିତ୍ୱ କରିବା ସହିତ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ଏହି ଭବ୍ୟ ସମାରୋହରେ ଉଦଘାଟକ ଭାବେ କଟକ ସାଂସଦ ଭର୍ତ୍ତୃହରୀ ମହତାବ ଯୋଗଦେଇ ଶିକ୍ଷା ଛାତ୍ର ସମାଜକୁ ଶୃଙ୍ଖଳିତ କରିବା ସଙ୍ଗେ ସଙ୍ଗେ କିପରି ଜ୍ଞାନଦୀପ୍ତ କରେ ତାହା ଉପରେ ମତ ପ୍ରକାଶ କରିଥିଲେ । ମୁଖ୍ୟ ଅତିଥିଭାବେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ଯୋଗଦେଇ ଛାତ୍ରଛାତ୍ରୀମାନେ ପିତା ମାତା ଓ ଗୁରୁଜନ ମାନଙ୍କୁ ସମ୍ମାନ କରିବା ପାଇଁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥିଭାବେ ପୂର୍ବତନ କୋରେଇ ବିଧାୟକ ତଥା ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଚଳଚିତ୍ର ଜଗତର ତାରକା ଆକାଶ ଦାସ ନାୟକ ଯୋଗଦେଇ ମୋ କଲେଜ ଅଭିଯାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ସାହିତ୍ୟ ଓ ନାଟ୍ୟ ସଂସଦର ଉପସଭାପତି ଡକ୍ତର ଗୌତ୍ତମ ଚରଣ ପଟ୍ଟନାୟକ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ନାଟ୍ୟ ଓ ସାହିତ୍ୟ ସଂସଦ ଦ୍ୱାରା ଅନୁଷ୍ଟିତ ହୋଇଥିବା ବିଭିନ୍ନ ପ୍ରତି ଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ଡ. ପ୍ରବୀଣା ସାହୁ, ସନ୍ତୋଷ ସେନାପତି ଓ ଅବିନାଶ ନାୟକ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ପ୍ରାଧ୍ୟାପକ, ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ । ଶେଷରେ ମହାବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଅଧ୍ୟାପକ ପ୍ରକାଶ କୁମାର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।