ରେଭେନ୍ସା ବିଶ୍ୱବିଦ୍ୟାଳୟ ଇଷ୍ଟ ଓ ୱେଷ୍ଟ ହଷ୍ଟେଲ ପାଳନ କରିବ ଶତବାର୍ଷିକୀ ଉତ୍ସବ

ରେଭେନ୍ସା ବିଶ୍ୱବିଦ୍ୟାଳୟ ଇଷ୍ଟ ଓ ୱେଷ୍ଟ ହଷ୍ଟେଲ ପାଳନ କରିବ ଶତବାର୍ଷିକୀ ଉତ୍ସବ

ରେଭେନ୍ସା ବିଶ୍ୱବିଦ୍ୟାଳୟ ଇଷ୍ଟ ଓ ୱେଷ୍ଟ ହଷ୍ଟେଲ ପାଳନ କରିବ ଶତବାର୍ଷିକୀ ଉତ୍ସବ


କଟକ(ଏନ୍‌.ଏମ୍‌.): ଚଳିତ ବର୍ଷ ରେଭେନ୍ସା ବିଶ୍ୱବିଦ୍ୟାଳୟର ଦୁଇଟି ହଷ୍ଟେଲକୁ ଶହେ ବର୍ଷ ପୂରଣ ହେବାକୁ ଯାଇଛି । ଏହି ଦୁଇଟି ହଷ୍ଟେଲର ଶତବାର୍ଷିକୀ ଉତ୍ସବ ପାଳନ କରାଯିବା ନିମନ୍ତେ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ରେଭେନ୍ସାର ପୂର୍ବ ଛାତ୍ରାବାସ(ଇଷ୍ଟ) ଏବଂ ପଶ୍ଚିମ ଛାତ୍ରାବାସ(ୱେଷ୍ଟ) ଶହେ ବର୍ଷ ପାଳନ ଲାଗି ପ୍ରସ୍ତୁତି ଆରମ୍ଭ କରିଛି । ତେବେ ଆସନ୍ତା ନଭେମ୍ବର ୧୪ ତାରିଖରେ ଇଷ୍ଟ ଏବଂ ୧୫ ତାରିଖରେ ୱେଷ୍ଟ ହଷ୍ଟେଲର ଶତବାର୍ଷିକୀ ଉତ୍ସବ ପାଳନ ହେବା ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ହଷ୍ଟେଲଗୁଡିକର ପୁରାତନ ଛାତ୍ରଛାତ୍ରୀମାନଙ୍କୁ ବର୍ତ୍ତମାନ ଯୋଗାଯୋଗ କରାଯାଉଥିବା ଚିଫ ୱୋଡେନ ପ୍ରୀତିରେଖା ଦାସ ପଟ୍ଟନାୟକ ସୂଚନା ଦେଇଛନ୍ତି । ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଥିବା ୧୩ ଟି ହଷ୍ଟେଲ ମଧ୍ୟରୁ ଇଷ୍ଟ ଏବଂ ୱେଷ୍ଟ ହଷ୍ଟେଲ ସବୁବେଳେ ଚର୍ଚ୍ଚାରେ ରହି ଆସିଛି । ଏହି ଦୁଇଟି ହଷ୍ଟେଲ ପୁରାତନ ହୋଇଥିବାବେଳେ ହଷ୍ଟେଲର ବହୁ ଅନ୍ତେବାସୀ ସମାଜରେ ଖ୍ୟାତି ଅର୍ଜନ କରିଛନ୍ତି । ବିଶେଷ କରି ୱେଷ୍ଟ ହଷ୍ଟେଲରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ଏବଂ ବୈଜ୍ଞାନିକ ସ୍ୱର୍ଗତ ପ୍ରାଣକୃଷ୍ଣ ପରିଜାଙ୍କ ଭଳି ବହୁ ବିଶିଷ୍ଟ ବ୍ୟକ୍ତି ନିଜର ଛାତ୍ରଜୀବନ ବିତାଇଛନ୍ତି । ଇତି ମଧ୍ୟରେ ଉକ୍ତ ହଷ୍ଟେଲକୁ ଶହେ ବର୍ଷ ପୂରଣ ହେବ । ଶତବାର୍ଷିକୀ ଉତ୍ସବ ପାଳନ ଲାଗି ୱେଷ୍ଟ ହଷ୍ଟେଲରେ ୱାଡେନ ଡକ୍ଟର ଶରତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସମସ୍ତ ଅନ୍ତେବାସୀମାନେ ଉପସ୍ଥିତ ଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ, ସମ୍ମାନ ପ୍ରଦାନ ଉତ୍ସବ ଏବଂ ହଷ୍ଟେଲର ମରାମତି ଲାଗି ପ୍ରସ୍ତାବ ଉପସ୍ଥାପନ ହୋଇଥିଲା । ଆସନ୍ତା ସପ୍ତାହରେ ହଷ୍ଟେଲ ମରାମତି ଲାଗି କୁଳପତିକୁ ୱର୍ଡେନ ଏବଂ କିଛି ଅନ୍ତେବସୀ ଭେଟିବେ ବୋଲି ନିଷ୍ପତ୍ତି ନିଆଯାଇଛି । ତେବେ ପରବର୍ତ୍ତୀ ସମୟରେ ତୃତୀୟ ବା ଶେଷ ବୈଠକ ହେବ । ଚିଫ ୱାର୍ଡେନ ଉକ୍ତ ବୈଠକରେ ଯୋଗଦେବେ । ଏହି ବୈଠକରେ ଶତବାର୍ଷିକୀ ଉତ୍ସବ ଲାଗି ସମସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ ହେବ ବୋଲି ସୂଚନା ମିଳିଛି । ସେହିଭଳି ଇଷ୍ଟ ହଷ୍ଟେଲରେ ଏହି ଶତବାର୍ଷିକୀ କାର୍ଯ୍ୟକ୍ରମ ଲାଗି ଆସନ୍ତା ସପ୍ତାହରେ ବୈଠକ ଅନୁଷ୍ଠିତ ହେବ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି