ରେଭେନ୍ସାର ଜମିକୁ ହସ୍ତାନ୍ତର ପ୍ରତିବାଦରେ ଛାତ୍ର ସଂସଦର ପୂର୍ବତନ ନେତାମାନଙ୍କର ମିଳିତ ବିବୃତି

ରେଭେନ୍ସାର ଜମିକୁ ହସ୍ତାନ୍ତର ପ୍ରତିବାଦରେ ଛାତ୍ର ସଂସଦର ପୂର୍ବତନ ନେତାମାନଙ୍କର ମିଳିତ ବିବୃତି

ରେଭେନ୍ସାର ଜମିକୁ ହସ୍ତାନ୍ତର ପ୍ରତିବାଦରେ ଛାତ୍ର ସଂସଦର ପୂର୍ବତନ ନେତାମାନଙ୍କର ମିଳିତ ବିବୃତି


କଟକ (ଏନ୍‌.ଏମ୍‌.): କେବଳ ଦେଶ ନୁହେଁ ସମଗ୍ର ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ଐତିହାସିକ ରେଭେନ୍ସା ବିଶ୍ୱବିଦ୍ୟାଳୟର ୪ଏକର ଜମିକୁ ପରିବା ହାଟ କରିବାର ଘୁଣ୍ୟ ଚକ୍ରାନ୍ତକୁ ରେଭେନ୍ସାର ଛାତ୍ରସଂସଦର ପୂର୍ବତନ ନିର୍ବାଚିତ ପ୍ରତିନିଧିମାନେ ଘୋର ବିରୋଧ କରିଛନ୍ତି । ରେଭେନ୍ସାର ପୂର୍ବତନ ସଭାପତି ଗଣେଶ ତ୍ରିପାଠୀ, ଶିବାଶିଷ ପ୍ରହରାଜ, ନସିମ ସରକାର, ପୂର୍ବତନ ସାଧାରଣ ସମ୍ପାଦକ ପାଭେଲ ପ୍ରିୟଦର୍ଶନ, ଦିଲ୍ଲିପ ସ୍ୱାଇଁ, ସିଦ୍ଧାର୍ଥ ରଥ, ପୂର୍ବତନ ଉପ-ସଭାପତି ନିରୁପମା ବେହେରା, ଅଭିରାମ ବେହେରା, ଶିବାନୀ ସାହୁ, ପ୍ରତ୍ୟୁତପନ୍ନା ନାୟକ, ସବିତା ସେଠୀ, ପୂର୍ବତନ ସହ-ସାଧାରଣ ସମ୍ପାଦକ ସୁନିଲକାନ୍ତ ନାୟକ, ଭାଗ୍ୟରବି ଦାସ, ବାପୁଜୀ ହେମ୍ବ୍ରମ, ଗୋବିନ୍ଦ ଚନ୍ଦ୍ର ରାୟ, ଲୋପାମୁଦ୍ରା ବେଉରା, କୃଷ୍ଣଚନ୍ଦ୍ର ଜେନା ଏକ ମିଳିତ ବିବୃତିରେ କହିଛନ୍ତି ୧୫୦ ବର୍ଷର ଏହି ମହାନ ଶିକ୍ଷାନୁଷ୍ଠାନର ୪ ଏକର ଜମି ପ୍ରଶାସନ ନେଇଯିବା ଅତ୍ୟନ୍ତ ବେଦନାଦାୟକ ଓ କ୍ଷୋଭର ବିଷୟ । ରେଭେନ୍ସାର ବିକାଶ ପାଇଁ ଚେଷ୍ଟିତ ହେବା ବଦଳରେ ପ୍ରଶାସନ ଏହାକୁ ଧ୍ୱଂସ କରିବାର ଅପଚେଷ୍ଟା କରୁଛନ୍ତି । ରେଭେନ୍ସାରେ ଅଧ୍ୟୟନରତ ହଜାର ହଜାର ଛାତ୍ରଛାତ୍ରୀଙ୍କ ରହିବା ପାଇଁ ଆହୁରି ହଷ୍ଟେଲ, କର୍ତ୍ତବ୍ୟରତ ଅଧ୍ୟାପକ, ହଷ୍ଟେଲ କର୍ମଚାରୀ ଓ ୪ର୍ଥ ଶ୍ରେଣୀ କର୍ମଚାରୀ ମାନଙ୍କ ରହିବା ପାଇଁ ଆହୁରି କ୍ୱାଟର୍ସର ଆବଶ୍ୟକତା ଥିବା ସମୟରେ ସରକାର ଜମି ଯୋଗାଇଦେବା ସହ ଛାତ୍ରାବାସ ଓ କ୍ୱାଟର୍ସ ନିର୍ମାଣ କରିବା ବଦଳରେ ରେଭେନ୍ସାର ଜମି ନେଇଯିବାର ଚକ୍ରାନ୍ତ କିପରି ସରକାରଙ୍କୁ ଜୁଟିଲା ତାହା ପୂର୍ବତନ ଛାତ୍ର ପ୍ରତିନିଧିମାନେ ପ୍ରଶ୍ନ କରିଛନ୍ତି । ତେଣୁ ତୁରନ୍ତ ସରକାର ରେଭେନ୍ସାର ୪ ଏକର ଜମିକୁ ପରିବା ହାଟ କରିବାର ଏହି କୁଚକ୍ରାନ୍ତରୁ କ୍ଷ୍ରାନ୍ତ ହୋଇ ସେହି ଜମିରେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ କର୍ତ୍ତବ୍ୟରତ ହଷ୍ଟେଲ କର୍ମଚାରୀ ଓ ୪ର୍ଥ ଶ୍ରେଣୀ କର୍ମଚାରୀ ମାନଙ୍କ ରହିବା ପାଇଁ କ୍ୱାଟର୍ସ ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ଛାତ୍ରବାସ ନିର୍ମାଣ କରିବାର ଦାବି ପୂର୍ବତନ ନିର୍ବାଚିତ ଛାତ୍ର ପ୍ରତିନିଧିମାନେ କରିବା ସହ ପ୍ରଶାସନର ଏହି କୁଚକ୍ରାନ୍ତ ପ୍ରତିବାଦରେ ରାଜ୍ୟ, ଦେଶ ତଥା ବିଦେଶରେ ରହୁଥିବା ରେଭେନ୍ସୀୟ ମାନେ ପ୍ରତିବାଦ କରିବାକୁ ଆହ୍ୱାନ କରିଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି