ରେଭେନ୍ସାରେ ପିଜି ପ୍ରବେଶିକା ପରୀକ୍ଷାରେ ଅବ୍ୟବସ୍ଥା:ପରୀକ୍ଷା ହଲ ଖୋଜି ଖୋଜି ପରୀକ୍ଷାର୍ଥୀ ନୟାନ୍ତ

ରେଭେନ୍ସାରେ ପିଜି ପ୍ରବେଶିକା ପରୀକ୍ଷାରେ ଅବ୍ୟବସ୍ଥା:ପରୀକ୍ଷା ହଲ ଖୋଜି ଖୋଜି ପରୀକ୍ଷାର୍ଥୀ ନୟାନ୍ତ

ରେଭେନ୍ସାରେ ପିଜି ପ୍ରବେଶିକା ପରୀକ୍ଷାରେ ଅବ୍ୟବସ୍ଥା:ପରୀକ୍ଷା ହଲ ଖୋଜି ଖୋଜି ପରୀକ୍ଷାର୍ଥୀ ନୟାନ୍ତ


କଟକ (ଏନ୍‌.ଏମ୍‌.): ରାଜ୍ୟରେ ଏକକ ସ୍ନାତକତ୍ତୋର(ପିଜି) ପ୍ରବେଶିକା ପରୀକ୍ଷା ସୋମବାର ଠାରୁ ଆରମ୍ଭ ହୋଇଛି । ଏହି ପରୀକ୍ଷା ଲାଗି ଅନେକ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ବିଭିନ୍ନ ପିଜି ପାଠ୍ୟକ୍ରମ ଲାଗି ପରୀକ୍ଷା ଦେଉଛନ୍ତି । ଏହି ପରିପେୟକ୍ଷୀରେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପ୍ରବେଶିକ ପରୀକ୍ଷା ଆରମ୍ଭ ହୋଇଛି । ପରୀକ୍ଷାର ପ୍ରଥମ ଦିନରୁ ବିଭିନ୍ନ ଅବ୍ୟବସ୍ଥା ରହିଥିବା ଅଭିଯୋଗ ହୋଇଛି । ଅବ୍ୟବସ୍ଥା ଲାଗି ବିଭିନ୍ନ ଜିଲ୍ଲାରୁ ଆସୁଥିବା ଛାତ୍ରଛାତ୍ରୀମାନେ ହଇରାଣ ହରକତ ହେବାକୁ ପଡିଛି । ବିଶ୍ୱବିଦ୍ୟାଳୟର କେଉଁ ସ୍ଥାନରେ ପରୀକ୍ଷା ହଲ ରହିଛି ତାହା ଛାତ୍ରଛାତ୍ରୀମାନେ ଜାଣିବାରେ ଅସୁବିଧା ଭୋଗିଛନ୍ତି । ପ୍ରଥମ ସିଟିଂରେ ଏଭଳି ସମସ୍ୟା ଦେଖାଦେବା ପରେ ପରବର୍ତ୍ତୀ ସମୟରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମୁଖ୍ୟ ଫାଟକ ନିକଟରେ ପରୀକ୍ଷା କେନ୍ଦ୍ରର ସୂଚନା ଫଳକ ଲାଗାଇଛନ୍ତି । ଏହାକୁ ନେଇ କିଛି ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ପ୍ରକାଶ ପାଇଛି । ଏନେଇ ମୁଖ୍ୟ ପରୀକ୍ଷା ନିୟନ୍ତ୍ରକ ଡ. ସୁଦର୍ଶନ ମିଶ୍ର କହିଛନ୍ତି ଯେ, ପରୀକ୍ଷା କ୍ଷେତ୍ରରେ କୌଣସି ଅବ୍ୟବସ୍ଥା ରହିନାହିଁ । ପ୍ରଥମ ଦିନ ପରୀକ୍ଷା ଠିକ ଭାବେ ହୋଇଛି । ଛାତ୍ରଛାତ୍ରୀଙ୍କ ସୁବିଧା ଲାଗି ମୁଖ୍ୟ ଫାଟକ ନିକଟରୁ ପରୀକ୍ଷା କେନ୍ଦ୍ରକୁ ରାସ୍ତା ବିଷୟରେ ସୂଚନା ଦିଆଯାଇଛି । ନୂତନ ଭାବେ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଆସୁଥିବାରୁ କେନ୍ଦ୍ରକୁ ଯିବାରେ ଅସୁବିଧା ହୋଇଥିବ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ରେଭେନ୍ସାରେ ଏକକ ପିଜି ପ୍ରବେଶିକା ପରୀକ୍ଷା ସୋମବାର ୩ଟି ସିଟିଂରେ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଦିନରେ ୩୦୪ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । କର୍ମସ ବ୍ଲକ, ନିୟୁ ଏକାଡେମିକ ବ୍ଲକ-୧ ଏବଂ ବ୍ଲକ-୨ରେ ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା ହୋଇଥିଲା । କରୋନା ସଂକ୍ରମଣ ଦୃଷ୍ଟିରୁ ଯେଉଁ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରକୁ ବିନା ମାସ୍କରେ ଆସିଥିଲେ ସେମାନଙ୍କୁ ମାସ୍କ ପ୍ରଦାନ କରାଯିବା ସହ ଗ୍ଲୋଭସ ମଧ୍ୟ ଦିଆଯାଇଥିଲା । ଯଦି କୌଣସି ଛାତ୍ରଛାତ୍ରୀଙ୍କ କରୋନାଜନିତ ଲକ୍ଷଣ ଥିବ ସେମାନଙ୍କ ଲାଗି ମଧ୍ୟ ସ୍ୱତନ୍ତ୍ର ରୁମର ବ୍ୟବସ୍ଥା କରାଯାଇଥିଲା । ପ୍ରଥମ ଦିନରେ ସକାଳ ୧୦ଟାରୁ ସଢେ ୧୧ଟା ପର୍ଯ୍ୟନ୍ତ ଆନ୍ଥ୍ରୋପୋଲୋଜିର କଳା ଏବଂ ବିଜ୍ଞାନ ବିଭାଗରେ ୩୨ଜଣ ପ୍ରବେଶିକା ପରୀକ୍ଷା ଦେଇଛନ୍ତି । ସେହିଭଳି ଅପରାହ୍ନ ସାଢେ ୧୨ଟାରୁ ୨ଟା ମଧ୍ୟରେ ଜିଓଗ୍ରାଫିରେ ୬୦ଜଣ ଏବଂ ମେରାଇନ ସାଇନ୍ସରେ ୨୨ଜଣ ପରୀକ୍ଷା ଦେଇଛନ୍ତି ? ଏମବିଏ ବିଭାଗର ବିଜନେସ ଆଡମିଷ୍ଟ୍ରେସନରେ ୧୯୦ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଉପସ୍ଥିତ ଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି