ରାଷ୍ଟ୍ରୀୟ ଲୋକଅଦାଲତ ଚଳିତ ଫେବୃଆରୀ ୧୧ତାରିଖରେ

ରାଷ୍ଟ୍ରୀୟ ଲୋକଅଦାଲତ ଚଳିତ ଫେବୃଆରୀ ୧୧ତାରିଖରେ

ରାଷ୍ଟ୍ରୀୟ ଲୋକଅଦାଲତ ଚଳିତ ଫେବୃଆରୀ ୧୧ତାରିଖରେ

News by Padmalochan Mishra (Cuttack)

#କଟକ (ଏନ୍‌.ଏମ୍‌.): ରାଷ୍ଟ୍ରୀୟ ଲୋକଅଦାଲତ ଚଳିତ ମାସ ତା ୧୧ତାରିଖ ପୂର୍ବାହ୍ନ ୧୦ ଘଟିକା ସମୟରୁ ଉଚ୍ଚନ୍ୟାୟାଳୟ ଏବଂ ଜିଲ୍ଲାର ସମସ୍ତ ସିଭିଲ କୋର୍ଟ ଓ ସମସ୍ତ ତାଲୁକସ୍ତରୀୟ କୋର୍ଟ ପରିସରରେ ଅନୁଷ୍ଠିତ ହେବ । ଉକ୍ତ ରାଷ୍ଟ୍ରୀୟ ଲୋକଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରଧୀନ ମୋକଦ୍ଦମା ଯଥା ଦେୱାନୀ ଓ ଫୌଜଦାରୀ(ସାଲିସ ଯୋଗ୍ୟ), ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବ୍ୟାଙ୍କଋଣ, ବିଦ୍ୟୁତ ଓ ଜଳଯୋଗାଣ, ପାରିବାରିକ ସମସ୍ୟା, ଜମିଅଧିଗ୍ରହଣ, ଶ୍ରମ ବିବାଦ, ଚେକ ବାଉନ୍ସ ମାମଲା ଇତ୍ୟାଦିର ଆପୋଷ ସହମିତିରେ ସମାଧାନ କରାଯାଇ ପାରିବ । କେବଳ ବିଚାରଧୀନ ମାମଲା ନୁହେଁ ପ୍ରାକ ମୋକଦ୍ଦମାସ୍ତରୀୟ (କଚେରୀରେ ଦାୟର ହୋଇନଥିବା) ବ୍ୟାଙ୍କ ଋଣ ବିବାଦ, ଶ୍ରମ ବିବାଦ, ଚେକ ବାଉନ୍ସ, ପାରିବାରିକ ବିବାଦ ଇତ୍ୟାଦିର ମଧ୍ୟ ସମାଧାନ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ହୋଇପାରିବ । ଯଦି କୌଣସି ବିଚାରଧୀନ ମୋକଦ୍ଦମାର ସମାଧାନ ଲୋକଅଦାଲତ ମାଧ୍ୟମରେ ହୁଏ,ଏଥିସମ୍ବନ୍ଧିତ ପୂର୍ବରୁ ପଇଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଦୀର୍ଘଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ସମାଧାନ ପାଇଁ ଏବଂ ଆର୍ôଥକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ନିମନ୍ତେ ଜନସାଧାରଣଙ୍କ ପାଇଁ ଏହାଏକ ସୁବର୍ଣ୍ଣ ସୁଯୋଗ । ଏହି ଲୋକ ଅଦାଲତରେ ମୋକଦ୍ଦମା ତଥା ବିବାଦର ସମାଧାନ ପାଇଁ କୌଣସି ଆର୍ôଥକଖର୍ଚ୍ଚ ପଡେ ନାହିଁ ଏବଂ ଲୋକ ଅଦାଲତ ରାୟ ବୈଧ ଓ ଚୁଡାନ୍ତ ଏବଂ ଅମଳ ଯୋଗ୍ୟ ଅଟେ । ବିସ୍ତୃତ ସୂଚନା ନିମନ୍ତେ ଜନସାଧାରଣ ଜିଲ୍ଲା ବା ତାଲୁକସ୍ତରୀୟ ଆଇନସେବା କାର୍ଯ୍ୟଳୟ ସହ ଯୋଗାଯୋଗ କରି ପାରିବେ କିମ୍ବା ଟେଲିଫୋନ ନମ୍ବର-୦୬୭୧-୨୩୬୮୩୮୩ ରେ ମଧ୍ୟ ଯୋଗାଯୋଗ କରିବାକୁ କଟକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ସ୍ୱୟଂପ୍ରଭା ଆଚାର୍ଯ୍ୟ ଜଣାଇଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ