ରାମଗଡ଼ ଅଙ୍ଗନୱାଡ଼ି କେନ୍ଦ୍ରରେ ପୋଷଣ ମାସ ପାଳନ
କଟକ(ଏନ୍.ଏମ୍.): କଟକ ଅର୍ବାନ, ଶିଶୁ ବିକାଶ ପ୍ରକଳ୍ପ ଅଧିନସ୍ଥ ରାମଗଡ଼ ଅଙ୍ଗନୱାଡି କେନ୍ଦ୍ରରେ ଆଜି ରାଷ୍ଟ୍ରୀୟ ପୋଷଣ ମାସ ପାଳିତ ହୋଇ ଯାଇଛି । ଦେଶରୁ କୁପୋଷଣ ଦୂର କରି ଏକ ସୁସ୍ଥ ଭାରତ ଗଠନ ନିମନ୍ତେ ସମସ୍ତ ଗର୍ଭବତୀ, ସ୍ତନ୍ୟଦାୟୀ ମା, ତଥା କିଶୋରୀ ବାଳିକାମାନଙ୍କୁ ସାଧାରଣତଃ ଘରେ ପ୍ରତିଦିନ ବ୍ୟବହୃତ ହେଉଥିବା, ସଶ୍ୟ, ଡାଲି, ତେଲ , ଘିଅ, ପନିପରିବା ଓ ଫଳରେ ସୁସ୍ୱାଦୁ ପୋଷଣ ଯୁକ୍ତ ଖାଦ୍ୟ ପ୍ରସ୍ତୁତ କରି ଖାଇବା ପାଇଁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଜ୍ୟ ଶିଶୁ ଅଧିକାର ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ରାଜ୍ୟ ଶିଶୁ ଅଧିକାର ଆୟୋଗ ସଦସ୍ୟା ଦିବ୍ୟା ଶାଶ୍ୱତୀ, ଜିଲ୍ଲା ସମାଜ ମଙ୍ଗଳ ଅôଦକାରୀ ନିରୂପମା ବେହେରା ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ବିଗତ ୪ବର୍ଷ ଧରି ୨୦୧୮ମସିହାରୁ ସାରା ଦେଶରେ ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ମାସ ଟିକୁ ପୋଷଣ ମାସ ଭାବେ ପାଳନ କରାଯାଉଛି । ଏହି ଅବସରରେ ରାମଗଡ଼ ଅଙ୍ଗନୱାଡି କେନ୍ଦ୍ରରେ ମଧ୍ୟ ମାସ ସାରା ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇ ଯାଇଛି । କିଶୋରୀ ବାଳିକାମାନଙ୍କୁ ନେଇ ଖାଦ୍ୟ ଓ ପୁଷ୍ଟି ଉପରେ ବିଭିନ୍ନ ସ୍ଲୋଗାନ ଦେଇ ଶୋଭାଯାତ୍ରା, ସାଇକେଲ ଶୋଭାଯାତ୍ରା, ବ୍ୟକ୍ତିଗତ ପରିଚ୍ଛନ୍ନତା ପାଇଁ ସଠିକ ପ୍ରଣାଳୀରେ ହାତ ଧୋଇବା, କିଶୋରୀ ସଭା, ଗର୍ଭବତୀ, ପ୍ରସୂତି, ଛୋଟ ଶିଶୁମାନଙ୍କର ମା, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟମାନଙ୍କୁ ନେଇ କୋଭିଡ କଟକଣା କୁ ମାନି ମାସ୍କ ବ୍ୟବହାର, ସାମାଜିକ ଦୂରତା ରକ୍ଷା କରି ବହୁ କାର୍ଯ୍ୟକ୍ରମ କରା ଯାଇଥିଲା । କମ୍ ଖର୍ଚ୍ଚରେ ଘରୋଇ ସାମଗ୍ରୀରେ ଖାଦ୍ୟର ଗୁଣାତ୍ମକମାନ ବଜାୟ ରଖି ସନ୍ତୁଳିତ ଆହାର ପ୍ରସ୍ତୁତ କରି ଖାଇବା ଏବଂ ଆମ ଗ୍ରାମରେ ସମସ୍ତେ ସୁସ୍ଥ ରହିବା ପାଇଁ ଆଜିର କାର୍ଯ୍ୟକ୍ରମରେ ବାର୍ତ୍ତା ଦିଆ ଯାଇଥିଲା । ଅନ୍ୟତମ ଅତିଥି ଭାବେ ମମତା ଯୋଜନା କଟକ ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୁଦୀପ୍ତ ରଞ୍ଜନ ଧୀର, ଜିଲ୍ଲା ପୃଷ୍ଟି ସାଧନ ସଞ୍ଚାଳକ ସୁଧାଂଶୁ ମଣ୍ଡଳ ପ୍ରମୁଖ ଯୋଗ ଦେଇଥିଲେ । କଟକ ଅର୍ବାନ ଶିଶୁ ବିକାଶ ପ୍ରକଳ୍ପ ଅଧୀକାରିଣୀ ଅଞ୍ଜନା ମହାନ୍ତି ଅଧ୍ୟକ୍ଷତା କରିଥିବାବେଳେ ଅନ୍ୟ ମାନଙ୍କ ମଧ୍ୟରେ ସୁଫରଭାଇଜର ସଞ୍ଜୁଲତା ସାହୁ,ସୁଫରଭାଇଜର ଶୁଭ୍ରା ଦାଶ, ଯାଞ୍ଚ କମିଟି ସଭାପତି ହରିଶ୍ଚନ୍ଦ୍ର ସାହୁ ,ସ୍ୱଚ୍ଛ ସାଥି ବିପାଶା ସାମଲ, ଆଶା କର୍ମୀ ଜୟଶ୍ରୀ ସାହୁ, ଅଙ୍ଗନୱାଡି କର୍ମୀ ରହିମା ଖାନମ, ଦେବୀକା ସିଂହ,ସହାୟିକା ବାସନ୍ତୀ ବେହେରା, ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟା ବିଜୟଲକ୍ଷ୍ମୀ ସାହୁ, ମାନସୀ କୁଣ୍ଡୁ, ଗାୟତ୍ରୀ ପଣ୍ଡା, ପ୍ରଭାସିନୀ ପଟ୍ଟନାୟକ, ଅନୀତା ସେଠୀ, ମାତୃ କମିଟି ସଭ୍ୟା ସୁଧାଞ୍ଜଳି ଦାସ, କିଶୋରୀ ବାଳିକାମାନଙ୍କ ମଧ୍ୟରେ ବିଜୟଲକ୍ଷ୍ମୀ ବେହେରା, ରାଜଲକ୍ଷ୍ମୀ ମହାରଣା, ରାନି ବେହେରା, ଲକ୍ଷ୍ମୀପ୍ରିୟା ପରିଜା ସହଯୋଗ କରିଥିଲେ । ଆୟୋଜିକା ରାମଗଡ଼ ଅଙ୍ଗନୱାଡି କର୍ମୀ ଜ୍ୟୋତ୍ସ୍ନା ରାଣୀ ସିଂ ଧନ୍ୟବାଦ ଦେଇଥିଲେ ।