ରାଣୀହାଟ ଉଚ୍ଚ ବିଦ୍ୟାଳୟରେ ଅତ୍ୟାଧୁନିକ ପାଠାଗାର ଉଦ୍‌ଘାଟିତ

ରାଣୀହାଟ ଉଚ୍ଚ ବିଦ୍ୟାଳୟରେ ଅତ୍ୟାଧୁନିକ ପାଠାଗାର ଉଦ୍‌ଘାଟିତ

ରାଣୀହାଟ ଉଚ୍ଚ ବିଦ୍ୟାଳୟରେ ଅତ୍ୟାଧୁନିକ ପାଠାଗାର ଉଦ୍‌ଘାଟିତ


କଟକ(ଏନ୍‌.ଏମ୍‌.): ରାଜ୍ୟ ସରକାରଙ୍କ ‘ମୋ ସ୍କୁଲ୍‌’ ଅଭିଯାନ ମାଧ୍ୟମରେ କଟକସ୍ଥିତ ରାଣୀହାଟ ଉଚ୍ଚ ବିଦ୍ୟାଳୟରେ ଏକ ଅତ୍ୟାଧୁନିକ ପାଠାଗାରର ନିର୍ମାଣ କରାଯାଇଛି । ଆଜି ‘ମୋ ସ୍କୁଲ୍ ଅଭିଯାନ’ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ ଏହି ପାଠାଗାରକୁ ଉଦ୍‌ଘାଟନ କରିବା ସହ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ରାଜ୍ୟର ଏହି ପୁରାତନ ବିଦ୍ୟାଳୟରେ ପୂର୍ବରୁ ରହିଥିବା ଅବ୍ୟବହୃତ ପାଠାଗାରକୁ ମୋ ସ୍କୁଲ୍ ଅଭିଯାନ ମାଧ୍ୟମରେ ନୂତନ ରୂପ ଦିଆଯାଇ ଏକ ଉତ୍କୃଷ୍ଟ ପାଠାଗାରରେ ପରିଣତ କରାଯାଇଛି । ସେହିଭଳି ଆମେରିକାରେ ରହୁଥିବା ନମ୍ରତା ପଟ୍ଟନାୟକ ଏହି ପାଠାଗାର ପାଇଁ ୧ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରିଥିବାବେଳେ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ସହାୟତାକୁ ମିଶାଇ ମୋଟ ୪ଲକ୍ଷ ୫୦ହଜାର ଟଙ୍କାରେ ଏହି ପାଠାଗାରର ନବୀକରଣ କାର୍ଯ୍ୟ କରାଯାଇଛି । ଏହି ଅତ୍ୟାଧୁନିକ ପାଠାଗାରରେ ପିଲାଙ୍କ ପଢିବା ପାଇଁ ପାଠ୍ୟପୁସ୍ତକ ସହ ଓଡ଼ିଆ ଏବଂ ଇଂରାଜୀରେ ଗଳ୍ପବହି, କବିତା ପୁସ୍ତକ ଏବଂ ଅନ୍ୟାନ୍ୟ ଆକର୍ଷଣୀୟ ପୁସ୍ତକମାନ ରହିଛି । ପିଲାମାନେ ପଢିବା ପାଇଁ ଏକ ସ୍ୱତନ୍ତ୍ର ରିଡିଂ କର୍ଣ୍ଣର ରହିଥିବାବେଳେ ଅତ୍ୟାଧୁନିକ ଟେବୁଲ, ଚେୟାର, ବହିଥାକ ରହିଛି । ସେହିଭଳି ପାଠାଗାର ମଧ୍ୟରେ ଉତ୍ତମ ଆଲୋକ ବ୍ୟବସ୍ଥା କରାଯାଇଛି । ଏହି ପାଠାଗାରକୁ ‘ୱାକିଂ ବୁକ୍ ଫେୟାର’ର ପ୍ରତିଷ୍ଠାତା ଅକ୍ଷୟ ରାଉତରାୟ ଡିଜାଇନ୍ କରିଛନ୍ତି । ସୂଚନାଯୋଗ୍ୟ, ଶ୍ରୀମତୀ ପଟ୍ଟନାୟକଙ୍କ ପିତା ସ୍ୱର୍ଗତ ଈଶ୍ୱର ଚନ୍ଦ୍ର ରାଉତ ଏହି ବିଦ୍ୟାଳୟର ୧୯୫୫ ବ୍ୟାଚ୍‌ର ଜଣେ ପୁରାତନ ଛାତ୍ର ଥିଲେ । ନମ୍ରତାଙ୍କ ବାପାଙ୍କ ସ୍ମୃତିରେ ନୂତନ ଭାବରେ ତିଆରି ହୋଇଥିବା ଏହି ପାଠାଗାରକୁ ଈଶ୍ୱର ଚନ୍ଦ୍ର ରାଉତ ପାଠାଗାର ନାମରେ ନାମିତ କରାଯାଇଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି