ରାଜ ଭବନରେ ସ୍ୱର୍ଣ୍ଣିମ ବିଜୟ ମଶାଲ : ଭାରତମାତା ହେଉଛନ୍ତି ଜୀବନ୍ତ ଦେବୀ- ରାଜ୍ୟପାଳ

ରାଜ ଭବନରେ ସ୍ୱର୍ଣ୍ଣିମ ବିଜୟ ମଶାଲ : ଭାରତମାତା ହେଉଛନ୍ତି ଜୀବନ୍ତ ଦେବୀ- ରାଜ୍ୟପାଳ

ରାଜ ଭବନରେ ସ୍ୱର୍ଣ୍ଣିମ ବିଜୟ ମଶାଲ : ଭାରତମାତା ହେଉଛନ୍ତି ଜୀବନ୍ତ ଦେବୀ- ରାଜ୍ୟପାଳ


ଭୁବନେଶ୍ୱର (ଏନ୍‌.ଏମ୍‌.): ୧୯୭୧ ମସିହାରେ ସଂଘଠିତ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧରେ ଭାରତର ନିର୍ଣ୍ଣାୟକ ଏା÷ତିହାସିକ ବିଜୟପ୍ରାପ୍ତିର ୫୦ବର୍ଷ ପୂର୍ତ ଉପଲକ୍ଷେ ଓଡିଶା ପରିକ୍ରମା କରୁଥିବା ସ୍ୱର୍ଣ୍ଣିମ ବିଜୟ ମଶାଲକୁ ଆଜି ଅପରାହ୍ଣରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜ ଭବନରେ ସମ୍ମାନ ସହ ସ୍ୱାଗତ କରିଛନ୍ତି । ଏହି ଉପଲକ୍ଷେ ଆୟୋଜିତ ଏକ ଉତ୍ସବରେ ୧୯୭୧ ବୀର ଯୋଦ୍ଧାମାନଙ୍କୁ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଛି । ରାଜ ଭବନ ପରିସରରେ ଅନୁଷ୍ଠିତ ଏହି ଭବ୍ୟ ସମାରୋହକୁ ସମ୍ବର୍ଦ୍ଧିତ କରି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଭାରତମାତା ହେଉଛନ୍ତି ଜୀବନ୍ତ ଦେବୀ ଏବଂ ମା’ଙ୍କ ସେବାରେ ରହିଛି ଜୀବନର ସାର୍ଥକତା । ଜୀବନର ପ୍ରତିଟି ରକ୍ତବିନ୍ଦୁ , ପ୍ରତିଟି କ୍ଷଣ,ଭାରତମାତାଙ୍କ ପାଇଁ ସମର୍ପିତ ଏବଂ ଏହି ଚିନ୍ତନ ଓ ଦର୍ଶନକୁ ଆମର ବୀର ସୈନିକମାନେ କାର୍ଯ୍ୟରେ ପରିଣତ କରନ୍ତି । ସେମାନଙ୍କର ତ୍ୟାଗ ଓ ବଳିଦାନ ପାଇଁ ଆମେ ଶାନ୍ତି ଓ ସମୃଦ୍ଧିକୁ ଜୀବନରେ ହାସଲ କରିଅଛୁ । ଭାରତର ବୀର ଯବାନମାନେ ଆମର ଚିର ନମସ୍ୟ ଏବଂ ସେମାନଙ୍କୁ ସମ୍ମାନ ଜଣାଇବା ଆମର ପରମ କର୍ତବ୍ୟ ବୋଲି ରାଜ୍ୟପାଳ ପ୍ରକାଶ କରିଥିଲେ । ଓଡିଶାରେ ବାସ କରୁଥିବା ୧୯୭୧ ମସିହାର ୧୫୪ ଜଣ ବୀର ଯୋଦ୍ଧାଙ୍କୁ ରାଜ୍ୟପାଳସ୍ମୃତି ଫଳକ ଓ ଶାଲ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଓଡିଶାର ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ରାଜ୍ୟ ପ୍ରଶାସନର ଉଚ୍ଚପଦସ୍ଥ ଅଧିକାରୀ, ସେନା ତରଫରୁ ବ୍ରିଗେଡିୟର ପ୍ରଶାନ୍ତ ଚୌହ୍ୱାନ-ସେନା ମେଡାଲ-ଛତିଶଗଡ ଏବଂ ଓଡିଶା ଅଞ୍ଚଳ, ଲେଫ୍ଟଟନାଣ୍ଟ ଜେନେରାଲ ଏସ୍‌. ମୋହନ ଏବଂ ୧୨୦ ବାଟାଲିୟନର ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ