ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଭି.ଡି.ଓ କନ୍‌ଫରେନ୍ସିଂ ବୈଠକ

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଭି.ଡି.ଓ କନ୍‌ଫରେନ୍ସିଂ ବୈଠକ

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଭି.ଡି.ଓ କନ୍‌ଫରେନ୍ସିଂ ବୈଠକ


କଟକ(ଏନ୍‌.ଏମ୍‌.): ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଆଜି ଅପରାହ୍ନରେ ରାଜ୍ୟର ସମସ୍ତ ଆରକ୍ଷୀ ଅଧିକ୍ଷକ, କଟକ ଓ ରାଉରକେଲାର ରେଳବାଇ ଆରକ୍ଷୀ ଅଧିକ୍ଷକ, ଡି.ସି.ପି ଭୁବନେଶ୍ୱର ଓ ଡି.ସି.ପି କଟକ ଙ୍କ ସମେତ ସମସ୍ତ ରେଂଜ ଆଇ.ଜି ଓ ଡି.ଆଇ.ଜି ମାନଙ୍କ ସହ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସମୀକ୍ଷା କରିଥିଲେ । କଟକ-ଭୁବନେଶ୍ୱରର ପୋଲିସ କମିଶନର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ, ରେଳବାଇ, ନିର୍ଦ୍ଦେଶକ ଏସ୍‌.ସି.ଆର.ବି, ନିର୍ଦ୍ଦେଶକ ଗୁଇନ୍ଦା ବିଭାଗ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ କ୍ରାଇମବ୍ରାଞ୍ଚ ଓ ଆଇ.ଜି କ୍ରାଇମବ୍ରାଞ୍ଚ ପ୍ରମୁଖ ଭି.ଡି.ଓ କନଫରେନ୍ସିଂ ମାଧ୍ୟମରେ ବୈଠକରେ ଅଂଶଗ୍ରହଣ କରିଥିଲେ । ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଶୃଙ୍ଖଳା),ଆଇ.ଜି (ହେଡକ୍ୱାର୍ଟସ),ଆଇ.ଜି (ପ୍ରୋଭିଜନିଂ),ଆଇ.ଜି (କାର୍ମୀକ) ଓ ଆଇ.ଜି (କେନ୍ଦ୍ରାଞ୍ଚଳ) ପ୍ରମୁଖ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ । ଏହି ବୈଠକରେ ବିଧାନସଭା ଅଧିବେଶନର ପ୍ରସ୍ତୁତି, ମୋ ସରକାରର ସମୀକ୍ଷା, ମାଲଖାନାଗୁଡିକୁ କମ୍ପ୍ୟୁଟରୀକରଣ କରାଯିବା ସର୍ମ୍ପକରେ ସମୀକ୍ଷା,ଅପରାଧ ଓ ତଦନ୍ତ ସମ୍ପର୍କୀତ କାର୍ଯ୍ୟଗୁଡିକର ଡିଜିଟାଇଜେସନ, ନୂତନ ଭାବେ ନିର୍ମିତ ହୋଇଥିବା ବିଲିଡିଂ ଗୁଡିକର ଦାୟିତ୍ୱ ଏବଂ ସେଗୁଡିକୁ ନିଜ ଅଧିନକୁ ଆଣିବା,
ଜୁଲାଇ ମାସରେ ମାନୁଆଲ, ମାସିକ ଅପରାଧ ରିପୋର୍ଟ (ଏମ୍‌ସିଆର) ସହିତ ସିସିଟିଏନ୍‌ଏସ୍ ମାଧ୍ୟମରେ ମାସିକ ଅପରାଧ ରିପୋର୍ଟ (ଏମ୍‌ସିଆର)ର ତୁଳନା ସମ୍ପର୍କରେ, ଆନ୍ତ୍ରୀକ ସୁରକ୍ଷା ପଦକ ନିମନ୍ତେ ମନୋନୟନ ପ୍ରକ୍ରିୟା (ନୂଆ ଏବଂ ପୁରୁଣା), ଏନ୍‌ବିଡବ୍ଲୁ ଡ୍ରାଇଭର ପ୍ରଗତି, ନୂତନ କୋଭିଡ ଗାଇଡ ଲାଇନ, ବିଚାରଧୀନ ତଦନ୍ତ ଗୁଡିକ ସମ୍ପର୍କରେ ଓ ପୁଲିସ ଷ୍ଟେସନ ଗୁଡିକର ସିସିଟିଭି କାର୍ଯ୍ୟକ୍ଷମ ସମ୍ପର୍କରେ ସମୀକ୍ଷା କରାଯାଇଥିଲା ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ