ରାଜ୍ୟସରକାରଙ୍କ ମେକ୍‌ଇନ ଓଡ଼ିଶା କନକ୍ଲେଭର ସଫଳ ରୂପାୟନ : ଚୌଦ୍ୱାର ଠାରେ କଟକ-ଭୁବନେଶ୍ୱର ଇଞ୍ଜିନିୟରିଂ କ୍ଲଷ୍ଟର ଭିତ୍ତିପ୍ରସ୍ତର ସ୍ଥାପନ

ରାଜ୍ୟସରକାରଙ୍କ ମେକ୍‌ଇନ ଓଡ଼ିଶା କନକ୍ଲେଭର ସଫଳ ରୂପାୟନ : ଚୌଦ୍ୱାର ଠାରେ କଟକ-ଭୁବନେଶ୍ୱର ଇଞ୍ଜିନିୟରିଂ କ୍ଲଷ୍ଟର ଭିତ୍ତିପ୍ରସ୍ତର ସ୍ଥାପନ

ରାଜ୍ୟସରକାରଙ୍କ ମେକ୍‌ଇନ ଓଡ଼ିଶା କନକ୍ଲେଭର ସଫଳ ରୂପାୟନ

ଚୌଦ୍ୱାର ଠାରେ କଟକ-ଭୁବନେଶ୍ୱର ଇଞ୍ଜିନିୟରିଂ କ୍ଲଷ୍ଟର ଭିତ୍ତିପ୍ରସ୍ତର ସ୍ଥାପନ

News by Smruti Ranjan Tripathy (Choudwar)

#ଚୌଦ୍ୱାର (ଏନ୍‌.ଏମ୍‌.): ରାଜ୍ୟସରକାରଙ୍କ ମେକଇନ ଓଡ଼ିଶା କନକ୍ଲେଭ-୨୦୨୨ର ସଫଳ ରୂପାୟନ ଦେଖିବାକୁ ମିଳିଛି କଟକ ଜିଲ୍ଲା ଚୌଦ୍ୱାର ଅଞ୍ଚଳରେ । ରାଜ୍ୟସରକାରଙ୍କ ଉତ୍ସାହ ଓ ଉଦ୍ୟମ ଯୋଗୁଁ ଆଜି ଚୌଦ୍ୱାରସ୍ଥିତ ଇନ୍ଦ୍ରାଣୀପାଟଣ ଠାରେ ଭାରତର ସର୍ବବୃହତ ଇଞ୍ଜିନିୟରିଂ ଶିଳ୍ପପୁଞ୍ଜର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଭାରତର ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ (ଏମଏମଏମଇ)ସଚିବ ବି. ବି. ସ୍ୱାଇଁ ଯୋଗଦେଇ ଏହାର ଉଦ୍‌ଘାଟନ କରି ଦେଶରେ ଏମଏସଏମଇ ମାଧ୍ୟମରେ ଜନସାଧାରଣଙ୍କ ଆର୍ଥିକ ଓ ସାମାଜିକ ବିକାଶ ନିମନ୍ତେ ବିଭିନ୍ନ ପ୍ଲାଟଫର୍ମ ରହିଛି । ଏହାଦ୍ୱାରା ଦେଶରୁ ବେକାରୀ ସମସ୍ୟା ଦୂର ହେବା ସହ ଆର୍ଥିକ ବିକାଶ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥିଭାବେ ରାଜ୍ୟ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ (ଏମଏମଏମଇ) ପ୍ରମୁଖ ଶାସନ ସଚିବ ସାଶ୍ୱତ ମିଶ୍ର ଓ ଶିଳ୍ପ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ତଥା ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ପରିଚାଳନା ନିର୍ଦ୍ଦେଶକ ମହମ୍ମଦ ସାଦିକ୍ ଆଲମ ପ୍ରମୁଖ ଯୋଗଦେଇ ରାଜ୍ୟକୁ ଆର୍ଥିକ ବିକାଶ କ୍ଷେତ୍ରରେ ଆଗେଇ ନେବା ପାଇଁ ବିଶେଷ କରି ଚୌଦ୍ୱାର ଶିଳ୍ପାଞ୍ଚଳର ଗୌରବକୁ ବଜାୟ ରଖିବା ପାଇଁ ଏହି ପ୍ରକଳ୍ପ ନିର୍ମାଣ ହେଉଛି ବୋଲି ମତ ଦେଇଥିଲେ । ତେବେ ଏହି ପ୍ରକଳ୍ପ ପାଇଁ ୩୧.୩ କୋଟି ଟଙ୍କା ବ୍ୟୟ ଅଟକଳ ରହିଛି ବୋଲି ଉପସ୍ଥିତ ଅତିଥିମାନେ ସୂଚନା ଦେଇଥିଲେ । ଯେଉଁଥିରେ କେନ୍ଦ୍ର ସରକାର ୧୮ କୋଟି ଟଙ୍କା, ରାଜ୍ୟ ସରକାର ୭.୧୯ କୋଟି ଟଙ୍କା ଓ ବାକି ୫.୩୧ କୋଟି ଟଙ୍କାର ଭାଗିଦାର ଓସମେ କ୍ଲଷ୍ଟର ଅଛନ୍ତି । ଏହି ଶିଳ୍ପପୁଞ୍ଜ ଦ୍ୱାରା ଓଡ଼ିଶାର ୪୦୦ରୁ ଊର୍ଦ୍ଧ୍ୱ କ୍ଷୁଦ୍ର ଶିଳ୍ପ ସୁବିଧା ସୁଯୋଗ ପାଇ ପାରିବେ । ଏହି ଠାରେ ପ୍ରତିରକ୍ଷା ବାହିନୀ, ଆଭିଏସନ ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ୱାରା ବିଭିନ୍ନ ପ୍ରକାର ନୂତନ ଇଞ୍ଜିନିୟରିଂ ସାମଗ୍ରୀ ଉତ୍ପାଦନ ହେବ । ତେବେ ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ଡିଏଫଓ ତଥା ଯୁଗ୍ମ ନିର୍ଦ୍ଦେଶକ ପବନ କୁମାର ଗୁପ୍ତା ଯୋଗଦେଇ ଏହି ପ୍ରକଳ୍ପ ସମ୍ପର୍କରେ ଆଲୋକପାତ କରିଥିଲେ । ଓଏଏସଏମଇ ଅଧ୍ୟକ୍ଷ ଗୌରୀଶଙ୍କର ଦାଶ ସ୍ୱାଗତ ଭାଷଣ ଦେଇଥିବାବେଳେ ମହାସଚିବ ସାତ୍ତ୍ୱିକ ସ୍ୱାଇଁ ଉପସ୍ଥିତ ରହି ପ୍ରକଳ୍ପର ସବିଶେଷ ବିବରଣୀ ଉପସ୍ଥାପନ କରିଥିଲେ । ପ୍ରକଳ୍ପର ଅଧ୍ୟକ୍ଷ ଜୟ ପ୍ରକାଶ ବିଶ୍ୱଳ ଧନ୍ୟବାଦ ଦେଇଥିଲେ । କେନ୍ଦ୍ର ସରକାର ଓ ରାଜ୍ୟ ସରକାରର ବିଭିନ୍ନ ବିଭାଗର ପଦସ୍ଥ ଅଫିସରଙ୍କ ସହିତ ରାଜ୍ୟର ପ୍ରାୟ ବିଭିନ୍ନ ଅଞ୍ଚଳରୁ ଶିଳ୍ପଦ୍ୟୋଗୀଙ୍କ ସମେତ ସ୍ଥାନୀୟ ଲୋକପ୍ରତିନିଧି ଯୋଗ ଦେଇଥିଲେ । ଏହି ଶିଳ୍ପପୁଞ୍ଜର ସମସ୍ତ ଶିଳ୍ପୋଦ୍ୟୋଗୀମନେ କର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି