ଭୁବନେଶ୍ୱର (ଏନ୍.ଏମ୍.): ସମ୍ପ୍ରତି ରାଜ୍ୟରେ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ ମେ’ମାସ ୨୨ତାରିଖରେ ସର୍ବାଧିକ ୧୨,୮୫୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତେବେ ବାତ୍ୟା ପାଇଁ କୋଭିଡ ଟେଷ୍ଟ କରାଯିବାରେ ସମସ୍ୟା ସୃଷ୍ଟି ହେବାରୁ ଟେଷ୍ଟ ପରିମାଣ କମିଯାଇଥିଲା । ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ଟେଷ୍ଟ ବଢ଼ିଥିଲେ ବି ସଂକ୍ରମଣ ହ୍ରାସ ପାଇଛି । ସେହିଭଳି ରାଜ୍ୟରେ ଏବେ କ୍ରିଟିକାଲ ରୋଗୀଙ୍କ ସଂଖ୍ୟା ମଧ୍ୟ କମି ଯାଇଛି । କହିବାକୁ ଗଲେ ରାଜ୍ୟରେ କୋଭିଡ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ।
ଆଜି ରାଜ୍ୟରେ ୯୫୪୧ କରୋନା ଚିହ୍ନଟ ହୋଇଛନ୍ତି । ମେ’ ୨୨ତାରିଖକୁ ଆମ ରାଜ୍ୟ ପାଇଁ ପିକ୍ ସମୟ ବୋଲି ଧରିବାକୁ ହେବ । ପଡ଼ୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡରେ ସଂକ୍ରମଣ କମିବା ଆଶ୍ୱସ୍ତିକର । ଏଥିପାଇଁ ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାକୁ ଲାଗିଥିବା ଜିଲାରେ ସଂକ୍ରମଣ କମୁଛି । ଆନ୍ଧ୍ର ଓ ପଶ୍ଚିମବଙ୍ଗରେ ସଂକ୍ରମଣ କମୁଥିଲେ ବି ବିପଦ ରହିଛି । ଏଥିପାଇଁ ଆନ୍ଧ୍ର ପ୍ରଦେଶ ଓ ପଶ୍ଚିମବଙ୍ଗ ସୀମା ସିଲ କରାଯାଇଛି । ଆମ ରାଜ୍ୟର ଖୋର୍ଦ୍ଧା, କଟକ, ଅନୁଗୁଳ, ସୁନ୍ଦରଗଡ଼, ପୁରୀ, ମୟୂରଭଞ୍ଜ, ବାଲେଶ୍ୱର, ବରଗଡ଼ ଆଦି ୯ଟି ଜିଲାରେ ସଂକ୍ରମଣ ରାଜ୍ୟର ୬୦ପ୍ରତିଶତ ରହିଥିବାବେଳେ ଏବେ ରାଜ୍ୟରେ ପଜିଟିଭି ହ୍ରାସ ପାଇ ଆଜି ପର୍ଯ୍ୟନ୍ତ ୧୪ପ୍ରତିଶତରେ ପହଞ୍ଚôଛି । ୧୯ଟି ଜିଲାରେ ପଜିଟିଭିଟି ହାର କମିବା ସହ ୫ଟି ଜିଲାରେ ୫ପ୍ରତିଶତ ତଳେ ରହିଛି । ଆଗକୁ ପଜିଟିଭିଟି ହାର ଆହୁରି କମିବା ନେଇ ଆମେ ଆଶା କରୁଛୁ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ ପ୍ରଦୀପ କୁମାର ମହାପାତ୍ର ପ୍ରକାଶ କରିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ ପ୍ରଦୀପ କୁମାର ମହାପାତ୍ର କହିଛନ୍ତି ଯେ କ୍ରିଟିକାଲ ରୋଗୀ ସଂଖ୍ୟା ପହଞ୍ଚି ଆଜି ୭୨ପ୍ରତିଶତରେ ପହଞ୍ଚିଛି । ପୁନଶ୍ଚ ଅକ୍ସିଜେନ ଯୋଗାଣରେ ଆମ ରାଜ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ୧୮ଟି ରାଜ୍ୟକୁ ୨୫ହଜାର ଟନ ଅକ୍ସିଜେନ ଯୋଗାଣ ହୋଇ ସାରିଲାଣି । ୨ ସପ୍ତାହ ତଳେ ବିଶ୍ୱର ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୪ପ୍ରତିଶତ ଆମ ଦେଶରେ ଥିଲେ । ବର୍ତ୍ତମାନ ବିଶ୍ୱର ମୋଟ ସଂକ୍ରମିତଙ୍କ ମଧ୍ୟରୁ ଭାରତର ସଂଖ୍ୟା ୩୪ପ୍ରତିଶତରେ ରହିଛି । ମେ’ ୬ରେ ୪.୧୪ଲକ୍ଷ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାକୁ ଆମେ ପିକ୍ ଭାବେ ଧରି ନେଇଛୁ । ଗତ ସେପ୍େଟମ୍ବର ୧୬ରେ ସର୍ବାଧିକ ୯୭ହଜାର ସଂକ୍ରମିତ ଚିହ୍ନଟ ହୋଇଥିଲେ । ଗତବର୍ଷ ୧୬ ସେପ୍ଟେମ୍ବର ବେଳକୁ ସେତେବେଳ ପିକ୍ ଧରାଯାଇଥିଲା । ପ୍ରଥମ ପିକ୍ ତୁଳନାରେ ଦ୍ୱିତୀୟ ପିକ୍ ୪ଗୁଣା ଅଧିକ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ ପ୍ରଦୀପ କୁମାର ମହାପାତ୍ର ସୂଚନା ଦେଇଛନ୍ତି ।