ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ବ୍ୟାପକ କଲେ ସରକାର: ବିଏସ୍କେୱାଇରେ ଅନୁବନ୍ଧିତ ଘରୋଇ ହସ୍ପିଟାଲ ସଂଖ୍ୟା ୬୨୬କୁ ବୃଦ୍ଧି

ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ବ୍ୟାପକ କଲେ ସରକାର: ବିଏସ୍କେୱାଇରେ ଅନୁବନ୍ଧିତ ଘରୋଇ ହସ୍ପିଟାଲ ସଂଖ୍ୟା ୬୨୬କୁ ବୃଦ୍ଧି

ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ବ୍ୟାପକ କଲେ ସରକାର: ବିଏସ୍କେୱାଇରେ ଅନୁବନ୍ଧିତ ଘରୋଇ ହସ୍ପିଟାଲ ସଂଖ୍ୟା ୬୨୬କୁ ବୃଦ୍ଧି

News by B.Mishra (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟବାସୀଙ୍କୁ ଉନ୍ନତମାନର ନିଶୁଳ୍କ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ରାଜ୍ୟସରକାର ଯେଉଁ ଐତିହାସିକ ପଦକ୍ଷେପ ନେଇଛନ୍ତି ତାହା ପ୍ରକୃତରେ ଏକ ଜନକଲ୍ୟାଣ ଯୋଜନା । ଏହି ବ୍ୟବସ୍ଥା ମାଧ୍ୟରେ ଲକ୍ଷାଧିକ ଗରିବ ଜନସାଧାରଣ ଉନ୍ନତମାନର ଚିକତ୍ସାସେବା ବିନା ଟଙ୍କାରେ ପାଇ ପାରୁଛନ୍ତି । ତେବେ ଏହି ବ୍ୟବସ୍ଥାକୁ ଅଧିକ ବ୍ୟାପକ କରିବା ନିମନ୍ତେ ରାଜ୍ୟ ସରକାର ଅଧିକ ଘରୋଇ ହସ୍ପିଟାଲକୁ ସାମିଲ କରିଥିବା ଜଣାପଡ଼ିଛି । ଏହା ଦ୍ୱାରା ରାଜ୍ୟର କୌଣସି ଗରିବ ଲୋକଟିଏ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେବ ନାହିଁ ବୋଲି ରାଜ୍ୟସରକାର ଲକ୍ଷ୍ୟ ରଖିଛନ୍ତି । ତେଣୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ)ରେ ରାଜ୍ୟ ତଥା ରାଜ୍ୟ ବାହାରର ୬୨୬ଟି ସୁପର ସ୍ପେଶାଲିଟି ଘରୋଇ ହସ୍ପିଟାଲ ଅନୁବନ୍ଧିତ ହୋଇଛନ୍ତି । ଆଗାମୀ ବର୍ଷଗୁଡ଼ିକରେ ହସ୍ପିଟାଲମାନଙ୍କୁ ଅନୁବନ୍ଧିତ ବା ତାଲିକାରୁ ବାଦ୍ ଦିଆଯିବାବେଳେ ସଂଗୃହୀତ ଲୋକମତ, ସଂପୃକ୍ତ ହସ୍ପିଟାଲରେ ଉପଲବ୍ଧ ରୋଗୀ-କୈନ୍ଦ୍ରିକ ସୁବିଧା, ଆଧୁନିକ ଚିକିତ୍ସା ଉପକରଣ, ହସ୍ପିଟାଲର ନିଜସ୍ୱ ଅଭିଜ୍ଞ ଡାକ୍ତର ଆଦି ବିଷୟକୁ ଗୁରୁତ୍ୱ ଦେବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟସେବା ପ୍ରତିଶ୍ରୁତି ସୋସାଇଟି ସଭାଗୃହ ଠାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାକ୍ତର ଡି. ବୃନ୍ଦା ଯୋଜନା କାର୍ଯ୍ୟାନ୍ୱୟନର ସମ୍ପର୍କରେ ଆଲୋଚନା କରିଥିଲେ । ଇତି ମଧ୍ୟରେ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଯୋଜନାର କ୍ଷେତ୍ରସ୍ତରୀୟ ରୂପାୟନ ବିଷୟରେ ସମୀକ୍ଷା କରିଛନ୍ତି । ଅନୁବନ୍ଧିତ ହସ୍ପିଟାଲଗୁଡିକର ଅଧିକାରୀ ଜିଲ୍ଲା ସଂଯୋଜକ ଓ ସ୍ୱାସ୍ଥ୍ୟମିତ୍ର ଆଦି ତୃଣମୂଳସ୍ତରୀୟ ଅଧିକାରୀମାନଙ୍କ ନିମନ୍ତେ ନିୟମିତ ତାଲିମ ଶିବିର ଆୟୋଜନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ସେମାନଙ୍କୁ ଆବଶ୍ୟକୀୟ ଭିତ୍ତିଭୂମି, କମ୍ପ୍ୟୁଟର, ଇଣ୍ଟରନେଟ୍ ସୁବିଧା ଆଦି ଯୋଗାଇ ଦିଆଯିବ । ‘ମୋ ସରକାର’ମାଧ୍ୟମରେ ସଂଗ୍ରହ ହେଉଥିବା ଲୋକମତ, ୧୦୪ କଲ୍ ସେଣ୍ଟର, ଅଭିଯୋଗ ଶୁଣାଣି, ଇ-ଅଭିଯୋଗ ଓ ଗଣମାଧ୍ୟମ ଆଦି ସୂତ୍ରରୁ ବର୍ତ୍ତମାନ ସୁଦ୍ଧା ମିଳିଥିବା ଅଭିଯୋଗ ଓ ମତାମତ ମଧ୍ୟରୁ ଶତକଡ଼ା ୯୫ ଭାଗ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ସେ ସବୁର ସମାଧାନ କରାଯାଇଛି । ଅନୁବନ୍ଧିତ ହସ୍ପିଟାଲମାନଙ୍କରେ ସୁଦୃଶ୍ୟ ଭାବେ ବିଏସ୍କେୱାଇ ବୋର୍ଡ ଲଗାଇବା, ଲୋକମାନଙ୍କ ପାଇଁ ସୁବିଧାଜନକ ସ୍ଥାନରେ କାଉଣ୍ଟର ଖୋଲିବା, ତ୍ୱରିତ ଆଡମିସନ, ଡିସଚାର୍ଜ ଓ ବିଲ୍ ପୈଠ ପାଇଁ ସଫ୍ଟୱେୟାର ନବୀକରଣ କରିବା, ଇଣ୍ଟରନେଟ ସ୍ପିଡ୍ ବଢ଼ାଇବା ଆଦି ବଷୟରେ ସମୀକ୍ଷା ହୋଇଥିଲା । ତେବେ ସରକାରଙ୍କ ଏହି ଯୋଜନା ମାଧ୍ୟମରେ ରାଜ୍ୟବାସୀ ବେଶ ଉପକୃତ ହେଉଥିବା ଜଣାପଡ଼ିଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ସ୍ୱାସ୍ଥ୍ୟ