ରାଜ୍ୟରେ ସଂକ୍ରମଣ ବଢ଼ିବାରୁ ସ୍କୁଲ ଖୋଲିବା ନିଷ୍ପତ୍ତି ବଦଳାଇଲେ ମହାରାଷ୍ଟ୍ର ସରକାର

ରାଜ୍ୟରେ ସଂକ୍ରମଣ ବଢ଼ିବାରୁ ସ୍କୁଲ ଖୋଲିବା ନିଷ୍ପତ୍ତି ବଦଳାଇଲେ ମହାରାଷ୍ଟ୍ର ସରକାର

ରାଜ୍ୟରେ ସଂକ୍ରମଣ ବଢ଼ିବାରୁ ସ୍କୁଲ ଖୋଲିବା ନିଷ୍ପତ୍ତି ବଦଳାଇଲେ ମହାରାଷ୍ଟ୍ର ସରକାର


ମୁମ୍ବାଇ (ଏଜେନ୍ସି): ସ୍କୁଲ ଖୋଲିବା କ୍ଷଣି ବିଭିନ୍ନ ରାଜ୍ୟରେ ଛାତ୍ରଛାତ୍ରୀମାନେ କରୋନାରେ ଆକ୍ରାନ୍ତ ହେଉଥିବା ଜଣାପଡ଼ିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ସ୍କୁଲ ଖୋଲିବା ଉପରେ ନେଇଥିବା ନିଷ୍ପତ୍ତିକୁ ବଦଳାଇ ଦେଇଛନ୍ତି । ରାଜ୍ୟର କୋଭିଡ ଟାସ୍କ ଫୋର୍ସର ପରାମର୍ଶକ୍ରମେ ସରକାର ବର୍ତ୍ତମାନ ସ୍ଥିତିରେ ସ୍କୁଲ ଖୋଲିବ ନାହିଁ ବୋଲି କହିଛନ୍ତି । ଅଗଷ୍ଟ ୧୦ତାରିଖରେ ମହାରାଷ୍ଟ୍ର ସରକାର ଅଗଷ୍ଟ ୧୭ରୁ ସ୍କୁଲ ଖୋଲିବ ବୋଲି ଘୋଷଣା କରିଥିଲେ । ଗ୍ରାମାଞ୍ଚଳରେ ୫ମରୁ ଦ୍ୱାଦଶ ଓ ସହାରାଞ୍ଚରେ ୮ରୁ ଦ୍ୱାଦଶ ଶ୍ରେଣୀର ପିଲାମାନେ ସ୍କୁଲ ଆସି କ୍ଲାସ କରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ଏଥିପାଇଁ ବିସ୍ତୃତ ଏସ୍‌ଓପି ମଧ୍ୟ ଲାଗୁ କରାଯାଇଥିଲା । ତେବେ ଏ ନେଇ ବସିଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତିକୁ ବଦଳାଇବା ପାଇଁ ପ୍ରସ୍ତାବ ଆଗତ କରାଯାଇଥିଲା । ଆଗକୁ କରୋନାର ସମ୍ଭାବ୍ୟ ତୃତୀୟ ଲହର ଆସିବାକୁ ଥିବାରୁ ଟାସ୍କ ଫୋର୍ସ ସ୍କୁଲ ଖୋଲିବା ନିଷ୍ପତ୍ତି ଉପରେ ରୋକ ଲଗାଇବାକୁ କହିଥିଲା । ଏହାକୁ ଆଧାର କରି ରାଜ୍ୟ କ୍ୟାବିନେଟ ସ୍କୁଲ ଖୋଲିବା ନିଷ୍ପତ୍ତି ଉପରେ ରୋକ ଲଗାଇ ଦେଇଛି । ସୂଚନା ଅନୁସାରେ, ବୁଧବାର ଶିକ୍ଷା ବିଭାଗ ଓ ଟାସ୍କ ଫୋର୍ସ ମଧ୍ୟରେ ବୈଠକ ହୋଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଧ୍ୟ ଉପସ୍ଥିତ ରହିଥିଲେ । ଟାସ୍କ ଫୋର୍ସର ଜଣେ ସଦସ୍ୟ କହିଥିଲେ ଯେ ୧୮ବର୍ଷରୁ କମ ବୟସ୍କଙ୍କ ଟିକାକରଣ ହୋଇନାହିଁ । ତେଣୁ ସେମାନେ ସଂକ୍ରମିତ ହେବାର ଆଶଙ୍କା ରହିଛି । ଆଗକୁ ତୃତୀୟ ୱେଭ ମଧ୍ୟ ଆସିବ, ତେଣୁ ସ୍କୁଲ ଖୋଲିବା ଠିକ ହେବନାହିଁ । ଏହାବାଦ ସବୁ ସ୍କୁଲରେ ତାପମାତ୍ରା ଚେକ କରିବା, ମାସ୍କ ପରିନ୍ଧାନ କରିବା, ସିଟ୍ ଆରେଞ୍ଜ ମେଣ୍ଟ, ସାବୁନ ଓ ସାନିଟାଇଜରର ବ୍ୟବସ୍ଥା ଠିକ୍ ଭାବେ ହୋଇନାହିଁ । ସେହିପରି ସ୍କୁଲ କର୍ମଚାରୀଙ୍କ ତାଲିମ ମଧ୍ୟ ଶେଷ ହୋଇନାହିଁ । ଏହି କାରଣରୁ ଟାସ୍କ ଫୋର୍ସ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ବଦଳାଇବାକୁ କହିଥିଲା । ଅନ୍ୟପକ୍ଷରେ ରାଜ୍ୟ ସରକାର ସ୍କୁଲ ଖୋଲିବା ନିଷ୍ପତ୍ତି ଉପରେ ରୋକ ଲଗାଇବାକୁ ପ୍ରସ୍ତାବ ପାରିତ କରିଥିବା ବେଳେ ଶିକ୍ଷା ମନ୍ତ୍ରୀ ବର୍ଷା ଗାଏକ୍ୱାଡ ଏ ସମ୍ପର୍କରେ ଅବଗତ ନାହାନ୍ତି । ସେ କହିଛନ୍ତି, ଆମେ ଅନ୍ଧ ଭାବେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇ ନଥିଲୁ । ସ୍କୁଲ ଖୋଲିବା ନିଷ୍ପତ୍ତି ଜିଲ୍ଲାପାଳ ଓ ପୌରପାଳିକା ଅଧିକାରୀଙ୍କ ଉପରେ ଛାଡ଼ିଥିଲୁ । ଟାସ୍କ ଫୋର୍ସ ସହ ଆମର କୌଣସି ମତ ପାର୍ଥକ୍ୟ ନାହିଁ । ଆମେ ଆରମ୍ଭରୁ ଆଇନଶୃଙ୍ଖଳା ପରିସ୍ଥିତ ସହ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦେଇ ଆସୁଛୁ । ତେଣୁ ସରକାର କ’ଣ ନିଷ୍ପତ୍ତି ନେଇଛନ୍ତି, ସେ ସମ୍ପର୍କରେ ଅଧିକ ସୂଚନା ହାସଲ କରିବା ପରେ ମୁଁ ପ୍ରତିକ୍ରିୟା ଦେବି ବୋଲି ବର୍ଷା କହିଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ