ରାଜ୍ୟରେ ବଢ଼ୁଛି ବନ୍ୟା: ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍‌

ରାଜ୍ୟରେ ବଢ଼ୁଛି ବନ୍ୟା: ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍‌

ରାଜ୍ୟରେ ବଢ଼ୁଛି ବନ୍ୟା: ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍‌


ସମ୍ୱଲପୁର/ଭୁବନେଶ୍ୱର/କଟକ(ଏନ୍‍.ଏମ୍‍.): ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିଭିନ୍ନ ଜିଲ୍ଲାର ବହୁ ଗ୍ରାମ ଜଳମଗ୍ନ ହେବା ସହ ବାହ୍ୟ ଜଗତରୁ ବିଛିନ୍ନ ହୋଇ ପଡ଼ିଛି । ଅନ୍ୟପକ୍ଷରେ ତୁହାକୁ ତୁହା ବର୍ଷା ଜାରି ରହିଥିବାବେଳେ ଜଳନିଷ୍କାସନ ହୋଇ ପାରୁନଥିବା ଯୋଗୁଁ ଉଦ୍‍ବୁଦ୍ଦ ଜଳ ବନ୍ୟାର ରୂପ ଧାରଣ କରିଛି । ଗୋଟିଏ ପଟେ ରାଜ୍ୟରେ ଜଳବନ୍ଦୀରେ ଜନସାଧାରଣ ହିନସ୍ତା ଭୋଗ କରୁଥିବାବେଳେ ଅନ୍ୟପଟେ ହୀରାକୁଦରୁ ବନ୍ୟା ଜଳ ନିଷ୍କାସନ ହେବା ପରେ ନଦୀଗୁଡ଼ିକ ମଧ୍ୟ ଫୁଲିଥିବା ଦେଖିବାକୁ ମିଳିଛି । ଆଜି ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍ ଖୋଲାଯାଇଛି । ଡ୍ୟାମରେ ଜଳପତ୍ତନ ନିୟନ୍ତ୍ରଣ କରିବା ଲାଗି ଆଜି ସଂଧ୍ୟାରେ ୬ଟି ଗେଟ୍ ଖୋଲାଯାଇଛି । ପ୍ରଥମେ ଦୁଇଟି ଗେଟ୍ ଖୋଲାଇଥିଲା । ୩ ଓ ୭ ନମ୍ୱର ଗେଟ୍ ଖୋଲିଥିଲା । ପର୍ଯ୍ୟାୟ କ୍ରମେ ୬ଟି ଗେଟ୍ ଖୋଲିଛି । ତେବେଉପର ମୁଣ୍ଡରେ ବର୍ଷା ହେବାରୁ ଜଳଭଣ୍ଡାରରେ ଜଳ ପତ୍ତନ ବୃଦ୍ଧି ପାଇଥିଲା । ଯେଉଁଥିପାଇଁ ଡ୍ୟାମ୍ କର୍ତ୍ତୃପକ୍ଷ ଗେଟ୍ ଖୋଲିବା ପାଇଁ ବାଧ୍ୟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ଉପର ମୁଣ୍ଡ ରେ ୪୬.୪୬ ମିଲି ମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଡ୍ୟାମର ଜଳ ପତ୍ତନ ୬୨୬.୮୩ ଫୁଟ ରହିଛି । ଏହି ସମୟ ଭିତରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୧୦ ହଜାର ୩୧୨ ଘନଫୁଟ୍ ଜଳ ପ୍ରବେଶ କରୁଥିବାରୁ ଅଧିକ ଗେଟ ଖୋଲାଯାଇ ଜଳଭଣ୍ଡାରରୁ ଉଦ୍‍ବୁଦ୍ଦ ଜଳ ନିଷ୍କାସନ କରାଯାଉଥିବା ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ଡ୍ୟାମରୁ ବର୍ତ୍ତମାନ ଏକ ଲକ୍ଷ କ୍ୟୁସେକ୍ ପାଣିଛଡ଼ା ଯିବ । ତେବେ ଏହି ଜଳ ଛଡ଼ାଯିବା ଦ୍ୱାରା ତଳ ମୁଣ୍ଡରେ ନଦୀବଢ଼ି ହେବାର କୌଣସି ଆଶଙ୍କା ନଥିବା କୁହାଯାଇଛି । ସୂଚନା ଯୋଗ୍ୟ ଯେ, ସମ୍ପ୍ରତି ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି । ସମଗ୍ର ରାଜ୍ୟରେ ୨ଦିନରେ ରେକର୍ଡ ପରିମାଣର ୧୫୬ମିଲିମିଟର ବୃଷ୍ଟିପାତ ହୋଇଥିବା ରେକର୍ଡ କରାଯାଇଛି । ଏସଆରସିଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ, ସେପ୍ଟେମ୍ବର ମାସରେ ହାରାହାରି ୧୦୮.୨ମିମି ବର୍ଷା ହେବାର ଥିବାବେଳେ ୧୪ ତାରିଖ ସୁଦ୍ଧା ୨୭୫.୫ ମିମି ବର୍ଷା ହୋଇସାରିଲାଣି । ଯାହାକି ୧୫୪.୬ ପ୍ରତିଶତ ଅଧିକ । ଚଳିତ ମୌସୁମୀରେ ଆଜିସୁଦ୍ଧା ରାଜ୍ୟରେ ମୋଟ ହାରାହାରି ୧୦୨୦.୬ମିମି ବର୍ଷା ହେବା ପରିବର୍ତ୍ତେ ୯୨୦.୩ ମିମି ବର୍ଷା ହୋଇଛି । ସେପଟେ ଉପରମୁଣ୍ଡରେ ଆହୁରି ବର୍ଷା ହେବାର ଆଶଙ୍କା ରହିଛି । ତେଣୁ ହୀରାକୁଦ ଜଳ ଭଣ୍ଡାରରେ ପାଣି ବଢ଼ିବା ସହିତ ରାଜ୍ୟରେ ବନ୍ୟା ପରିସ୍ଥିତି ଲାଗିରହିବାର ଆଶଙ୍କା ରହିଥିବା କୁହାଯାଉଛି ।

Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ