ରାଜ୍ୟପାଳଙ୍କ ଦ୍ୱାରା ‘ଶିଶିର କେ ଶତଦଳ’ଲୋକାର୍ପିତ

ରାଜ୍ୟପାଳଙ୍କ ଦ୍ୱାରା ‘ଶିଶିର କେ ଶତଦଳ’ଲୋକାର୍ପିତ

ରାଜ୍ୟପାଳଙ୍କ ଦ୍ୱାରା ‘ଶିଶିର କେ ଶତଦଳ’ଲୋକାର୍ପିତ
ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଅନିମା ଦାସଙ୍କ ଲିଖିତ ହିନ୍ଦୀ ସନେଟ୍ ପୁସ୍ତକ ‘ଶିଶିର କା ଶତଦଳ’ ଲୋକାର୍ପିତ ହୋଇଯାଇଛି । ରାଜ୍ୟପାଳ ପ୍ରଫେସର ଲାଲ କବି ଶ୍ରୀମତୀ ଦାସଙ୍କୁ ଶୁଭକାମନା ଜ୍ଞାପନ କରିବା ସହିତ ତାଙ୍କର ସାରସ୍ୱତ ଯାତ୍ରାର ସଫଳତା କାମନା କରିଛନ୍ତି । ୧୯୭୩ ମସିହାରେ ଜନ୍ମିତ ଅନିମା ଏବେ କଟକର ନ୍ୟୁ ଷ୍ଟୁଆର୍ଟ ଇଂଲିଶ ମିଡିୟମ୍ ସ୍କୁଲରେ ଶିକ୍ଷକତା କରୁଛନ୍ତି । ପୂର୍ବରୁ ତାଙ୍କ ଦ୍ୱାରା ୫୯ଟି ଓଡ଼ିଆ ସନେଟ୍‌ର ହିନ୍ଦୀ ଅନୁବାଦ ପୁସ୍ତକ ‘ପ୍ରତୀଚି ସେ ପ୍ରାଚୀ ପର୍ଯ୍ୟନ୍ତ’ ପ୍ରକାଶିତ ହୋଇଛି । ‘ଶିଶିର କେ ଶତଦଳ’ରେ ତାଙ୍କ ଦ୍ୱାରା ଲିଖିତ ୧୦୦ଟି ହିନ୍ଦୀ ସନେଟ୍ ସନ୍ନିବିଷ୍ଟ ହୋଇଥିବାବେଳେ ଦିଲ୍ଲୀର ସର୍ବଭାଷା ଟ୍ରଷ୍ଟ ଏହାକୁ ପ୍ରକାଶ କରିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି