ରାଜେଶ ଜେନା ପାଇବେ ସାମ୍ବାଦିକ ବନବିହାରୀ ମହାନ୍ତି ସ୍ମୃତି ସମ୍ମାନ

ରାଜେଶ ଜେନା ପାଇବେ ସାମ୍ବାଦିକ ବନବିହାରୀ ମହାନ୍ତି ସ୍ମୃତି ସମ୍ମାନ

ରାଜେଶ ଜେନା ପାଇବେ ସାମ୍ବାଦିକ ବନବିହାରୀ ମହାନ୍ତି ସ୍ମୃତି ସମ୍ମାନ

News by Smrutiranjan Tripathy (Cuttack)

#କଟକ(ଏନ୍‌.ଏମ୍‌.): ଚଳିତ ବର୍ଷ ମର୍ଯ୍ୟାଦାଜନକ ସାମ୍ବାଦିକ ବନବିହାରୀ ମହାନ୍ତି ସ୍ମୃତି ସମ୍ମାନ ପାଇବେ ଯୁବ ସାମ୍ବାଦିକ ରାଜେଶ ଜେନା । ବନବିହାରୀ ମହାନ୍ତି ଫାଉଣ୍ଡେସନ ପକ୍ଷରୁ ଏନେଇ ଆଜି ଘୋଷଣା କରାଯାଇଛି । ଶ୍ରୀ ଜେନା ଦୀର୍ଘ ୧୭ ବର୍ଷରୁ ଉର୍ଦ୍ଧ୍ୱକାଳ ବିଭିନ୍ନ ଓଡ଼ିଆ ସମ୍ବାଦପତ୍ରରେ ସ୍ୱଚ୍ଛ, ନିରପେକ୍ଷ ତଥା ମୂଲ୍ୟଭିତ୍ତିକ ସମ୍ବାଦ ପରିବେଷଣ କରିଆସିଛନ୍ତିି । ସାମ୍ବାଦିକତା ପ୍ରତି ବୃତ୍ତିଗତ ନିଷ୍ଠା ଓ ଅଙ୍ଗିକାର ବଦ୍ଧତା ପାଇଁ ତାଙ୍କୁ ଚଳିତ ବର୍ଷ ଏହି ମର୍ଯ୍ୟାଦାଜନକ ସମ୍ମାନ ଦେବାପାଇଁ ଫାଉଣ୍ଡେସନର ଚୟନ କମିଟି ପକ୍ଷରୁ ଅନୁଷ୍ଠିତ ଏକ ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୨୦ ତାରିଖ ସନ୍ଧ୍ୟାରେ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନରେ ଅନୁଷ୍ଠିତ ହେବାକୁ ଥିବା ଏକ ଭବ୍ୟ ଉତ୍ସବରେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ । ପୁରସ୍କାର ସ୍ୱରୂପ ୫ ହଜାର ଟଙ୍କା, ମାନପତ୍ର, ଉପଢୌକନ ଓ ସ୍ମୃତିଫଳକ ପୂର୍ବକ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ଫାଉଣ୍ଡେସନର ମାନେଜିଂ ଟ୍ରଷ୍ଟି ଲକି ପ୍ରଜ୍ଞା ପ୍ରତିଷ୍ଠିତ ମହାନ୍ତି, ଟ୍ରଷ୍ଟି ତଥା ବରିଷ୍ଠ ସାମ୍ବାଦିକ ଆଲୋକ ନାୟକ ଜଣାଇଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ