ରାଜସ୍ଥାନରେ ପୁଣି ଭୂମିକମ୍ପ

ରାଜସ୍ଥାନରେ ପୁଣି ଭୂମିକମ୍ପ

ରାଜସ୍ଥାନରେ ପୁଣି ଭୂମିକମ୍ପ


ରାଜସ୍ଥାନ (ଏଜେନ୍ସି): ରାଜସ୍ଥାନରେ ପୁଣି ଥରେ ଭୂକମ୍ପ ଝଟକା ଅନୁଭବ ହୋଇଛି । ବିକାନେର ଜିଲାରେ ଆଜି ସକାଳେ ୭ଟା ୪୨ ମିନିଟରେ ଭୂକମ୍ପ ଝଟକା ଅନୁଭବ ହୋଇଛି । ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୪.୮ ରେକର୍ଡ କରାଯାଇଛି । ଏଯାଏଁ ଧନ ଜୀବନହାନୀ ହୋଇଥିବା ନେଇ କୌଣସି ଖବର ମିଳିନାହିଁ । ଏହାପୂର୍ବରୁ ଗତକାଲି ମଧ୍ୟ ଭୂକମ୍ପ ଝଟକା ଅନୁଭବ ହୋଇଛି । ଏନସିଏସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ପ୍ରାୟ ଭୋର ୫ଟା ୨୪ରେ ଭୂକମ୍ପ ଝଟକା ଅନୁଭବ ହୋଇଥିବା ବେଳେ ଏହାର ତିବ୍ରତା ୫.୩ ରେକର୍ଡ କରାଯାଇଥିଲା । ଭୂକମ୍ପର କେନ୍ଦ୍ର ଭୂପୃଷ୍ଠରୁ ୧୧୦ କିଲୋମିଟର ଗଭୀର ଥିଲା ବୋଲି ସୂଚନା ମିଳିଛି । ଜିଲାପ୍ରଶାସନ କହିବାନୁଯାୟୀ ଅଧିକାଂଶ ଲୋକେ ଏହି ସମୟରେ ଘରେ ଶୋଇଥିଲେ । ତେଣୁ ଭୟର ପରିସ୍ଥିତି ସୃଷ୍ଟି ନହୋଇଥିଲା । କୌଣସି କ୍ଷତି ମଧ୍ୟ ହୋଇନଥିଲା ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ