ରାଜଧାନୀ ରାସ୍ତାରେ ସାହସ ଦେଖାଇଥିବା କଟକ ଝିଅ ପ୍ରଜ୍ଞାଙ୍କୁ ସମ୍ବର୍ଦ୍ଧିତ କଲେ ବିଧାୟକ ମୋକିମ
କଟକ(ଏନ୍.ଏମ୍.): ଗତ ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱରର ରାଜ ରାସ୍ତାରେ ସ୍ଥାନୀୟ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ସାହସିକତାର ସହ ଜଣେ ଲୁଟେରାକୁ କଟକ ବାଦାମବାଡ଼ି ଥାନା ଅନ୍ତର୍ଗତ ଝାଞ୍ଜିରିମଙ୍ଗଳା ଅଞ୍ଚଳର ଝିଅ ପ୍ରଜ୍ଞା ରାୟ ଜୋର ଜବରଦସ୍ତ କାବୁ କରି ସାଧାରଣରେ ପ୍ରଶଂସିତ ହୋଇଛନ୍ତି । ଏହି ଅବସରରେ ବାରବାଟୀ-କଟକ ବିଧାୟକ ଇଂ.ମହମ୍ମଦ ମୋକିମ ପ୍ରଜ୍ଞାଙ୍କୁ ତାଙ୍କର ଅସୀମ ଧୈର୍ଯ୍ୟ ଓ ସାହସିକତା ପାଇଁ ସମ୍ମାନିତ ଓ ପୁରସ୍କୃତ କରିଛନ୍ତି । ଲୁଟେରାଙ୍କ ସହିତ ସାହସିକତାର ସହ ଲଢେଇ କରି ପ୍ରଜ୍ଞା ନିଜର ଫୋନ ଫେରି ପାଇଥିବା ଘଟଣା ରାଜ୍ୟରେ ବଢୁଥିବା ଥିବା ନାରୀ ନିର୍ଯ୍ୟାତନା ଏବଂ ସମାଜରେ ସମସ୍ତ ନିର୍ଯାତିତ ଝିଅ, ମହିଳାମାନଙ୍କ ପାଇଁ ଏକ ସକରାତ୍ମକ ବାର୍ତ୍ତା ଓ ଅସୀମ ସାହସ ଯୋଗାଇ ଦେବ ବୋଲି ବିଧାୟକ କହିଛନ୍ତି । ପ୍ରଜ୍ଞାଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ସ୍ମୃତି ଫଳକ ପ୍ରଦାନ କରଯାଇଥିଲା ।